ଭଏସ ଅଫ କମନ୍ସ

ଗଛ କିଶୋର

ସବୁଜିମା କୁ ନେଇ ସାଧାରଣ ଲୋକ ର ସ୍ୱର

ମୁଲ ପାତି ଲାଗିଲେ ସଂସାର ଚାଲେ । ଅଭାବ ଅନାଟନ ତାଙ୍କୁ ପଢିବାକୁ ଦେଇନି । ପ୍ରାଥମିକ ଶିକ୍ଷା ପରେ ପୋଥି ରେ ଡୋରି ବାନ୍ଧି ପର ଘରେ ପିଲାଟି ଦିନରୁ କାମ କରିଛନ୍ତି ସେ ।ହେଲେ ପରିବେଶ ସୁରକ୍ଷା ଓ ଗଛ ପ୍ରତି ଥିବା ଭଲ ପାଇବା ଦେଖିଲେ ସମସ୍ତେ ଖୁସି ହୁଅନ୍ତି । ଗଛ ପାଗଳ କିଏ କହୁଥିଲା ବେଳେ କିଏ କୁହନ୍ତି ଗଛ କିଶୋର ।କଟକ ଜିଲ୍ଲା ମାହାଙ୍ଗା ବ୍ଲକ ର ଧାର ପୂର୍ ଗାଁ ରେ ତାଙ୍କର ଜନ୍ମ ।ଗଣେଶ ପୂଜାରେ ତାଙ୍କ ର ଜନ୍ମ ଦିନ ଅବସର ରେ ତାଙ୍କୁ ସାହା ର ଯୁବ କର୍ମୀ ମାନେ ଅଭିନନ୍ଦନ ଜଣାଇବା ସହ ଭଏସ ଅଫ୍ କମନ୍ସ ପାଇଁ ଦିପଦ ସୁଖ ଦୁଃଖ ହୋଇଥିଲେ ସୁଧାଂଶୁ ମୋହନ ରାଉତ୍ ତେବେ ଜନ୍ମ ଦିନରେ କିଶୋର ନା ମନ୍ଦିର ଯାଆନ୍ତି କି କେକ କାଟନ୍ତି । ନା ଦୀପ ଯାଲନ୍ତି କି

ମହମବତି ଲିଭାନ୍ତି। ନିଜ ଜନ୍ମ ଦିନରେ ଗଛ ଲାଗନ୍ତି ସେ ।ତାଙ୍କ ପାଇଁ ତାଙ୍କ ଠାକୁର୍ ଯେମିତି ଗଛ,,ତାଙ୍କ ପୁଅ ଝିଅ ଯେମିତି ଗଛ। ଆଜି ସାହା ର ଯୁବ ସମାଜ କର୍ମୀ ମାନେ ତାଙ୍କୁ ନୂଆ ଲୁଗା ପିନ୍ଧେଇ ତାଙ୍କ ଜହ୍ନ ଦିନରେ ମିଠା ବାଣ୍ଟି କିଛି ସମୟ କଟାଇଥିଲେ ଓ ଆହୁରି ଆହୁରି ଗଛ ଲଗେଇ ଦୁନିଆ କୁ ସରସ ସୁନ୍ଦର କରିବାକୁ ଉତ୍ସାହ ଦେଇଥିଲେ ,,,

Leave A Reply

Your email address will not be published.

17 − eight =