୩୭୦ ଧାରା ଊଛେଦକୁ କାଏମ ରଖିଲେ ସୁପ୍ରିମ କୋର୍ଟ / ଜମ୍ମୁ କାଶ୍ମୀର ରେ ନିର୍ବାଚନ କରିବାକୁ ଆଦେଶ

୩୭୦ ଧାରା ଉପରେ ବହୁ ପ୍ରତିକ୍ଷୀତ ସୁପ୍ରିମ କୋର୍ଟ ଙ୍କ ଆଦେଶ ଆଜି ପ୍ରକାଶ ପାଇ ଥିଲା ବେଳେ କେନ୍ଦ୍ର ସରକାର ଙ୍କ ନିଷ୍ପତି କୁ ମନ୍ୟବର୍ ଶୀର୍ଷ ଅଦାଲତ କାଏମ ରଖିଛନ୍ତି। କେନ୍ଦ୍ର ସରକାର ଙ୍କ ପ୍ରତି ଟି ନିଷପ୍ତି କୁ ଚାଲୁ ରଖିବାକୁ ନିର୍ଦ୍ଦେଶ ଦେବା ସହ ରାଜ୍ୟ ରେ ନିର୍ବାଚନ କରାଇବା ଲାଗି ଆଦେଶ ଦେଇଛନ୍ତି ।ସୁପ୍ରିମ କୋର୍ଟ ଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ପୀଠ ସର୍ବ ସମ୍ମତି କ୍ରମେ ଏହି ରାଏ ରେ କହିଛନ୍ତି ଯେ ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଭାରତ ର ସମ୍ବିଧାନ ସର୍ବୋପରି ବୋଲି ଆଦେଶ ରେ ଉଲ୍ଲେଖ କରି ରାଷ୍ଟ୍ରପତି ଙ୍କ ସବୁ ନିଷ୍ପତି କୁ ମାନ୍ୟବର ଅଦାଲତ ସମର୍ଥନ କରିଛନ୍ତି । ୫ ଅଗଷ୍ଟ ୨୦୧୯ ରେ ୩୭୦ ଧାରା କୁ ଦେଶ ରେ ସାଂସଦ ରେ ଉଚ୍ଛେଦ କରାଯାଇଥିଲା ବେଳେ ଜମୁ କାଶ୍ମୀର ଓ ଲାଦଖ କୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଥିଲା ।ଏହି ନିଷ୍ପତ୍ତି ବିରୋଧ ରେ ୨୩ଟି ମକଦ୍ଦମା ସୁପ୍ରିମ କୋର୍ଟ ରେ ଦାଖଲ କରାଯାଇଥିଲା ବେଳେ ୨ ଅଗଷ୍ଟ ୨୦୨୩ ରୁ ନିୟମିତ ଶୁଣାଣି ହେଉଥିଲା ବେଳେ ୫ ସେପ୍ଟେମ୍ବର ,୨୦୨୩ ପର୍ଯ୍ୟନ୍ତ ଏହା ଚାଲିଥିଲା ।ଏହା ପରେ ସୁପ୍ରିମ କୋର୍ଟ ତାଙ୍କ ରାୟ ସୁରକ୍ଷିତ ରଖିଥିଲା ବେଳେ ୯୬ ଦିନ ପରେ ଏହା ପ୍ରକାଶ ପାଇଛି

କପିଲ ଶିବଲ ଗୋପାଳ ସୁବ୍ର ମନ୍ୟନ ଓ ରାଜୀବ ଧବନ ଜା ଫ ର ସାହା ପ୍ରମୁଖ ଏହି ଧାରା ର ଉଚ୍ଛେଦ ବିରୁଦ୍ଧ ରେ ଲଢ଼ୁଥିଲେ ବେଳେ

ଏହା ବିରୁଦ୍ଧେ ରେ ଆଟରଣି ଆର୍ ଭେଙ୍କଟ ରମଣୀ ସଲିଶିଟର ଜେନେରାଲ ତୁଷାର ମେହେଟ୍ଟା ହରିଶ୍ ସାଲଭେ ରାକେଶ ଦ୍ବିବେଦୀ ଭି ଗିରି ତର୍କ ରଖି ଥି ଲେ।

Leave A Reply

Your email address will not be published.

15 + nine =