ମାନସିକ ବିକୃତ ଙ୍କ ଭିତରେ ମାଧବ ଙ୍କୁ ଖୋଜୁଥିବା ମଣିଷ -ପ୍ରଫେସର ଡକ୍ଟର ନୀଳମାଧବ ରଥ

ଚିକିତ୍ସା ସେବାର ନିରଳସ ବ୍ୟକ୍ତିତ୍ଵ

ଯାହାଙ୍କ ପାଇଁ ବୃତ୍ତି ହେଉଛି ପ୍ରବୃତ୍ତି ।ସେବା ହେଉଛି ଜୀବନ ର ଆଉ ଏକ ସାଧନା


ପ୍ରଫେସର ଡାକ୍ତର ନୀଳମାଧବ ରଥ…ପାଗଳ ଙ୍କୁ ପାଗଳ ପରି ଭଲପାଉଥିବା ମଣିଷ ମାନଙ୍କ ଭିତରେ ସତେ ଯେମିତି ଆଉ ଜଣେ ମାଧବ ସେ…
ମାନସିକ ବିକୃତ ଙ୍କ ଭିତରେ ମାଧବ ଙ୍କୁ ପାଉଥିବା ମହନୀୟ ମାନବବାଦ ର ମମତାମୁଖର ମହାନ ବ୍ୟକ୍ତିତ୍ବ..


🔺🔻 🔺🔻 🔺🔻 🔺🔻
ସତରେ କେବଳ ଜଣେ ଡାକ୍ତର ନୁହଁନ୍ତି ..ବରଂ.. ଲାଗନ୍ତି ଯେମିତି ସେ ନିଶ୍ବର ..ସେ ବିଶ୍ବର ଆଉ ସେ ଜଣେ ୨ୟ ଇଶ୍ବର…ବିନା ଫିସ ର ସିଏ ଚିକିତ୍ସକ..ଅନେକ ସମୟ ରେ ନିଜେ ଓୈାଷଧ କିଣି ଅସହାୟ ରୋଗୀ ଟି ହାତରେ ଶ୍ରଦ୍ଧା ରେ ଧରେଇ ଦେଲା ବେଳେ ଲାଗେ ଯେମିତି ଦୁନିଆର ସବୁ ପ୍ରେମ ସବୁ କରୁଣା ତାଙ୍କ ପାଖରେ ଠୁଳ ହୋଇ ସାରିଛି..ପ୍ରତି ଦିନ ଶହ ଶହ ମାନସିକ ରୋଗୀ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ରାଜ୍ୟ ବାହାରୁ ଛୁଟି ଆସନ୍ତି ତାଙ୍କ ପାଖକୁ । ବିନା ପାରିଶ୍ରମିକ ରେ ରୋଗୀ ଦେଖନ୍ତି । କିଏ ବି ତାଙ୍କ ପାଖରୁ ନିରାଶ ହୋଇ ଫେରୁ ନଥିଲା ବେଳେ ରୋଗୀ ଦେଖୁ ଦେଖୁ କେତେବେଳେ ସକାଳ ସଂଜ ହୋଇଯାଏ ପୁଣି ସଂଜ ପାଲଟି ଯାଏ ବହଳ ଅନ୍ଧାର ର ମଧ୍ୟ୍ୟ ରାତ୍ରୀ ତାହା ତାଙ୍କୁ ଜଣା ପଡେନା । ଯେମିତି ଲାଗେ ପାଗଳଙ୍କ ପୃଥିବୀ ର ସେ ଜଣେ ଜୀବନ୍ତ ଦେବତା । ନା଼ ଅଛି ଆଶା ନାଁ ପ୍ରତ୍ୟାଶା । ମାନସିକ ବିକୃତ ମଣିଷ ଟିକୁ ଦେଖିଦେଲେ ଯେମିତି ପଢିପକାନ୍ତି ତାର ମନ ର ମାନଚିତ୍ର ।
ସ୍ମାଟ ଫୋନ ଟେ ବି ତାଙ୍କ ପାଖରେ ନଥାଏ ।

କେତେ ଜରାଶ୍ରମ ମାନସିକ ଭିନ୍ନକ୍ଷମ ଙ୍କ ପାଇଁ ସମର୍ପିତ ଅନୁଷ୍ଠାନ କୁ ସେ ବିଭିନ୍ନ ପ୍ରକାର ସହଯୋଗ ଦେଇଛନ୍ତି ପୁଣି ନିଜେ ଯାଇ ଚିକିତ୍ସା ବି କରନ୍ତି ତାହା ସେବା ରେ ସମର୍ପିତ ତାଙ୍କ ବିପୁଳ ବ୍ୟକ୍ତିତ ର ବିରଳ ଉଦାହରଣ


ଜଣେ ଦିବ୍ୟ ଚେତନାର ଦେବପୁରୁଷ . ସେ ।ମାନସିକ ବିକୃତ ଙ୍କ ପାଇଁ ଯେମିତି ମମତାମୟୀ ମା ସିଏ…ସରଳ ଜୀବନ ଚର୍ଯ୍ୟା ..ସେବା ହେଉଛି ତାଙ୍କ ପାଇଁ ବୃତ୍ତି ଆଉ ପ୍ରବୃତ୍ତି ..ସାଧନା ଆଉ ସଂସ୍କାର ପୁଣି ଜୀବନ ବଞ୍ଚିବାର ଏକ ନିଃସ୍ଵାର୍ଥ ନିରାଶକ୍ତ ମାର୍ଗ
……ଆପଣଙ୍କ ବିନମ୍ରତା କୁ ଭଏସ ଅଫ କମନ୍ସ ର ଅନନ୍ତ ନମନ…

Leave A Reply

Your email address will not be published.

7 + nine =