ରାଷ୍ଟ୍ରୀୟ ମହାତ୍ମା ଗାନ୍ଧୀ ପୁରସ୍କାର ପାଇବେ ଓଡ଼ିଶାର ବିଶିଷ୍ଟ ଗାନ୍ଧୀବାଦୀ ତଥା ସର୍ବୋଦୟ ନେତ୍ରୀ ଶ୍ରୀମତୀ କ୍ରିଷ୍ଣା ମହାନ୍ତି

,

ଚଉରାଅଶୀ ବର୍ଷ ବସୁସ୍କ ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ କର୍ମୀ ସମାଜସେବୀକା ଶ୍ରୀମତୀ କ୍ରିଷ୍ଣା ମହାନ୍ତି ଙ୍କୁ ୨୦୨୩ ବର୍ଷ ପାଇଁ ମହାତ୍ମା ଗାନ୍ଧୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ତାଙ୍କ ମା ତଥା ବିଶିଷ୍ଟ ସମାଜସେବୀକା ମାଳତି ଚୌଧୁରୀ ଙ୍କ ଦ୍ଵାରା ଢେଙ୍କାନାଳ ରେ ପ୍ରତିଷ୍ଠିତ ବାଜିରାଉତ୍ ଛାତ୍ରାବାସ ରେ ସେ ଏବେ ରହୁଛନ୍ତି । ଉତ୍କଳ ଗାନ୍ଧୀ ସ୍ମାରକ ନିଧି ର ସଭାପତି ଥିବା ଶ୍ରୀମତୀ ମହାନ୍ତି ଆଜୀବନ ସରଳ ଜୀବନ ଯାପନ କରୁଥିଲା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ ର ସେ ସୁପୁତ୍ରୀ ଅଟନ୍ତି ।

ଭାରତୀୟ ମୁକ୍ତି ସଂଗ୍ରାମ ରେ ଭାଗ ନେବା ଲାଗି ତାଙ୍କ ପୁରା ପରିବାରକୁ କାରା ଦଣ୍ଡ ଦିଆଯାଇଥିଲା ବେଳେ ସେତେବେଳେ ପାଞ୍ଚ ବର୍ଷ ବୟସ ହୋଇଥିବା ଶ୍ରୀମତି କ୍ରିଷ୍ଣା ଙ୍କୁ ମହାତ୍ମା ଗାନ୍ଧୀ ସେବlଗ୍ରାମ ଆଶ୍ରମ କୁ ନେଇଥିଲେ ।

ବହୁ ମୁଖ୍ୟମନ୍ତ୍ରୀ ଙ୍କ ପୁଆ ଝିଅ କ୍ଷମତା ରାଜନୀତି କୁ ଆସିଥିଲା ବେଳେ ଅତି ସାଧସିଧା ମାମୁଳି ଜୀବନ ବଞ୍ଚୁଥିବା ଶ୍ରୀମତୀ କ୍ରିଷ୍ଣା ମହାନ୍ତି କ୍ଷମତା ରାଜନୀତି ଠୁ ବହୁ ଦୂର ରେ ରହି ସମାଜ ସେବା ସହ ଗାନ୍ଧୀ ଦର୍ଶନ ପ୍ରଚାର ପ୍ରସାର ରେ ନିଜ କୁ ସମର୍ପିତ କରିଛନ୍ତି ।

Leave A Reply

Your email address will not be published.

8 − six =