VOICE OF COMMONS (Registered with RNI GOVT OF INDIA )

ବାହା ବାହା ରେ ଆଳୁ , ତୋ କଥା ଆମେ ଭାଳୁ

ଆଳୁ ପାଇଁ ବେଳେ ବେଳେ ଡହଳ ବିକଳ ହୁଅନ୍ତି ରାଜ୍ୟବାସୀ । ପଡୋଶୀ ରାଜ୍ୟ ଆଳୁ ଯୋଗାଣ କରିବା ଯେତେବେଳେ ବନ୍ଦ କରେ ବା ବନ୍ଦ କରିବାକୁ ଧମକ ଦିଏ ସେତେବେଳେ ରାଇଜ ରେ ହାଲ ହୋଲି ପଡେ। ଆମ ରାଇଜ ରେ ଆଳୁ ଚାଷ ପାଇଁ ସବୁ ସାଧନ ଥାଇ ବି ପଡୋଶୀ ରାଜ୍ୟ ରୁ ଆଳୁ କିଣିବା ପାଇଁ ଗୋଡ ଭାଙ୍ଗି ଠିଆ ହେବାକୁ ପଡ଼େ । ଖୋଷାମତ କରିବାକୁ ପଡେ । ସେଇ ରାଜ୍ୟ ର ମୁଖ ମନ୍ତ୍ରୀ ଙ୍କ ସହ ଆମ ମୁଖ୍ୟ ମନ୍ତ୍ରୀ ଙ୍କୁ କଥା ହେବାକୁ ପଡ଼େ । ବିରୋଧୀ ଦଳ ନେତା ଙ୍କୁ ଚିଠି ଲେଖିବାକୁ ପଡେ । ଏହା କଣ ଓଡ଼ିଶା ର ଅସ୍ମିତା ଓ ସ୍ୱାଭିମାନ କୁ ଆଘାତ କରେନି । ତେବେ କାହିଁକି ଖୋଜା ଯାଉନି ଏହାର ସ୍ଥାୟୀ ସମାଧାନ

ଯେଉଁ ବର୍ଷ ଆଳୁ ର ମୂଲ୍ୟ ଅଧିକ ରହୁଛି ତା ପରବର୍ତ୍ତି ବର୍ଷ ଚାଷୀ ଭାଇ ମାନେ ଅଧିକ ଚାଷ କଳାରୁ ଉତ୍ପାଦନ ଅଧିକ ହେଲେ ହେଉଛି ଅଭାବୀ ବିକ୍ରି ।ନାହିଁ ଶୀତଳ ଭଣ୍ଡାର । ବିଗତ ସରକାର ଅମଳ ରେ ରହିଲାନି ଉପଯୁକ୍ତ ଯୋଜନା । ବଢିଲା ପଡୋଶୀ ରାଜ୍ୟ ଉପରେ ନିର୍ଭରସିଲତା ।

ଓଡ଼ିଆ ର ସବୁଠାରୁ ପ୍ରିୟ ପଖାଳ କଂସା ପାଖରେ ଆଳୁ ଗୋଟେ ପିଆଜ ଟିକେ ଆଉ କଞ୍ଚା ଲଙ୍କା ହେଲେ ଭାରି ଆନନ୍ଦ । ଆଳୁ କି ନେଇ କେତେ ପ୍ରକାର ଜାତି କି ଜାତି ଓଡ଼ିଆ ଚଳନି ରେ ରୋଷେଇବାସ। ପୁନେଇ ପରବ ବାହା ପୁଆଣି ର ଭୋଜି ଭାତ୍ ରେ ଆଳୁ ନହେଲେ ନଚଳ। ତେବେ ଅନେକ ସମୟ ରେ ଏହି ଆଳୁ ର ଅଭାବ କୁ ନେଇ ରାଜ୍ୟ ରେ ହୋ ହାଲ୍ଲା ଦେଖିବାକୁ ମିଳୁଛି । ରାଜନୀତି ବି ବେଶ୍ ହେଉଛିବ।

ଆଳୁ ବସ୍ତା ରେ ଝଡ


ସବୁବେଳେ ଆଳୁ ଉପରେ ପଡୋଶୀ ପଶ୍ଚିମ ବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି ।ଯଦି କୌଣସି କାରଣ ପାଇଁ ବା ନିଜ ମର୍ଜି ଉପରେ ପଡୋଶୀ ରାଜ୍ୟ ଆଳୁର ରପ୍ତାନି ବନ୍ଦ କଲା ତେବେ ଓଡ଼ିଶାର କଥା ସରିଲା । ଗରିବ ସଂସାର ରେ ସେ ପଖାଳ କଂସା ହେଉ କି ପଇସା ବାଲାର ପଲାଉ ମଟନ୍ ।

କୋଉଠି ରହୁଚି ଅସୁବିଧା

ଓଡ଼ିଶା ରାଜ୍ୟ ର ମାଟି ଓ ଜଳବାୟୁ ଆଳୁ ଚାଷ ପାଇଁ ବେଶ୍ ଉପଯୋଗୀ । ବିଗତ ବହୁ ବର୍ଷ ତଳେ ଗାଁ ଗାଁ ରେ ବ୍ୟାପକ ଆଳୁ ଚାଷ କରାଯାଉଥିଲା । ହେଲେ ମିଳିଲାନି ସରକାରୀ ପ୍ରୋତ୍ସାହନ । ଏକ ପ୍ରକାର ଠପ୍ ହେଇଗଲା ଚାଷ ।
ରାଜ୍ୟ ରେ ଆଳୁର ଚାହିଦା ୧୩ ଲକ୍ଷ ଟନ୍ ହେଇଥିଲା ବେଳେ ତିନି ଲକ୍ଷ ଟନ ରୁ ଆହୁରି କମ ଆଳୁ ଏବେ ରାଜ୍ୟ ରେ ଉତ୍ପାଦନ କରାଯାଉଛି । ଚାହିଦା ର ମାତ୍ର ୨୫ ପ୍ରତିଶତ ଉତ୍ପାଦନ ଏଠାରେ ହେଉଥିଲା ବେଳେ ଯେତେବେଳେ ଏହି ନିଅଣ୍ଟ ପାଇଁ ଚାଷୀ ଅଧିକ ଚାଷ ଆରମ୍ଭ ଯୋଉ ବର୍ଷ କରୁଛି ସେହି ବର୍ଷ ଉତ୍ପାଦନ ଅଧିକ ହେଉଥିବାରୁ ଅଭାବୀ ବିକ୍ରି ହେଉଛି । ଚାଷୀ ଉତ୍ପାଦନ ମୁଲ୍ୟ ପାଉନାହିଁ । ଫଳରେ ଆଗାମୀ ବର୍ଷ ଆଉ ଆଳୁ ଚାଷ ନ କରୁଥିବାରୁ ପୁଣି ହ୍ରାସ ପାଉଛି ଯୋଗାଣ । ଏହି ପରିସ୍ଥିତିର ଫାଇଦା ନେଇ ଦାଦାଗିରି କରୁଛନ୍ତି ପଡୋଶୀ ରାଜ୍ୟ ।
ତେବେ ଆଳୁ ର ଅଭାବୀ ବିକ୍ରି କୁ ପ୍ରତିହତ କରିବାକୁ ଏହାର ସର୍ବନିମ୍ନ ବିକ୍ରୟ ମୂଲ୍ୟ ଦିଆଯିବ ସହ ପ୍ରତି ବ୍ଲକ୍ ରେ ଯୁଦ୍ଧକାଳୀନ ଭିତ୍ତିରେ ଶୀତଳ ଭଣ୍ଡାର ସ୍ଥାପନ କରାଯିବାର ଆବଶ୍ୟକତା ରହିଛି ।

ସମୟ ସମୟ ରେ ହେଉଥିବା ଆଳୁ ର ସଙ୍କଟ କୁ ସାମୟିକ ଭାବେ ସମାଧାନ କରିବାକୁ ପଡୋଶୀ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିବା ବା ଚିଠି ଲେଖିବା ଏକ ସ୍ଥାୟୀ ସମାଧାନ ନୁହେଁ । ଏଥିଲାଗି ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତି ଆଳୁ କୁ ନେଇ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ଗୁଡ଼ିକ ରାଜ୍ୟ ରେ ପ୍ରତିଷ୍ଠା ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ର ବ୍ୟବସ୍ଥା କରିବାକୁ ନୂଆ ସରକାର ଆଗେଇ ଆସିବା ଉଚିତ । ନହେଲେ ରାଜ୍ୟ ରେ ଆଳୁ ଉତ୍ପାଦନ ପାଇଁ ବ୍ୟାପକ ସମ୍ଭାବନା ଥାଇ ବି ଆମକୁ ପଇସା ଦେଇ ଆଳୁ କିଣିବାକୁ ପଡୋଶୀ ରାଜ୍ୟ ପାଖରେ ଗୋଡ ଭାଙ୍ଗି ଠିଆ ହେବାକୁ ପଡ଼ିବ ଆଉ ସେତେବେଳକୁ ଓଡ଼ିଆ ଅସ୍ମିତା କୁ ନେଇ ଆମେ ବଡ ବଡ କଥା କହି ପାରିବ ତ ।

Leave A Reply

Your email address will not be published.

2 × 5 =