ମନୋଜ ଆହୁଜା ହେଲେ ରାଜ୍ୟ ର ମୁଖ୍ୟ ଶାସନ ସଚିବ

ଲୋକାର୍ପିତ ହେଲା ସ୍ତମ୍ଭକାର ବିବେକା ନନ୍ଦ ଦାସ ଙ୍କ ବ୍ୟଙ୍ଗ ପୁସ୍ତକ ଷଣ୍ଢ ଉବାଚ

ବିବେକ ର ବନ୍ଧନୀ ଆଉ ବିନ୍ଦୁ ବଳୟ ଭିତରେ ବନ୍ଧା ତାଙ୍କ ବିପୁଳ ବ୍ୟକ୍ତିତ୍ଵ । ଅଭାବ ଅନାଟନ ର ଅର୍ଗଲି ଭିତରେ ନିଜ ହାତରେ ନିଜେ କାଟି ଦେଇଛନ୍ତି ସିଦ୍ଧାନ୍ତ ଆଉ ଲକ୍ଷ୍ୟ ର ଅସଂଖ୍ୟ ଲକ୍ଷ୍ମଣ ଗାର । ସୃଜନଶୀଳ ସତ୍ୟବଦ୍ଧ ସାମ୍ବାଦିକତା ଆଉ ମୂଲ୍ୟବୋଧ ରେ ମୁଖର ତାଙ୍କର ସୃଜନ ର ସମ୍ଭାର । ମାନବିକ ଅଧିକାର ସୁରକ୍ଷା ସୂଚନା ଅଧିକାର ଦୁର୍ନୀତି ବିରୁଦ୍ଧରେ ସାଲିସ ବିହୀନ ସଂଗ୍ରାମ ପାଇଁ କଲମ ତାଙ୍କର କାଗଜ ର କିଆରୀ ପରେ
କିଆରୀ ଡେଇଁ ବୁଣି ଚାଲିଛି ସଚେତନତା ଆଉ ବୌଦ୍ଧିକ ବିତର୍କ ର ବିହନ । କିଛି କିଛି ଅଙ୍କୁରିତ ହୋଇ ଏବେ ଗୋଟିଏ ପରେ ଆଉ ଗୋଟିଏ ମନରେ ଆପେ ଛାଏଁ ମାଟିରୁ ଆକାଶ ଯାଏ ମୁଣ୍ଡ ଟେକିଲାଣି । ତାଙ୍କ ଲେଖା ସବୁ ଅନେକ ହୃଦୟ କୁ କଲଣି ଆନ୍ଦୋଳିତ ଆଉ ଆହ୍ଲାଦିତ ବି ।
ସତରେ ବିଚାର ଆଉ ବିବେକ କୁ ଆଧାର କରି ଜୀବନ ର ବାଟ ଚାଲି ଯେମିତି ସେ ଆନନ୍ଦ ରେ ବିଭୋର ହେଇଯାଆନ୍ତି ।

ସେ ହେଲେ ଲେଖକ ବିବେକାନନ୍ଦ ଦାସ

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୦ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ରାଜଧାନୀ ଭୁବନେଶ୍ଵର ସ୍ଥିତ ରେଡ୍ କ୍ରସ୍ ଭବନ ସଭକକ୍ଷ ରେ ପାଳିତ ହେବା ଅବସର ରେ ମାହାଙ୍ଗା ର ବିଶିଷ୍ଟ ସ୍ତମ୍ଭକାର ବିବେକାନନ୍ଦ ଦାସ ଙ୍କ ବ୍ୟଙ୍ଗ ପୁସ୍ତକ ଷଣ୍ଢ ଉବାଚ ଲୋକାର୍ପିତ ହୋଇଯାଇଛି ।

ଷଣ୍ଢ ଉବାଚ ର ସ୍ରଷ୍ଟା -ବିବେକାନନ୍ଦ ଦାସ

ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପୂର୍ବତନ ଆୟକର କମିଶନର ଶ୍ରୀଯୁକ୍ତ ଶୋଭନ କର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଜୟନ୍ତୀ ସମାରୋହକୁ ବିଶିଷ୍ଟ ଭାଷା ବିଜ୍ଞାନୀ ପଦ୍ମଶ୍ରୀ ଡ଼ଃ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗଦେଇ ରାୟ ବାହାଦୁର ନନ୍ଦ କିଶୋର ଦାସ ଙ୍କ ଆଦର୍ଶ ଅନୁଚିନ୍ତା ରେ ଅନୁପ୍ରାଣିତ ହୋଇ ସଭ୍ୟତା ଓ ସଂସ୍କୃତିର ବିକାଶ ତଥା ଓଡ଼ିଆ ଅସ୍ମିତା ର ସୁରକ୍ଷା ଦିଗରେ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇ ଥିଲେ । ପ୍ରାରମ୍ଭରେ ରାୟ ବାହାଦୁର ନନ୍ଦ କିଶୋର ଙ୍କ ପ୍ରତିଛବିର ଅନୁଷ୍ଠାନ ର କର୍ମକର୍ତ୍ତାଙ୍କ ସମେତ ଅତିଥି ମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଫାଉଣ୍ଡେସନ ପକ୍ଷରୁ ପୂଜ୍ୟପୂଜା କ୍ରମରେ ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ସ୍ମୃତି ରକ୍ଷା ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ଅଧ୍ୟକ୍ଷ ଶ୍ରୀ ଶୋଭନ କର ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ ।
ମାହାଙ୍ଗା ମୈତ୍ରୀ ମଞ୍ଚ ର ସମ୍ପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସ ସ୍ବାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଇତ୍ୟବସରରେ ଅନୁଗୁଳ ଜିଲ୍ଲା ପୁରୁଣାଗଡ ଠାରେ ଥିବା ନନ୍ଦକିଶୋର ଦାସ ଙ୍କ ସମାଧି ପୀଠ ର ପୁନରୁଦ୍ଧାର କାର୍ଯ୍ୟ ରେ ସ୍ଥାନୀୟ ସହଯୋଗ ଦେଇଥିବା ସମାଜସେବୀ ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ପଟ୍ଟନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ
ରାୟ ବାହାଦୁର ନନ୍ଦ କିଶୋର ଦାସ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।
ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପରିବେଶବିତ୍ ଶ୍ରୀ ପ୍ରମୋଦ କୁମାର ଦାସ ଯୋଗ ଦେଇଥିବା ବେଳେ ଶରତ କର ଓ ଅନିମା କର ଫାଉଣ୍ଡେସନ ର ସହ – ଅଧ୍ୟକ୍ଷ ଅଧ୍ୟାପକ ସୁମନ କର ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି
ଉତ୍ସବରେ ଫାଉଣ୍ଡେସନ ତରଫରୁ ସଦ୍ୟ ପ୍ରକାଶିତ ଶ୍ରୀ ଭବେଶ ଚନ୍ଦ୍ର କରଙ୍କ ଲିଖିତ ଗଳ୍ପ ସଙ୍କଳନ “ଦେବା ବସନ୍ତ” ମଧ୍ୟ ଲୋକାର୍ପିତ ହୋଇ ଯାଉଛି

Leave A Reply

Your email address will not be published.