ଖାକି ର ଖୋଲୁ ଆଖି

କେବେ ଉତ୍ତରଦାୟୀ ହେଉ ଆରକ୍ଷୀ ?

ବନ୍ଦ ହେଉ ଥାନା ଭିତରେ ନିର୍ଯ୍ୟାତନା । ସାଧାରଣ ଜନତା ପ୍ରତି ବ୍ୟବହାର ରେ ହେଉ ପରିବର୍ତ୍ତନ । ବୃତ୍ତିଗତ ଦକ୍ଷତା ର ହେଉ ବିକାଶ । ଦଣ୍ଡ ହାର ରେ ହେଇ ଅଭିବୃଦ୍ଧି । ପୋଲିସ ବିରୁଦ୍ଧରେ ସାଧାରଣ ଜନତା ର ଅଭିଯୋଗ ଶୁଣିବା ପାଇଁ ହେଉ ପୋଲିସ କମପ୍ଲେନ ଅଥରିଟୀ ର ଗଠନ

ଭରତପୁର ରେ ମହାଭାରତl ଦେଖିଲା ପରେ ରାଜ୍ୟ ରେ ଖାକି ର ମାଟିଆ କପଡା ଉପରେ ଲାଗିଥିବା ଦାଗ କୁ ନେଇ ସାରା ଦେଶ ରେ ବିତର୍କ ଚାଲିଛି । ତେବେ ଆଉ କିଛି ଦିନ ପରେ ସତ ସିନା ପଦାକୁ ଆସିବ ହେଲେ ପୁଲିସ ବିଭାଗ କୁ ଆତ୍ମ ସମୀକ୍ଷା କରିବାର ସମୟ ଆସିଯାଇଛି ବୋଲି ସମସ୍ତ ଙ୍କୁ ସ୍ୱିକର କରିବାକୁ ପଡିବ ।

ଇଂରେଜ ଅମଳ ର ମାନସିକତା ବଦଳାଇବା କୁ ପଡ଼ିବ । ଆଜି ବି ସାଧାରଣ ମଣିଷ ଟିଏ ଥାନା କୁ ଯିବାକୁ ଡରୁଛି । ଅନେକ ସ୍ଥାନ ରେ ଖରାପ ବ୍ୟବହାର କରାଯାଉଥିଲା ବେଳେ ଅଭିଯୋଗ ଗ୍ରହଣ କରାଯାଉ ନାହିଁ । ଇଉନିଫର୍ମ ପିନ୍ଧିଥିବା ସଂଖ୍ୟାଧିକ ପୋଲିସ ନିଜ ଦାୟିତ୍ୱ ବୋଧ ଭୁଲି ବଟି ସଂଗ୍ରହ ଠୁ ଆରମ୍ଭ କରି ଦୁର୍ନୀତି ରେ ବୁଡି ରହୁଛି ।
ଏଥିଲାଗି ଏହି ବିଭାଗ ରେ ଥିବା ବହୁ ସଚ୍ଚୋଟ ଅଧିକାରି ହତୋତ୍ସହ ହେଉଛନ୍ତି। ଅନେକ କ୍ଷେତ୍ର ରେ ବି ରାଜ୍ୟ ପୋଲିସ ବେଶ୍ ପ୍ରଶଂସନୀୟ କାର୍ଯ୍ୟ କରୁଛି ।
ରାଜ୍ୟ ପୁଲିସ ବିଭାଗ ରେ ବି ବୃତ୍ତିଗତ ଦକ୍ଷତା ହ୍ରାସ ହୋଇ
ସାରିଛି ।


ରାଜ୍ୟ ରେ ଅଭିଯୁକ୍ତ ଙ୍କ ଦଣ୍ଡ ପାଇବାର ହାର ହେଉଛି ମାତ୍ର ୧୧.୯ ପ୍ରତିଶତ । ଏହି ହାର ମିଜୋରାମ ରେ ୯୫.୩ ଆନ୍ଧ୍ର ରେ ୬୪.୪ ବିହାର ରେ ୫୯.୧ ଛତିଶଗଡ ରେ ୫୩.୬ କେରଳ ରେ ୮୬.୪ନାଗାଲାଣ୍ଡ ରେ ୬୩.୭ ରାଜସ୍ଥାନ ରେ ୫୧.୭ତେଲେଙ୍ଗାନା ରେ ୫୭.୩ ତାମିଲନାଡୁ ରେ ୫୬.୨ ରେ ରହିଥିଲା ବେଳେ ଓଡ଼ିଶାର ହାର ଅନ୍ୟ ରାଜ୍ୟ ଠାରୁ ଯଥେଷ୍ଟ କମ ରହିବା କୋଉଠି ନା କୋଉଠି ପୋଲିସ ର ଦକ୍ଷତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଅନେକ ସମୟ ରେ ପୁଲିସ ହାଜତ ରେ ମୃତ୍ୟୁ କଥା ଲୋକ ଲୋକଲୋଚନକୁ ଆସୁଛି ।ପୁଲିସ ର ଅକଥନୀୟ ନିର୍ଯ୍ୟାତନା ର କାହାଣୀ ର ତାଲିକା ବେଶ୍ ଲମ୍ବ ଯାହା ଆମର ଗଣତାନ୍ତ୍ରିକ ଅଧିକାର ଓ ମୌଳିକ ଅଧିକାର କୁ ହନନ କରୁଛି । ସଭ୍ୟ ସମାଜ ରେ ପୁଲିସ ଉପରେ ଏମିତି ଅଭିଯୋଗ ମାନବିକ ଅଧିକାର ଉପରେ ଏକ କଳଙ୍କ ବୋଲି କୁହାଯାଇପରିବ।।

ପୋଲିସ ଉପରେ ବି ଅଧିକ କାର୍ଯ୍ୟ ର ଚାପ୍ ରହିଛି । ଆଜି ବି ଏହି ବିଭାଗ ରେ ବହୁ ଦକ୍ଷ ଅଧିକାରୀ ଓ କର୍ମଚାରୀ ଥିଲା ବେଳେ ଭ୍ରଷ୍ଟ କର୍ମଚାରୀ ଙ୍କ ପାଇଁ ଏମାନେ କଳଙ୍କ ମୁଣ୍ଡେଇଛନ୍ତି ।ନ୍ୟାୟିକ ବ୍ୟବସ୍ଥା ରେ ପୋଲିସ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଅଭିଯୋଗ ର ତଦନ୍ତ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ କୁ ବିଭାଗି କରଣ ର ଆବଶ୍ୟକତା ରହିଛି ।

ତେବେ ପୁଲିସ ଉପରେ ଆସୁଥିବା ଯେ କୌଣସି ଅଭିଯୋଗ ପୁଣି ସେଇ ପୁଲିସ ପାଖରେ କରିବାକୁ ବ୍ୟବସ୍ଥା ଥିବାରୁ ଜଣେ ପୀଡ଼ିତ ବା ପୀଡିତା କୁ ନ୍ୟାୟ ମିଳିବାରେ ସମ୍ଭାବନା କମ ।ତେବେ ସ୍ଥଳ ବିଶେଷ ରେ ଉପରିସ୍ଥ ଅଧିକାରୀ ମାନେ ଏଥିଲାଗି ଅଭିଯୁକ୍ତ ଆରକ୍ଷୀ ଙ୍କ ଉପରେ ନିଲମ୍ୱନ ଆଦେଶ ଦେଇ ଦେଇ ବସେଇ କି ବେତନ ଦେବାର ବ୍ୟବସ୍ଥା କରି ଦେଇ ପୁଣି କିଛି ଦିନ ପରେ ପୁଣି ଚାକିରୀ ପୁନଃ ଅବସ୍ଥାପିତ କରନ୍ତି ବା ବଦଳି କରିଦିଅନ୍ତି ଯାହା ଏକ ସମାଧାନ ନୁହେଁ । ବରଂ ଏହାଦ୍ବାରା
ସେ ପୁନଶ୍ଚ ନୂଆ ଜାଗା ରେ ନୂଆ ଭାବ ରେ ଥାନା କୁ ଆସୁଥିବା ସାଧାରଣ ଜନତା ଉପରେ ସେମାନେ ଅତ୍ୟାଚାର କରନ୍ତି ।

ତେଣୁ ବର୍ତ୍ତମାନ ସମୟ ରେ ପୁଲିସ କୁ ସଭ୍ୟ ହେବା ସହ ଆଧୁନିକ ଜ୍ଞାନ କୌଶଳ ରେ ଅଧିକ ବୃତ୍ତିଗତ ସ୍ତର ରେ। ଦକ୍ଷ ହେବାର ସମୟ ଆସିଛି ।ଯେପରିକି ଅଧିକ ରୁ ଅଧିକ ଅଭିଯୁକ୍ତ ଦଣ୍ଡିତ ହୋଇପାରିବେ। ଏବଂ ପୁଲିସ ର ସାଧାରଣ ଜନତା ପ୍ରତି ବ୍ୟବହାର ମଧ୍ୟ ଠିକ୍ ରହିପାରିବ । ମାନ୍ୟବର ସୁପ୍ରିମ କୋର୍ଟ ବିଗତ ୨୦୦୬ ମସିହା ର ଏକ ଆଦେଶ ରେ ପୁଲିସ ବିରୁଧ ରେ ଅଭିଯୋଗ ର ଶୁଣାଣି ପାଇଁ ପୁଲିସ କମପ୍ଲେନ୍ ଅଥରିଟୀ (ଆରକ୍ଷୀ ଅଭିଯୋଗ ଆୟୁକ୍ତ)
ଗଠନ କରିବାକୁ ପ୍ରତି ରାଜ୍ୟ ସରକାର ଙ୍କୁ ନିର୍ଦ୍ଦେଶ ଦେଇଥିଲା ବେଳେ ଏ ଯାଏ ଏହା ରାଜ୍ୟ ରେ ଗଠନ କରାଯାଇ ନାହିଁ ।ବରଂ ବିଗତ ସରକାର ସମୟ ରେ ମୋ ପୋଲିସ ନାଁ ରେ ହଜାର ହଜାର କୋଟି ଟଙ୍କା ଖର୍ଚ କରାଯାଇଛି । ହେଲେ ବିଭାଗୀୟ ଦକ୍ଷତା ବୃଦ୍ଧି ରେ ଟିକସ ଦାତା ଙ୍କ ଏହି ଅର୍ଥ ସହାୟକ ହୋଇ ପାରିନି ।

ନୂଆ ସରକାର ପୋଲିସ ବିଭାଗ ରେ ତୁରନ୍ତ ସଂସ୍କାର ଆରମ୍ଭ କରିବା ସହ ଆବଶ୍ୟକୀୟ ଅଧିକ କର୍ମଚାରୀ ନିଯୁକ୍ତ କରିବା ପୋଲିସ କୁ ଚାପମୁକ୍ତ କରାଇବା ଆଇନ ଶୃଙ୍ଖଳା ପରିସ୍ଥିତି , ଭି ଆଇ ପି ସୁରକ୍ଷା ଓ ତଦନ୍ତ ପାଇଁ ଅଲଗା ଅଲଗା ପୋଲିସ ବ୍ୟବସ୍ଥା ସହ ପୋଲିସ କମ୍ପ୍ଲେନ୍ ଅଥରିଟି ଗଠନ କରିବାକୁ ପ୍ରୟାସ କରି ରାଜ୍ୟ ର ପୋଲିସ କୁ ଦେଶ ର ଅନ୍ୟତମ ଦକ୍ଷ ପୋଲିସ ରେ ପରିଣତ କରି ପୁଣି ଜନସାଧାରଣ ଙ୍କ ବିଶ୍ୱାସ ଭାଜନ କରାଇବା ଲାଗି ଉଦ୍ୟମ ର ଆବଶ୍ୟକତା ରହିଛି ।

Leave A Reply

Your email address will not be published.

18 + nine =