ସୀମା ସୁରକ୍ଷା ବାହିନୀ ର ସେବା ନିବୃତ ଯବାନ କୁ ଶୋଭା ଯାତ୍ରା ରେ ପାଛୋଟି ନେଲେ ନିଜ ଗାଁ ଲୋକ ଓ ସାଧାରଣ ଜନତା ,

ସେ ରାଜନେତା କି ମନ୍ତ୍ରୀ ବିଧାୟକ ନଥିଲେ । ତାଙ୍କୁ କିନ୍ତୁ ଗାଁ କୁ ପଟୁଆର ଶୋଭା ଯାତ୍ରା ରେ ଆଣିବାକୁ ଆସିଥିଲେ ଗାଁ ଓ ଆଖପାଖ ଅଞ୍ଚଳ ର ଶହ ଶହ ସାଧାରଣ ମଣିଷ ।କିଏ ସାଇକେଲ ତ କିଏ ମଟର ସାଇକେଲ ବା ଚାରି ଚକିଆ ଯାନ ଆଉ କିଏ ଚାଲି ଚାଲି ତାଙ୍କୁ ଶୋଭା ଯାତ୍ରା ରେ ନେଉଥିଲେ ।କେହି କାହାକୁ ଡାକି ନଥିଲେ । ଆପଣ ଛାଏଁ କିଏ କାହା ପାଖରୁ ଶୁଣି ଧାଇଁ ଆସିଥିଲେ । କାହିଁକି ନା ସିଏ ଭାରତ ମା ର ସୀମା କୁ ସୁରକ୍ଷା ଦେଇ ଅବସର ନେଇ ଫେରୁଥିଲେ ନିଜ ଗାଁ କୁ । ସେ ଥିଲେ ଜଣେ ବୀର ଯବାନ।

୪୦ ବର୍ଷ ପରେ ସୀମା ସୁରକ୍ଷା ବାହିନୀ ରେ ସେବା ଦେଇ ନିଜ ଗାଁ କୁ ଫେରିଲେ ଯବାନ ଯୋଗେନ୍ଦ୍ର । ଗାଁ ଲୋକ ଦେଶ ମାଟି ର ବୀର ସୁପୁତ୍ର ଙ୍କୁ ଶୋଭାଯାତ୍ରା ରେ ପାଛୋଟି ନେଲେ । ପଟୁଆର ବାଜା ବାଣ ରୋଷଣୀ ରେ କମ୍ପିଲା ପାଖାପାଖି ତିନି କୋଷ ରାସ୍ତା ।

ଫର୍ ଫର୍ ହୋଇ ଉଡୁଥିଲା ଜାତୀୟ ପତାକା ।ବନ୍ଦେ ମାତରଂ ଭାରତ ମାତା କି ଜୟ ଧ୍ୱନି ରେ ନିନାଦିତ ହେଉଥିଲା ଗଗନ ପବନ । ମାତୃଭୂମି ର ସୁରକ୍ଷା ରେ ଚାରି ଦଶନ୍ଧି ସେବା ଦେଇଥିବା ଏଇ ସିପାହୀ ଙ୍କ ପ୍ରତି ଗାଁ ଲୋକ ମାନେ ଢାଳି ଦେଇ ଥିବା ଶୁଭ କାମନା କୋଉଠି ନା କୋଉଠି ସ ମ ସ୍ତ ଙ୍କୁ ଅଭିଭୂତ କରିବା ସହ ଦେଶ ପ୍ରେମ ରେ କରୁଥିଲା ଉଦବୁଦ୍ଧ

ବରପୁତ୍ର ଆଉ ବୀର ପ୍ରସବିନୀ ମହଙ୍ଗା ର ସୌଭାଗ୍ୟ ଯେ ଅଗଣିତ ବୀର ଆଉ ମହାନ ବ୍ୟକ୍ତି ଏଇଠି ଜନ୍ମ ହେଉ ମାଟି ମା ର ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ନିଜ କୁ ତିଳି ତିଳ କରି ଦେଶ ପାଇଁ ବଳି ଦେଇ ଛନ୍ତି । ଦେଶ ର ସୁରକ୍ଷା ରେ ବି ଅଗଣିତ ସୈନିକ ଏଠି ସେ ସେବା ଦେଇଛନ୍ତି ।

ମାହାଙ୍ଗା ର ପଶୁଲୁଣ୍ଡା ଗ୍ରାମ ରେ ଜନ୍ମିତ ରାଜ୍ୟ ର ମହାନ୍ ସଂସ୍କାରକ ଶିକ୍ଷାବିତ୍ ସମାଜସେବୀ ଆଚାର୍ଯ୍ୟ ପ୍ୟାରୀମୋହନ ଙ୍କ ପ୍ରତିମୂର୍ତ୍ତି ରେ ଯୋଗେନ୍ଦ୍ର ଦାସ ଙ୍କ ଭକ୍ତି ଶ୍ରଦ୍ଧାଞ୍ଜଳି


ସେମିତି ଜଣେ ନାୟକ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ପାଉଳୁଣ୍ଡ ଗାଁ ର ଯୋଗେନ୍ଦ୍ର ଦାସ
ଯିଏ ଜୀବନ ର ଚାଳିଶ ବର୍ଷ ଭାରତୀୟ ସୀମା ସୁରକ୍ଷା ବାହିନୀ ରେ ଜଣେ ସୈନିକ ଭାବେ କେବେ କାଶ୍ମୀର ରେ ତ କେବେ ପାକିସ୍ଥାନ ର ସୀମା ରେଖା ରେ ବିନୁକ୍ତ ତାପମାତ୍ରାରେ ନିଜେ ବରଫ ହେଉ ଯାଇ ପାହରା ଦେଉଛନ୍ତି ତ କେବେ ଗୁଜୁରାଟ ଥର ମରୁଭୂମି ର ତତଲା ବା ଲି ଉପରେ ଖାଇ ଫୁଟା ତାତି ରେ ନିଜକୁ ଜାଳି ପୋଡ଼ି ସୀମାନ୍ତ କୁ ଜଗିଛନ୍ତି ଆଉ ମାଟି ମା ପାଇଁ ଶତ୍ରୁ ବିରୁଦ୍ଧରେ ଲଢ଼ିଛନ୍ତି । ଆମ କୁ ସୁରକ୍ଷା ଦେଇଛନ୍ତି ।


କେତେବେଳେ ଚୀନ ର ସୀମାନ୍ତ୍। ଲାଦଖ ତ କେତେବେଳେ ବଙ୍ଗଳାଦେଶ ର ସୀମାରେ ପହରାଦେଇ ଅବସର ନେଲା ପରେ ଗାଁ ମାଟି କୁ ସୀମା ସୁରକ୍ଷା ବାହିନୀ ରେ ୪୦ ବର୍ଷ ର ନିରବିଛିନ୍ ସେବା ଦେଇ ଭିଟା ମାଟି କୁ ଫେରିଛନ୍ତି । କୁଆଁପାଳ ନିକଟସ୍ଥ ପଶୁଲୁଣ୍ଡ ଗାଁ ରେ ସେ ଜନ୍ମ ହୋଇଥିଲେ ।

ତେବେ ଦୀର୍ଘ କାଳ ସୀମା ସୁରକ୍ଷା ରେ ସେ ଜୀବନ ବିତାଇ ଏବେ ଅବସର ନେଇ ପୁଣି ଗାଁ କୁ ଫେରୁଥିଲା ବେଳେ ବିରୂପା ନଈ ପୋଲ ପାଖରୁ ପ୍ରାୟ ତିନି କିଲୋମିଟର ଯାଏ ଗାଁ ଓ ଆଖପାଖ ଅଞ୍ଚଳ ର ଯୁବକ ଛାତ୍ର ଛାତ୍ରୀ ମା ମାନଙ୍କ ସହ ସାଧାରଣ ଜନତା ତାଙ୍କୁ ଶୋଭା ଯାତ୍ରା ରେ ପାଛୋଟି ଆଣିବା ସହ ବାଜା ବାଣ ପଟୁଆର ରେ ଗାଁ ର ପୈତୃକ ଘର ପର୍ଯ୍ୟନ୍ତ ଆଣିଥିଲେ । ବହୁ ବରିଷ୍ଠ ଲୋକ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

ଗାଁ ର ଆଗାମୀ ପୀଢ଼ି ଏଇ ମାଟି ର ଗର୍ବ ଆଉ ଗୌରବ ଯୋଗେନ୍ଦ୍ର ଦାସ ଙ୍କ ଠାରୁ ନିଜେ ବଞ୍ଚିବା ଭିତରେ ଦେଶ ମାଟି କୁ ନିବିଡ ଭାବେ ଭଲ ପାଇବା ଶିଖିବାକୁ ସମବେତ୍ ବହୁ ଭଦ୍ର ବ୍ୟକ୍ତି ଆହ୍ବାନ ଦେଇଥିଲେ । ଏହି ଉପଲକ୍ଷେ ଏକ ସଭା ଆୟୋଜିତ ହୋଇଥିଲା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପୂର୍ବତନ ସାମରିକ କର୍ମଚାରୀ ଯୋଗ ଦେଇଥିଲେ । ନେବାହିନି ର ପୂର୍ବତନ କର୍ମଚାରୀ ବିଶିଷ୍ଟ ପିଜିଓଥେ ରପିଷ୍ଟ ମହେନ୍ଦ୍ର ଦାସ ନେତୃତ ରେ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

9 + nineteen =