କାଠଯୋଡ଼ି ରୁ ମିଳିଲା ନରାଜ ରୁ ନିଖୋଜ ଛାତ୍ର ଙ୍କ ଶବ

କଟକ ୮/୦୮

ଗତ ଆଠ ତାରିଖ ରେ କଟକ ର ଏକ ଘରୋଇ ମହାବିଦ୍ୟାଳୟ ର ୮ ,ଜଣ ଛାତ୍ର ମହାନଦୀ କୁ ଗାଧୋଇ ଆସିଥିଲେ ଓ

୨ ଜଣ କଲେଜ ଛାତ୍ର ବୁଡ଼ି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆଜି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତ ଛାତ୍ର ହେଲେ ଆଦିତ୍ୟ ଅଭିଷେକ । କାଠଯୋଡ଼ି ନଦୀରୁ ତାଙ୍କ ମୃତଦେହ ଆଜି ବାଲିଅନ୍ତା ନିକଟରେ ଉଦ୍ଧାର ହୋଇଛି। ପୁଅକୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ଅଭିଯୋଗ ମୃତ ଛାତ୍ର ଙ୍କ ବାପା ସୁଧୀର କୁମାର ମଲ୍ଲିକ ଆଣିଛନ୍ତି ।

ଆଦିତ୍ୟ ଅଭିଷେକଙ୍କ ସମେତ ତାଙ୍କ ସାଙ୍ଗ ଗତ ୮ ତାରିଖରୁ ପାଣିରେ ବୁଡ଼ି ଯାଇଥିବା ର ଖବର ପାଇ ଉଭୟଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପ୍ରୟାସ ଜାରି ରଖିଥିଲା। ତେବେ ଆଦିତ୍ୟଙ୍କ ମୃତଦେହ ଠାବ ହେବା ପରେ ତାଙ୍କ ପରିବାର ଲୋକେ ଶୋକାତୁର ହୋଇ ଦୁଃଖୀ ଭାଙ୍ଗି ପଡ଼ିଛନ୍ତି। ମୃତଦେହରେ କ୍ଷତ ଚିହ୍ନ ଅଛି କି ନାହିଁ ସେ ସମ୍ପର୍କରେ ସବିଶେଷ ଭାବେ କିଛି ଜଣାପଡ଼ିନି।

ଆଦିତ୍ୟ ଅଭିଷେକଙ୍କ ବାପା ସୁଧୀର କୁମାର ମଲ୍ଲିକ ଆଜି ସକାଳେ ଏ ନେଇ ଗୋଡ଼ିସାହି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ , ଗତ ୮ ତାରିଖରେ ୮ ଜଣ ଛାତ୍ର ନରାଜ ଯାଇଥିଲl ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ବୁଡ଼ି ଯାଇଥିଲେ। ବାକି କିଛି ପିଲା ଆଦିତ୍ୟଙ୍କ ମା’ଙ୍କ ନିକଟକୁ ଫୋନ୍‌ କରି ଆଦିତ୍ୟ ନଦୀରେ ବୁଡ଼ି ଯାଇଥିବା କଥା ନ କହି ଆଦିତ୍ୟ କୁଆଡ଼େ ଯାଇଛି ବୋଲି ପଚାରିଥିଲେ।

ପୁଲିସ୍‌ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଛି l ପ୍ରକାଶ ଯୋଗ୍ୟ ଯେ
ଗତ ୮ ତାରିଖରେ କଟକର ଏକ ଘରୋଇ କଲେଜର ୮ ଜଣ ଛାତ୍ର ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ବୁଡ଼ିଯାଇ ଥିବାର ଖବର ପ୍ରଚାରିତ ହୋଇଥିଲା ।

Leave A Reply

Your email address will not be published.

5 × one =