ଦଶ ବର୍ଷ ର ଅବୋଧ ବାଳକ ସେ । ତା ନିରୀହ ଚାହାଣି ଆଉ ନିସ୍ପାପ ଆଖି ଦୁଇ ଟି ରେ ବାରି ହୋଇ ପଡ଼ୁଛି ଅସହ୍ୟ ଯନ୍ତ୍ରଣା । ତା ଦରୋଟି କଥା ଭିତରେ ସବୁ କଷ୍ଟ ଭିତରେ ବିଦ୍ୟାଳୟ କୁ ଯାଇ ପଢିବାକୁ ଛଟ ପଟ ହେଉଥିବା ହୃଦୟ ର ଆକୁଳ ଅନୁରୋଧ । କାହାର ହୃଦୟ କୁ ବି କରିବ ଅଥୟ ଆଉ ଆନ୍ଦୋଳିତ । ବିକଳ ହେଉଛି ସେ ପାଠ ପଢ଼ିବାକୁ ଯିବ । ହେଲେ ଦୁର୍ଭାଗ୍ୟ ଯେ ଏଇ କୁନି ବୟସ ରେ ସିଏ ହୋଇଛି ଭୟାନକ ରକ୍ତ କର୍କଟ ରୋଗ ର ଶିକାର ।


ନିଉଜ୍ ଡେସ୍କ

ମାହାଙ୍ଗା ବ୍ଲକ୍ କୁହୁଣ୍ଡା ପଞ୍ଚାୟତର କଲ୍ୟାଣପୁର ଗାଁ ରେ

ବାପା ଆକୁଳି ପଳେଇ ମୂଲ ମଜୁରୀ ଉପରେ ନିର୍ଭର କରୁଥିବା ,ବେଳେ ଆଜି କାଲିକା ମହରଗ ଦୁନିଆ ରେ ଏହି ସ୍ୱଳ୍ପ ରୋଜଗାର ପେଟ ଚାଖଣ୍ଡ କୁ ବି ନଅଣ୍ଟ । ତିନି ବର୍ଷ ହେଲାଣି ଏ ଡାକ୍ତରଖାନା ସେ ଡାକ୍ତରଖାନା ହେଇ ଆଖି ଲୁହ ରେ ଭାଙ୍ଗି ସରିଲାଣି ଧୈର୍ଯ୍ୟ ର ବାଳିବନ୍ଧ । ମା ମମତା ପରିଡ଼ା କେତେ ଦିଅଁ ଦେବତା କୁ ପୂଜା କରି ବାହାଘର ର ସାତବର୍ଷ ପରେ ପାଇ ଥିଲେ ଖିତିସ କୁ । ଗୋଟିଏ ବୋଲି ଛୁଆ । ସିଏ ତାଙ୍କ ଦୁନିଆ କୁ ଆସିଲା ପରେ ହସ ଖୁସି ରେ ବଦଳି ଯାଇଥିଲା ଅଭାବ ଅନଟନ ର ଛୋଟ ସଂସାର ।ଆଜି କିନ୍ତୁ ସବୁ କିଛି ନାରଖାର ହେଇ ଯାଉଛି ।

ତିନି ବର୍ଷ ହେଲାଣି ମମତା କୁନି ପୁଅ କୁ କାଖେଇ ବୁଲୁଛନ୍ତି ଏଠୁ ସେଠିକି । ଭରସା ରଖିଛନ୍ତି ଠାକୁର ଓ ଡାକ୍ତରମାନେ ତାଙ୍କ ଛୁଆ କୁ ଭଲ କରିଦେବେ ।ପୁଣି ତାଙ୍କ କୋଳ ହସିବ । ମା ମମତା ଙ୍କ ଆଖିରେ ମମତା ର ଅଥଳ ସାଗର ଲୁହ ହୋଇ ଅବିରତ ପୁଅ ଖିତିସ୍ ପାଇଁ ବହି ଚାଲିଥିଲା ବେଳେ କୁନି ପୁଅ ବି ମା ଙ୍କ ଆଖିରୁ ପୋଛି ପକାଉଛି ଲୁହ ।

କଣ କରିବେ । କେମିତି ଭଲ କରିବେ । ସବୁଆଡ ଏବେ ଖାଲି ଅନ୍ଧାର ।

ବିଜୁ ସ୍ବାସ୍ଥ୍ୟ ଯୋଜନା ର କାର୍ଡ ରୁ ଅର୍ଥ ସରି ଆସିଲାଣି। କଟକ ର ବଡ ଡାକ୍ତରମାନେ ଏବେ ହାତ ଟେକି ଦେଲେଣି। ଏଠି ଯାହା ଯାହା ବ୍ୟବସ୍ଥା ଥିଲା ସବୁ ସରିଲାଣି ।ଏବେ ବମ୍ୱେ ର ଟାଟା ମେମୋରିଆଲ କୁ ଯିବାକୁ ଦେଲେଣି ପରାମର୍ଶ । ଅସ୍ଥି ପ୍ରତିରୋପଣ ପାଇଁ ଡାକ୍ତରମାନେ ଉପଦେଶ ଦେଉଥିଲା ବେଳେ କୋଉଠୁ ଆସିବ କୋଡିଏ ଲକ୍ଷ ଟଙ୍କା । କେମିତି ଯିବେ ଟାଟା ମେମୋରିଆଲ ଡାକ୍ତରଖାନା ।


ଏମିତି ଆସନ୍ନ ଆଶଙ୍କା ର ଦୋ ଛକି ରେ ସାଧାରଣ ଜନତା ଙ୍କ ର ଆଶିଷ ଓ ଆଶ୍ଵାସନା ଟିକେ ମିଳିଲେ ମହାମାରୀ କର୍କଟ କବଳ ରୁ କୁନି ପୁଅ କୁ ଛଡେଇ ଆଣିବାକୁ ଦୁଃଖ ଦରିଆ ରେ ଉବୁଟୁବୁ ହେଉଥିବା ବାପା ମା ଟିକେ ସାହସ ପାଇବେ ନିଶ୍ଚୟ ।


କୁନି ପୁଅ ଖିତିଶ ରୋଗ ରୁ ଭଲ ହେବାକୁ ଚାହେଁ । ସିଏ ଠାକୁର ଙ୍କୁ ଡାକ୍ତର ମାନଙ୍କୁ ଆଉ ସମାଜ ର ସବୁ ମଣିଷ ଙ୍କୁ ଆକୁଳ ଆଉ ଅଶ୍ରୁଳ ଲୁହ ଛକ ଛକ ଆଖିରେ ବିକଳ ହେଇ ଅନୁରୋଧ କରୁଛି ତାକୁ ସମସ୍ତେ ଶ୍ରଦ୍ଧା ସହଯୋଗ ଆଉ ଶୁଭ କାମନା କଲେ ସିଏ ପୁଣି ହସିବ ଖେଳିବ ସ୍କୁଲ କୁ ଯିବ। ପାର୍ଥନା ବି ଦୁନିଆ ଇ ସବୁଠୁ ବଡ ଶକ୍ତି ।ଛୋଟିଆ ଛୋଟିଆ ସହଯୋଗ ରାଶି ମିଶି ଗଲେ ବି ବିନ୍ଦୁ ବିନ୍ଦୁ ରୁ ସିନ୍ଧୁ ପଲଟିଯିବ । ବହୁ ସାମାଜିକ ଅନୁଷ୍ଠାନ ବି ସରକାର ଓ ମାହାଙ୍ଗା ର ବିଧାୟକ ଙ୍କୁ ଏହି କୁନି ପିଲାଟିର ଜୀବନ ରକ୍ଷା ପାଇଁ ଟାଟା ମେମୋରିଆଲ ହସପିଟାଲ କୁ ନେବା ପାଇଁ ବ୍ୟବସ୍ଥା କରିyବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

19 + 11 =