ବିଲୁପ୍ତି ବାଟ ରେ ପୁଙ୍ଗାନୂର୍ ବାମନ ଗୋ ବଂଶ – ପୁନରୁଦ୍ଧାର ପାଇଁ ଚାଲିଛି ପ୍ରଚେଷ୍ଟା

ଆଲେଖ୍ୟ- ସତ୍ୟ

ଭଏସ ଅଫ୍ କମନ୍ସ

ଭାରତ ର ସଂସ୍କୃତି ହେଉଛି ଋଷି ଆଉ କୃଷି ସଂସ୍କୃତି ଉପରେ ଆଧାରିତ ଯେଉଁଠି ଗୋ ଧନ ର ରହିଛି ଅଶେଷ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଆମ ଦେଶ ର ପୂଜା ପାର୍ବଣ ମଠ ମନ୍ଦିର ଚାଷ ବାସ ଆଉ ଅର୍ଥନୀତି ଏପରିକି ସ୍ୱାସ୍ଥ୍ୟ ସୁରକ୍ଷା ଥିଲା ଗୋ ଆଧାରିତ ।
ଏଥିଲାଗି ଗୋ ମାତା ର ଦୁଗ୍ଧ ଘିଅ ଦହି ଲହୁଣୀ ଠାରୁ ଆରମ୍ଭ କରି ଗୋ ମୂତ୍ର ଗୋବର ପର୍ଯ୍ୟନ୍ତ ପ୍ରତିଟି ଦ୍ରବ୍ୟ ଅତୁଲନୀୟ ।


ହିନ୍ଦୁ ପରମ୍ପରା ରେ ଶ୍ରୀ କୃଷ୍ଣ ଙ୍କ ଅନ୍ୟ ନାଁ ଗୋପାଳ ହୋଇଥିଲା ବେଳେ ସେ ଗୋପାଳକ ଙ୍କ ଘରେ ଲlଳିତ ପାଳିତ ହୋଇଥିଲେ । ଭଗବାନ ଶ୍ରୀକୃଷ୍ଣ ନିଜେ ଗାଈ ଗୋଠ ନେଇ ଜଙ୍ଗଲ କୁ ଯାଉଥିଲା ବେଳେ ଇନ୍ଦ୍ର ଙ୍କ ବଦଳରେ ଗୋ ବର୍ଦ୍ଧନ ପାହାଡ କୁ ପୂଜିବା ଙ୍କୁ ଗୋପପୁରବlସି ଙ୍କୁ କହିଥିବର୍ ପୁରାଣ କୁହେ । ମା ଗଙ୍ଗା ଗୋ ମୁଖ ରୁ ବହି ଆସିଥିଲା ବେଳେ ଶ୍ରୀ କ୍ଷେତ୍ର ର ଅନ୍ୟ ନାମ ବି ଗୋ ବର୍ଦ୍ଧନ ପୀଠ ଆଟେ ।

ଦୁର୍ଭାଗ୍ୟ ଯେ ସେଇ ଭାରତ ରେ ଆଜି ଗୋଟିଏ ପରେ ଗୋଟିଏ ଦେଶୀୟ ପ୍ରଜାତି ର ଗୋ ବଂଶ ର ବିଲୟ ଘଟୁଛି ଓ ଇତିହାସ ହେବାକୁ ବସିଛି ।

ତେବେ ଭାରତ ରେ ଦେଖା ଯାଉଥିବା ଦେଶୀୟ ପ୍ରଜାତି ର ଗାଈ ଗୁଡ଼ିକ ର କ୍ଷୀର ଅତ୍ୟନ୍ତ ଔଷଧୀୟ ଅଟେ ।ବିଦେଶୀ ପ୍ରଜାତି ର ଦୁଗ୍ଧ ତୁଳନାରେ ଦେଶୀୟ ପ୍ରଜାତି ର ଦୁଗ୍ଧ ହିଁ ପ୍ରକୃତa2 ଶ୍ରେଣୀୟ ଦୁଗ୍ଧ ବୋଲି କୁହାଯାଏ ।

ଭାରତ ରେ ଗିର ସିନ୍ଧ୍ ସହିୱାଲ ପୁଙ୍ଗାଁନୁର ପରି ଦେଶୀୟ ପ୍ରଜାତି ର ଗାଈ ଦେଖା ଯାଉଥିଲା ବେଳେ ଓଡ଼ିଶା ରାଜ୍ୟ ରେ ମୋଟୁ ଘୁମୁସରି ବିଂଝାରପୁରି ଖରୀଆର ଦେଶୀୟ ଗୋ ବଂଶ ସଂଖ୍ୟା ବି ଦୃତ ଗତିରେ ହ୍ରାସ ପାଇବାରେ ଲାଗିଛି ।

କିଛି ଦିନ ପୂର୍ବରୁ ଭାରତ ର ପ୍ରଧାନମନ୍ତ୍ରୀ କିଛି ଛୋଟ ଛୋଟ ଗାଈ ଗୁଡ଼ିକ ନିଜ ବାସ ଭବନ ରେ ଖାଇବାକୁ ଦେଇଥିବାର ଭିଡିଓ ଚିତ୍ର ଭଇରାଲ ହେଲେ ପରେ ସେଇ ଗାଈ ଗୁଡ଼ିକ ପ୍ରତି ଦେଶ ଓ ବିଦେଶ ବ୍ୟାପୀ ଜାଣିବାର ଆଗ୍ରହ ଦେଖା ଦେଇଛି ।

ଅଯୋଧ୍ୟାରେ ରାମଲାଲl
ଙ୍କ ମନ୍ଦିର ପ୍ରତିଷ୍ଠା ସମୟ ରେ ୧୧ ଦିନ ବ୍ୟାପୀ ତଳେ ଶୋଇବାର ବିଧି ପାଳନ କରୁଥିଲା ବେଳେ ପ୍ରଧାନ ମନ୍ତ୍ରୀ ମୋଦୀ ଙ୍କ ର ଗୋ ସେବା କରିବା ସମସ୍ତ ଙ୍କ ଦୃଷ୍ଟି କୁ ଆସିଛି।ବିଦେଶ ନେତା ମାନେ କୁକୁର ସହ ଫଟ ଗଣ ମାଧ୍ୟମ ରେ ଦେଖା ଯାଉଥିଲା ବେଳେ ମୋଦୀ ପ୍ରଧାନମନ୍ତ୍ରୀ ନିବାସ ରେ ଗାଈ ଙ୍କୁ ଖୋଇବାର ଦୃଶ୍ୟ ଏବେ ଏକ ବ୍ରାଣ୍ଡ ହେବାକୁ ଯାଉଛି ।

ଦିନ ଥିଲା ଯେତେ ବେଳେ ଭାରତରେ ଗାଈ ମାନେ ଗୁହlଳେ ନୁହେଁ ବରଂ ପରିବାର ସହ ଘରେ ରହୁଥିଲେ । ପରିବାର ର ଲୋକ ମାନଂକ ସହ ଘରେ ବେଶ ଖୁସି ରେ ଥିଲେ । ଏବେ ସେଇ ଜାଗା ବିଦେଶୀ ବ୍ରିଡ ର କୁକୁର ନେଇ ଥିଲା ବେଳେ ଏବେ ପୁଣି ଗାଈ ମାନଙ୍କ ପ୍ରତି କିଛି ମାତ୍ରା ରେ ଆଗ୍ରହ ବଢୁଛି।
ତେବେ ଭାରତ ରେ ସବୁଠାରୁ ଛୋଟ ପ୍ରଜାତି ର ଦେଶୀୟ ଗାଈ ହେଉଛି ପୁଙ୍ଗନୂର୍ ବ୍ରିଡ ଯାହା ବିଲୁପ୍ତି ର ବାଟରେ ଇତିହାସ ହେବାକୁ ଯାଉଛି ।

ଆନ୍ଧ୍ରପ୍ରଦେଶ ର ଚିତ୍ୟୁର ଜିଲ୍ଲାର ପୁଙ୍ଗନୁର ଅଞ୍ଚଳ ରେ ଏହି ବିରଳ ଗୋ ପ୍ରଜାତି ଦେଖା ଯାଉଥିବାରୁ ଏହାର ନାମ ପୁଙ୍ଗନୁର୍ ହୋଇଛି।
ଏହି ଗାଈ ର ଲାଞ୍ଜ ତଳକୁ ଘୁଷୁରୀ ଥାଏ ଓ ଏମାନଙ୍କର ରଙ୍ଗ ପାୟ ଧଳା ହୋଇଥାଏ ଓ ଏହି ଗାଈ ର ମୂଲ୍ୟ ୧ ଲକ୍ଷ ରୁ ଦସ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ । ଏକ ପରିସଂଖ୍ୟାନ ଜଣାପଡିଥିଲା ଯେ ବର୍ତ୍ତମାନ ଭାରତ ରେ ମାତ୍ର ୨୭୦୦ ପାଖା ପାଖି ଏହି ପ୍ରଜାତି ର ଗାଈ ଅଛନ୍ତି ।

ଏହି ଗାଈ ଗୁଡ଼ିକ ଦିନକୁ ମାତ୍ର ୫,କେ ଜି ଦାନା ଖାଆନ୍ତି । ଏଗୁଡିକ ଓଜନ ପ୍ରାୟ ୨୦୦ କିଲୋ ମଧ୍ୟରେ ହୋଇଥାଏ । ଏମାନଙ୍କ କ୍ଷୀର ସାଧାରଣ ଗାଈ ଠାରୁ ଅନେକ ଗୁଣ ରେ ଔଷଧୀୟ ଓ ପୁଷ୍ଟିକର ହୋଇଥାଏ। ଏହି ଗାଈ ଦିନକୁ ୩ ଲିଟର ରୁ ପାଞ୍ଚ ଲିଟର କ୍ଷୀର ଦେଲା ବେଳେ ଏଥିରେ ଫାଟ୍ ୮ପ୍ରତିଶତ ହୋଇଥାଏ ଓ ଦୁଗ୍ଧ ବହୁତ୍ ଗାଢ଼ ଓ ଔଷଧୀୟ ହୋଇଥାଏ। ଏହି କ୍ଷୀର ରେ Au ବା ସୁନା ର ରସାୟନ ରହିଥାଏ । ଏହି ଗାଈ ର କ୍ଷୀର ସ୍ଥଳ ବିଶେଷ ରେ ୩୦୦ ଟଙ୍କା ରୁ ୮୦୦ ଟଙ୍କା ଯାଏ ଲିଟର ପିଛା ବିକ୍ରି ହୋଇ ଥାଏ ।

ଭାରତରେ ବଞ୍ଚି ରହିଥିବା ୩୨ ପ୍ରଜାତି ଗୋ ବଂସ୍ ଭିତରୁ ଏହି ପୁଙ୍ଗୁନୂର୍ ଏକ ବିରଳ ପ୍ରଜାତି ବୋଲି କୁହାଯାଏ ।ସମୁଦ୍ର ମନ୍ଥନ ବେଳେ ଗୋ ମାତା ସୁରଭି ମିଳିଥିବାର କୁହlଜଆଉଥିଲା ବେଳେ ଶ୍ରୀରାମ ଙ୍କ ଗୁରୁ ବସିଷ୍ଠ ଙ୍କ ଆଶ୍ରମ ରେ ଏହି ପ୍ରଜାତି ର ଗାଈ ଦେଖିବାକୁ ମିଳୁଥିଲା ବୋଲି ପୁରାଣ ରେ ବର୍ଣ୍ଣନ ରହିଛି । ତେବେ ସୁରଭି ଗୋ ମା ତା ର ୩୨ ପ୍ରଜାତି ଥିଲା ବେଳେ ପୁଙ୍ଗୁନୁର ବି ତାର ଏକ ଅଂଶ ।
ତିରୁପତି ଦେବ ସ୍ଥାନମ ରେ ୨୦୦ ପ୍ରଜାତି ର ପୁଙ୍ଗାନୁର ଗାଈ
ପାଳନ କରାଯାଉଛି । ତେବେ ଏହି ଗାଈ ର ପବିତ୍ର କ୍ଷୀର ରେ ଭଗବାନ ତିରୁପତି ଙ୍କ ସ୍ଥାନ ହୋଇଥାଏ ।

ପୁଙ୍ଗନୁନୂର୍ ଗାଈ ର ଉଚ୍ଚତା ତିନି ରୁ ଚାରି ଫୁଟ ଥିଲା ବେଳେ ଗୋଦାବରୀ ଜିଲ୍ଲା ର ଲିଙ୍ଗମ ପଟି ର ଡାକ୍ତର ପି କ୍ରିଷ୍ଣା ରାଜୁ ୧୪

ବର୍ଷ ପଯ୍ୟନ୍ତ ୧୬୩୨ ଟି ଗାଈ ଉପରେ ଗବେଷଣା କରି ଏହି ପ୍ରଜାତି ର ଗାଈ ର ଉଚ୍ଚତା କୁ ୨ ଫୁଟ ପର୍ଯ୍ୟନ୍ତ ଆଣି ୫୦୦ ରୁ ଅଧିକ ଗାଈ ପ୍ରସ୍ତୁତ କରିପାରିଛନ୍ତି ଯାହା ଦେସିୟ ପ୍ରଜାତି ର ଗୋ ବଂଶ ସଂରକ୍ଷଣରେ ଏକ ଐତିହାସିକ ଉପଲବ୍ଧି ।

ତାହାକୁ ମିନିଏଚର ପୁଙ୍ଗୁନୁର୍ କୁହାଯାଉଛି । ଏବେ ପୁଣି ଗବେଷଣା କରି ସେ ଏକ ଫୁଟ ଉଚ୍ଚତା ର ମିନି ମିନିଏଚର୍ ପୁଙ୍ଗୁନୂର ଗାଈ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ପ୍ରାୟ ଆଗାମୀ ଦୁଇ ବର୍ଷ ଭିତରେ ଏହି ଉଚ୍ଚତା ର ଗାଈ ପ୍ରସ୍ତୁତ ହୋଇପାରିବ ବୋଲି ସେ କୁହନ୍ତି ।

ଏହି ଗାଈ ର ଗୋ ମୂତ୍ର ଲିଟର କୁ
ଦଶ ଟଙ୍କା ରେ ବିକ୍ରି ହେଇ ପାରୁଥିଲା ବେଳେ ଏହାର ଗୋବର କିଲୋ ପିଛା ମୂଲ୍ୟ ୫ ଟଙ୍କା।


ନିଜ ଶେଯ ରେ କୁକୁର ବିଲେଇ କୁ ଶୁଆଇ ଗର୍ବ କରୁଥିବା ଗୃହସ୍ଥ ମାନେ ଆଗକୁ ବେଶ୍ ଆକର୍ଷଣୀୟ ଡଉଲ ଡାଉଲ କୁନି କୁନି ଗାଈ ଙ୍କୁ ପାଳିବେ। ନିଜ ପାଖ ରେ ଶେଯ ଶୁଏଇବେ । ତାଙ୍କ ସହ ଗେଲ ହେବେ ତାଙ୍କ କ୍ଷୀର ଖାଇବେ ।ଖାଲି ଗାଁ ରେ ନୁହେଁ ବରଂ ସହର ରେ ଅତି କମ ଜାଗାରେ ପରିବାର ର ସଦସ୍ୟ ଙ୍କ ସହ ଏହି ଗାଈ ମାନେ ବି ରହି ପାରିବେ ।

Leave A Reply

Your email address will not be published.

1 × one =