ଭଏସ ଅଫ କମନ୍ସ

ଗଞ୍ଜେଇ ଚାଲାଣ ଅଭିଯୋଗରେ ସିପାହୀ ଙ୍କୁ ବହିଷ୍କୃତ କଲେ ଅବକାରୀ କମିଶନର

ଭୁବନେଶ୍ୱର ,,୨୭ ଜୁଲାଇ

ଅବକାରୀ ବିଭାଗରେ କନେଷ୍ଟବଳ ପବବୀରେ ଥାଇ ଗଞ୍ଜେଇ କାରବାରରେ ଧରାପଡିଥିବା କନେଷ୍ଟବଳ ଦୀପକ ପାଣିଗ୍ରାହୀଙ୍କୁ ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ଚାକିରିରୁ ବିଦା କରିଛନ୍ତି ଓ ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ ହୋଇଛି ।

ରାୟଗଡା ଜିଲ୍ଲା ଅବକାରୀ ବିଭାଗରେ କନେଷ୍ଟବଳ ଦୀପକ ପାଣିଗ୍ରାହୀ ବେଆଇନ୍‍ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହେବା ସହିତ ଚଳିତବର୍ଷ ମାର୍ଚ୍ଚ ୧୪ ତାରିଖରେ ରାୟଗଡା ଟାଉନ ଥାନା ପୁଲିସ୍‍ ଦ୍ୱାରା ସେ ଗିରଫ ହୋଇଥିଲେ ।

ଶ୍ରୀ ପାଣିଗ୍ରାହୀଙ୍କ ଭଡା ଘରୁ ୪୨ କିଲୋରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା ବେଳେ ତାଙ୍କୁ ଗିରଫ କରାଯିବା ସହିତ ତାଙ୍କ ବିରୁଦ୍ଧରେ ଏନ୍‍ଡିପିଏସ୍‍ ଅଧିନିୟମ ୧୯୮୫ ଅନୁଯାୟୀ ମାମଲା ରୁଜୁ ହେବା ସହିତ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

ଓଡିଶା ସରକାରୀ ସେବା ଆଇନ୍‍ ୧୯୫୯ର ଉଲ୍ଲଙ୍ଘନ ସହିତ ତାଙ୍କ ବିରୁଦ୍ଧରେ ବେଆଇନ୍‍ ଗଞ୍ଜେଇ କାରବାର କରୁଥିବା ଦର୍ଶାଯାଇଥିଲା ।

ରାଜ୍ୟ ଅବକାରୀ କମିଶନରଙ୍କ ନିକଟରେ ଅବକାରୀ କନେଷ୍ଟବଳଙ୍କ ନିଯୁକ୍ତି, ବଦଳି, ପଦୋନ୍ନତି ସହିତ ସମସ୍ତ ପ୍ରକାର କ୍ୟାଡର ପରିଚାଳନା କ୍ଷମତା ରହିବା ସହିତ ୨୦୨୩ ଜୁନ୍‍ ୮ ତାରିଖରେ ଅବକାରୀ ବିଭାଗର ସଙ୍କଳ୍ପ ଅନୁଯାୟୀ କନେଷ୍ଟବଳମାନଙ୍କୁ ଚାକିରିରୁ ବିଦା କରିବାର କ୍ଷମତା ମଧ୍ୟ କମିଶନର ଙ୍କ ନିକଟରେ ରହିଛି ।

ଛବିରେ ଖବର

ବାଲେଶ୍ଵର ବାହାନଗା ରେ ରେଳ ଦୁର୍ଘଟଣା

???????? ???? ?? ?????????????

?? ??????? ????? ???? ???? ??????? ?? ???? ?? ??????? ???????? ??? ?????? ??? ?? ????? ????? ??? ?? ?? ??? ? ???? ??? ????

??? ?????????? ???? ???? ?? ???? ???? ?????? ????? ??????? ???????? ???? ?? ???????? ?

Leave A Reply

Your email address will not be published.

ten + 6 =