ଭଏସ ଅଫ କମନ୍ସ

ଖୁସି ତାଲିକାରେ ଖସୁଛି ଭାରତ ଦୁର୍ନୀତିରେ କିନ୍ତୁ ଦେଶ ଆଗରେ ।

ବିଶେଷ ଆଲେଖ୍ୟ :୨୮.୦୭.୨୦୨୩

ଖୁସି ରେ ରହୁଥିବା ଦେଶ ଗୁଡ଼ିକ ର ତାଲିକା ରେ ଭାରତ ର ସ୍ଥାନ ଶହେ ତଳକୁ ଥିଲା ବେଳେ ବିଭିନ୍ନ କାରଣ ପାଇଁ ଭାରତୀୟ ମାନେ ବେଶ୍ ଦୁଃଖ ରେ ଅଛନ୍ତି ।ତେବେ ଏଥି ଲାଗି ଦେଶରେ ନୈତିକ ମୂଲ୍ୟ ବୋଧର ହ୍ରାସ ଏକ କାରଣ ହୋଇପାରେ । ବ୍ୟବସ୍ଥା ରେ ଏବେ ଦୁର୍ନୀତି ବ୍ୟାପୁଥିବାରୁ। ଜନଜୀବନ ଠାରୁ ଆରମ୍ଭ କରି ସରକାରୀ ପ୍ରଶାସନ ଓ ରାଜନେତା ମାନଙ୍କ ମଧ୍ୟରେ ଦୁର୍ନୀତି ଚରମ ସ୍ତର ରେ ପହଁଚିଛି। ଯେଉଁ କାର୍ଯ୍ୟାଳୟ କୁ ଗଲେ ସେଠାରେ ଦୁର୍ନୀତି କୁ ଅନୁଭବ କରିବାକୁ ପଡ଼ିବ ।
ଥାନା ଠାରୁ ଡାକ୍ତଖାନା ଯାଏ । ବିଚରlଲୟ ରେ ବିଳମ୍ବିତ ବିଚାର ପାଇଁ ବହୁ ନିର୍ଦ୍ଧୋଷୀ ବର୍ଷ ବର୍ଷ ଧରି ମାନସିକ ପଶ୍ଚତାପରେ ରହୁଥିଲା ବେଳେ ଉପଯୁକ୍ତ ତଦନ୍ତ ଅଭାବ ରୁ ବହୁ ଦୋଷୀ ପ୍ରମାଣ ଅଭାବରୁ ଖସି ଯାଉଛନ୍ତି । ବ୍ୟବସ୍ଥା ବିଗିଡ଼ି ଯାଉଥିବାରୁ ସମାଜ ସଂସ୍କୃତି ଆଧ୍ୟାତ୍ମିକ ପରମ୍ପରା ସାଧାରଣ ଜନଜୀବନ ରେ ହିଂସା

ପରଶ୍ରୀକାତରତା ହତ୍ୟା ଲୁଣ୍ଠନ ପାରିବାରିକ କଳହ ବଢ଼ି ଚାଲିଛି ।ସମାଜ ରେ ଆଦର୍ଶ ର ଭୟଙ୍କର ସଙ୍କଟ ଦେଖା ଦେଇଛି । ଯାହା ଦେଶ କୁ ମାନସିକ ଅବସାଦ ଆଡ଼କୁ ଟ ଟାଣି ନେଉଛି ଯାହା ନିଶା ସେବନ ନିଶା କାରବାର ଓ ଆତ୍ମ ହତ୍ୟା ପ୍ରବଣତା କୁ ବଢ଼ି ବାରେ ସାହାଯ୍ୟ କରୁଛି । ଏଣୁ ବ୍ୟବସ୍ଥାରେ ଭ୍ରଷ୍ଟାଚାର ସାଧାରଣ ଭାରତୀୟ ମାନଙ୍କ ର ଦୁଃଖ ର ବହୁ କାରଣ ଭିତରୁ ଗୋଟିଏ ବୋଲି କୁହାଯାଇପାରେ ।

2022 ରେ ବିଶ୍ଵ ଖୁସି ରେ ରହୁଥିବା ଦେଶ ର ତାଲିକା 136ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିଲା ବେଳେ ଭାରତ ର ସ୍ଥାନ 122,ପାକିସ୍ଥାନ ବଂଗଲାଦେଶ ଏପରି କି ଯୁଦ୍ଧ୍ୟ ଗ୍ରସ୍ତ୍ ୟୁକ୍ରେନ ଠାରୁ ବି ଭାରତ ର ସ୍ଥାନ ଆହୁରି ତଳେ ରହିବା ସାର ବିଶ୍ଵ କୁ ଶାନ୍ତି କରୁଣ କ୍ଷମା ପ୍ରେମ ଭଲପାଇବା ସିଖାଉଥିବ ରାଷ୍ଟ୍ର ଭାରତ ପାଇଁ ଅତ୍ୟନ୍ତ ଲଜ୍ୟାକର ।

ଦୁର୍ନୀତି ଗ୍ରସ୍ତ ରାଷ୍ଟ୍ର ଗୁଡ଼ିକ ଏକ ବିଶ୍ଵ ସ୍ତରୀୟ ତାଲିକାରେ ଭାରତ ର ସ୍ଥାନ 86 ରେ ଥିଲା ବେଳେ 100 ମୂଲ୍ୟାଙ୍କନ ରୁ ଏହା ମାତ୍ର 40ନମ୍ବର ପାଇଛି ଯାହା ଭାରତୀୟ ଏକ କରୁଣ ସ୍ଥିତି କୁ ସାବ୍ୟସ୍ତ କରୁଛି ।
ସାହିତ୍ୟ ସଂସ୍କୃତି ଭାଷା ପ୍ରାକୃତିକ ବିଭବ ବିପୁଳ ଆଧ୍ୟାତ୍ମିକ ପରମ୍ପରା ଜଳ ଜମି ଜଙ୍ଗଲ ବୈଜ୍ଞାନିକ ଜ୍ଞାନ କୌଶଳ ଉନ୍ନତ ମାନବିକ ସମ୍ଭଳ ଏପରିକି ବିଶ୍ବ ଗୁରୁ ର ସ୍ଥାନ ଦାବି କରୁଥିବା ଦେଶ ର ଜନତା କାହିଁକି ଏତେ ଦୁଃଖୀ କାହିଁକି ଏତେ ଦୁର୍ନୀତି ଗ୍ରସ୍ତ ତାହାର କାରଣ ରାଜନେତା ଓ ରାଜନୀତି ପାଖ ଟେ ଖୋଜିବାକୁ ପଡିବ। ଏ ଦେଶ ୟା ବୈଜ୍ଞାନିକ ଚିକିତ୍ସକ ଯନ୍ତ୍ରୀ କୃଷକ ସୈନିକ ଶିକ୍ଷକ ଶ୍ରମିକ ଆରକ୍ଷୀ ଅଧିବକ୍ତା ବିଚାରପତି ବ୍ୟବସାୟୀ ଦେଶକୁ ଯେତିକି ସୁନ୍ଦର ଭାବରେ ଗଢିବାକୁ ଚାହାନ୍ତି ଓ ଭଲ ପାଆନ୍ତି ଯଦି। ସେତିକି ଭଲ ପାଇବା ତ୍ୟାଗ ରାଜନେତା ମାନଙ୍କ ଠାରେ ଦେଖାଯlନ୍ତl ତେବେ ହୁଏତ ବ୍ୟବସ୍ଥା ପରିବର୍ତ୍ତନ ହୋଇଯାଅlନ୍ତା । ଓ କିଛି ଭାବରେ ଦୁଃଖିନୀ ଭାରତ ର ଭାଗ୍ୟ ବାଦଳି ଯାଆନ୍ତl l

Leave A Reply

Your email address will not be published.

fourteen + 11 =