ଏକ ଦିବ୍ୟ ଚେତନା ର ଦୀପ ଶିଖା…ଦେବ ସାର

ଆଲେଖ୍ୟ

ଆଡଭୋକେଟ ସତ୍ୟନାରୟଣ ଦାସ,( କାର୍ଯ୍ୟକାରୀ ସମ୍ପାଦକ)

ଭଏସ ଅଫ କମନ୍ସ

…ଦିବ୍ୟ ଚେତନାର ଦୀପ ଶିଖା..ଦେବ ସାର
🔵 🔴 ⚫ 🔵 🔴 ⚫ 🔵 🔴
ଅଧକ୍ଷ୍ୟ ପଦରୁ ଅବସର ନେଇଛନ୍ତି ସେ ..ସତ୍ୟ ସିଦ୍ଧାନ୍ତ ସେବା ର ଦର୍ଶନ ହେଉଛି ତାଙ୍କ ଜୀବନର ଆଧାର ..କୋଉ ଆଶ୍ରମକୁ ବାନପ୍ରସ୍ଥ ପାଇଁ ନ ଯାଇ ଘର କୁ ପରିଣତ କରିଛନ୍ତୁ ଆଶ୍ରମ ରେ .ଆଉ ସେଇ ଘର ହୋଇ ଯାଈଛି ସେବା ସାଧନା ର ତପୋବନ.. , ନିସ୍ବାର୍ଥ ନିସର୍ତ୍ତ ଆଉ ନିଷ୍କାମ ଆଉ ନିଆରା ହେଇ ସାରିଛି ତାଙ୍କ ଅବସର ର ଅବଶିଷ୍ଟ ଜୀବନ..


..ଦେବ ସାର.ଦିବ୍ୟ ଚେତନା ର ଦେବଦୁତ.

କଟକ ଜିଲ୍ଲାର ମାହାଙ୍ଗା ର ରାମକାପୁର ଗ୍ରାମ ରେ ଜନ୍ମ । ଏବେ ବୟସ ଆଶୀ ଛୁଇଁବାକୁ ଆଉ ଦୁଇ ବର୍ଷ ବାକି ଥିଲା ବେଳେ ତାଙ୍କ ,ମୁଖ ମଣ୍ଡଳ ରେ ତାରୁଣ୍ୟର ଆଭା ଆଉ ମନରେ ସାଧାରଣ ଜନତାର ସେବା କରିବାକୁ ଅଟଳ ଆତ୍ମ ବିଶ୍ବାସ ତାଙ୍କୁ ପରିଣତ କରିଛି ଜଣେ ଆନନ୍ୟ ମଣିଷ ରେ ।

ବାପା ଦତ୍ତ ହରି ଦାସ ଓ ମା ନିର୍ମଳା ଦାସ ଙ୍କ କୋଳ ସେ ୧୭ ମେ ୧୯୪୬ ରେ ଦୁନିଆ ର ପ୍ରଥମ ଆଲୁଅ ଦେଖିଥିଲା ବେଳେ ପରିବାର ର ଏକମାତ୍ର ପୁତ୍ର ଭାବରେ ସମସ୍ତେ ବିଶେଷ ଶ୍ରଦ୍ଧା କରୁ ଥିଲେ । ବିଶେଷ କରି ମାମୁଁ ତଥା ରାଜ୍ୟ ର ବିଶିଷ୍ଟ ସମାଜସେବୀ ସିକିମ ଉଚ୍ଚ ନ୍ୟାୟାଳୟ ର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଯୁଗଳ ମହାନ୍ତି ଙ୍କ ର ପିଲା ଦିନ ରୁ ସବୁଠାରୁ ପ୍ରିୟ ଥିଲେ ସେ । ମାମୁଁ ଙ୍କ ର ସମାଜ ସେବାର ପ୍ରଭାବ ଦେବ ସାର ଙ୍କ ଠାରେ ପିଲା ଦିନ ରୁ ଦେଖା ଯାଉଥିଲା । ବାପା ରେଳବାଇ ର ଜଣେ ପଦସ୍ଥ ସଚ୍ଚୋଟ ଅଧିକାରୀ ଥିଲା ବେଳେ ତାଙ୍କର ଅନୁଶାସନ ଶୃଙ୍ଖଳା ତାଙ୍କୁ ପରବର୍ତ୍ତୀ ଜୀବନ ରେ ଭଲ ମଣିଷ ହେବାରେ ଗଢି ତୋଲିଥିଲା।

ତେବେ ବୋଉ ଙ୍କ ପାଖ ରେ ସେ ଗାଁ ରେ ରହୁଥିବାରୁ ତାଙ୍କ ପାଠ ପଢା ପଢି ଗାଁ ର ବିଦ୍ୟାଳୟ ରେ ହେବା ସହ ତାଙ୍କୁ ମଣିଷ ପରି ମଣିଷ ଟିଏ କରି ଗଢି ତୋଳିବା ରେ ବୋଉ ଙ୍କ ର ବିଶେଷ ଭୂମିକା ଥିଲା ।ଗ୍ରାମ୍ୟ ଜୀବନ ପ୍ରତି ଅହେତୁକ ଦୁର୍ବଳତା ପଲ୍ଲୀ ପ୍ରକୃତ୍ତି ପ୍ରତି ଦୁର୍ବାର ଆକର୍ଷଣ ତାଙ୍କୁ ଜଣେ ନିଷ୍କପଟ ସରଳ ମଣିଷ ଭାବେ ଗଢି ତୋଳିବା ରେ ଏକ କାରଣ ବୋଲି କୁହାଯାଇ ପାରେ ।

ରାଜ୍ୟ ର ଅନ୍ୟତମ ଆଦର୍ଶ ବିଦ୍ୟାଳୟ ଵଗବତୀ ବିଦ୍ୟାଳୟ ରେ ସେ କୃତିତ୍ୱ ର ସହ ଉତ୍ତୀର୍ଣ୍ଣ ହେବ ପରେ ରେଭେନ୍ସା ରୁ ଜୀବ ବିଜ୍ଞାନ ରେ ସ୍ମାତ୍ତୋକତର ଶିକ୍ଷା ସମାପ୍ତ କରି ଭାରତ ସରକାର ଙ୍କ ଅଧୀନ ରେ ଜଣେ ବୈଜ୍ଞାନିକ ଚାକିରୀ ପାଈ ସେଥିରେ ଯୋଗ ନ ଦେଇ ଶିକ୍ଷା ଦାନ ରେ ତାଙ୍କର ଅସୀମ ଆଗ୍ରହ ପାଇଁ ସେ ଭୁବନେଶ୍ୱର ର ବି ଯେ ବି ମହାବିଦ୍ୟାଳୟ ରେ ଜୀବ ବିଜ୍ଞାନର ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ।

ପିଲା ଦିନ ରୁ ଗାଁ ପ୍ରତି ଥିବା ନିବିଡ଼ ଅନୁରାଗ ଓ ବାପା ବୋଉ ଙ୍କ ପ୍ରତି ଥିବା ଅସୀମ ଭଲପାଇବା ପାଇଁ ସେ ସହର ରୁ ପୁଣି ଚାକିରୀ ଛାଡ଼ି ଗାଁ କୁ ଫେରି ଆସିଲେ ।

ଗାଁ ରେ ରହି ଗାଁ ର ଶିକ୍ଷା ଓ ସଂସ୍କୃତିର ବିକାଶ ସହ ସମାଜସେବା ଲୋକ ଙ୍କ ସୁଖ ଦୁଃଖ ରେ ଭାଗି ହେବା ଲାଗି ଦେବ ସାର ବେଶ୍ ଭଲ ପାଉଥିବାରୁ ସେ ସେତେବେଳେ ସାଲେପୁର ପରି ଗ୍ରାମାଞ୍ଚଲ୍ ରେ ଏକ ଛୋଟିଆ ବେସରକାରୀ ସାଲେପୁର ମହାବିଦ୍ୟାଳୟ ରେ ସ୍ୱଳ୍ପ ଦରମାରେ ଚାକିରୀ କରି ଗାଁ ରେ ରହିବା ସହ ଲାଗି ପଡ଼ିଲେ ନିଜ ଅଞ୍ଚଳ ର ଶିକ୍ଷାର ବିକାଶ ଓ ସମାଜସେବାରେ । ପରବର୍ତୀ ସମୟ ରେ ବିଭିନ୍ନ ମହାବିଦ୍ୟାଳୟ ରେ ପ୍ରାଧ୍ୟାପକ ଭାବେ ଯୋଗ ଦେଇ ଅଧ୍ୟକ୍ଷ ପଦବୀ ରେ ଅନେକ ଶିକ୍ଷାନୁଷ୍ଠାନ କୁ ଗଢି ଅବସର ନେଲେ ।ଆଜି ବି ଦେଶ ବିଦେଶ ରେ ପ୍ରତିଷ୍ଠିତ ହଜାର ହଜାର ଛାତ୍ର ଛାତ୍ରୀ ତାଙ୍କୁ ପ୍ରାଣ ଭରି ଭଲ ପାଆନ୍ତି ।

୧୯୮୩ ମସିହାରେ ପଲିସାହି ଠାରେ ମାହାଙ୍ଗା ରେ ପ୍ରଥମ ମହିଳା ମହାବିଦ୍ୟାଳୟ ସ୍ଥାପନ ର ସେ ଥିଲେ ଅନ୍ୟତମ କର୍ଣ୍ଣଧାର। ଏପରିକି

ସେତେବେଳେ ଏଠାରେ ସେ ଏକ ଫାର୍ମାସୀ ପରି ବୈଷୟିକ ଶିକ୍ଷା ମହାବିଦ୍ୟାଳୟ ପ୍ରତିଷ୍ଠା କରିଥଲେ ଯାହା ବନ୍ଦ ହୋଇ ଯାଇଥିଲା

କିନ୍ତୁ ସାଲେପୁର ଠାରେ ମାମୁଁ ସ୍ୱର୍ଗତ ଜଷ୍ଟିସ ଯୁଗଳ ମହାନ୍ତି ଙ୍କ ମାର୍ଗ ଦର୍ଶନ ଓ ସହଯୋଗ ରେ ସେ ପ୍ରତିଷ୍ଠା କରିଥିବା ଫାର୍ମାସୀ ମହାବିଦ୍ୟାଳୟ । ଯାହା ଆଜି ଦେଶ ର ଅନ୍ୟତମ ଶ୍ରେଷ୍ଠ ମହାବିଦ୍ୟାଳୟ ରେ ପରିଣତ ହୋଇଛି ଯେଉଁଠି ଡି ଫାର୍ମ, ବି ଫାର୍ମ ,ଏମ ଫାର୍ମ ,ଡି ଏମ ଏକ ଟି ,ବି ଏମ୍ ଏଲ୍, ଟି , ପି ଏଚ୍ ଡି ଶିକ୍ଷା ଦିଆଯାଉଥିଲା ବେଳେ ଗୁଣାତ୍ମକ ଶିକ୍ଷା ପାଇଁ ଏହା ରାଜ୍ୟ ର ଅନ୍ୟତମ ଶ୍ରେଷ୍ଠ ବେସରକାରୀ ମହାବିଦ୍ୟାଳୟ ଭାବେ ମୁଣ୍ଡ ଟେକିଛି ।

ଦେବ ସାର ପାରୁ ପର୍ଯ୍ୟନ୍ତ ସେ କେବଳ ସାହାଯ୍ୟ କରନ୍ତିନି ବରଂ ଉଭୟ ଆର୍ଥିକ ଓ ମାନସିକ ସ୍ତର ରେ ବହୁ ଲୋକ ଙ୍କ ପାଇଁ ପାଲଟିଛନ୍ତି ସାହା ଭରଷା । କେତେ ଗରିବ ପିଲା ଙ୍କୁ ସେ ପାଠ ପଢେଇ ମଣିଷ କରିଛନ୍ତି ତ କେତେ ବେକାର ପିଲା ଙ୍କୁ ସିଏ ବିଭିନ୍ନ ସଂସ୍ଥା ରେ କର୍ମ ନିଯୁକ୍ତି ଦେଇଛନ୍ତି ଓ ତାଙ୍କ ତେଲ ଲୁଣ ର ସଂସାର କୁ କୁଳ ରେ ଲଗାଇଛନ୍ତି ତାର ତୁଳନା ନାହିଁ । ।ସବୁ କିନ୍ତୁ ନୀରବ ରେ ଆଉ ସନ୍ତର୍ପଣର ରେ । ହାତ ଖୋଲି କେତେ ଜରାଶ୍ରମ ଗୋ ସେବାଶ୍ରମ ମଠ ମନ୍ଦିର କୁ ସେ ତୋଳି ଦେଉଛନ୍ତି ଆର୍ଥିକ ସହଯୋଗ ।

ନାଆଁ ଅଛି ଅଭିମାନ ନାଆଁ ଅହଙ୍କାର ।ଶିଶୁ ସୁଲଭ ସରଳତା ଯେମିତି ତାଙ୍କ ବ୍ୟକ୍ତିତ୍ଵ ର ଅନ୍ୟତମ ଆଧାର

ତେବେ ପ୍ରାଣ ଭରି ଭଲପାଉଥିବା ପ୍ରିୟତମା ପତ୍ନୀ ପରପାରିକି ଚାଲିଯାଇଥିଲେ ବି ସେ ସବୁ ବେଳେ ଦେବ ସାର ଙ୍କୁ ସମାଜସେବା ପାଇଁ ଉତ୍ସାହିତ କରିବା ସହ ସାଜିଥିଲେ ବାସ୍ତବ ରେ ସହଧର୍ମିଣୀ ।

ତିନି ଜଣ କନ୍ୟା ସନ୍ତାନ ଏବେ ନିଜ ନିଜ ସଂସାର ରେ ବେଶ୍ ହସ ଖୁସିରେ ଥିଲା ବେଳେ ଦେବ ସାର ଏବେ ସମାଜସେବା ପାଇଁ ମା ରାଧା ଦେବୀ ଦତ୍ତ ନାଁ ରେ ଗଢ଼ିଛନ୍ତି ସମାଜସେବା ପାଇଁ ଏକ ଅନୁଷ୍ଠାନ । ବହୁ ଯୁବ ଯୁବତୀ ବି ସ୍ଵେଚ୍ଛାସେବୀ ଭାବେ ତାଙ୍କ ମାର୍ଗ ଦର୍ଶନ ରେ ସେବା ରେ ଯୋଗ ଦେଇଛନ୍ତି। ନ୍ୟାସ ଦ୍ଵାରା ପ୍ରତିଷ୍ଠିତ ହୋମୀଓ ସ୍ବାସ୍ଥ୍ୟ କେନ୍ଦ୍ର ଓ ଭୌତିକ ଚିକିତ୍ସା କେନ୍ଦ୍ର ଗରିବ ଗୁରୁବା ଲୋକ ଙ୍କ ପାଇଁ ନିଶୁଳ୍କ ରେ ଆରମ୍ଭ କରିଛି ସେବା ଦାନ । ଏହା ବ୍ୟତୀତ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନେଇ ଏଠାରେ ଚାଲିଛି ବିଭିନ୍ନ ସଚେତନତା ରକ୍ତ ଦାନ ଚକ୍ଷୁ ପରୀକ୍ଷା ଚଷମା ବିତରଣ ଜରଶ୍ରମ୍ ରେ ସେବା ଦିନ ବନ୍ୟା ବାତ୍ୟା ବେଳେ ରିଲିଫ ବିତରଣ ସମେତ ଅନ୍ୟାନ୍ୟ ସେବା ମୂଳକ କାର୍ଯ୍ୟ ।

କିଟ୍ ବିଶ୍ଵ ବିଦ୍ୟାଳୟ ର ଜନସ୍ବାସ୍ଥ୍ୟ ବିଭାଗର ଛାତ୍ର ଛାତ୍ରୀ ଙ୍କ ନ୍ୟାସ ପରିଦର୍ଶନ

ପ୍ରଚଣ୍ଡ ଈଶ୍ଵର ବିଶ୍ୱାସ ଓ ଅନନ୍ତ ଆସ୍ଥା କୁ ଆଧାର କରି ସେ ନିରନ୍ତର ଅନ୍ୟ ମନ ଙ୍କ ଲାଗି ବlଣ୍ଟି ଚାଲିଛନ୍ତି ଜୀବନ । ସତରେ ଆଜି କlଲି ର ଦୁନିଆ ରେ ଏମିତି ମଣିଷ ହେଉଛନ୍ତି ବିରଳ ।

Leave A Reply

Your email address will not be published.

nine + 10 =