ନବୀନ ଶାସନ ହେଲା ପୁରାତନ

ବେଦନା ଭରା ବିଦାୟ ସାଧାରଣ ଜନତା କୁ ବି କରିଛି ବ୍ୟଥିତ

ନବୀନ ହେଲେ ପୁରାତନ । ଓଡ଼ିଶାର ମୁଖ୍ୟ ମନ୍ତ୍ରୀ କହିଲେ ନବୀନ ଓ ନବୀନ କହିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କୁ ବୁଝାଉଥିଲା। ସତରେ ଯେମିତି ସେ ଥିଲେ ଏକ ଆବେଗ ଏକ ଅନୁଭବ ।ପ୍ରତି ଟି ଓଡ଼ିଆ ଭିତରେ ଛାଇ ଯାଇ ଥିଲେ ସେ । ବୁଢ଼ା ବୁଢ଼ୀ ଚାଷୀ ନିର୍ମାଣ ଶ୍ରମିକ ଛାତ୍ର ଛାତ୍ରୀ କଳାକାର ରୋଗୀ ମହିଳା ଗର୍ଭବତୀ ଙ୍କ ପାଇଁ ଆରମ୍ଭ କରିଥିଲେ ମାଳ ମାଳ ଯୋଜନା ।

ଶେଷ ହୋଇଗଲା ତାଙ୍କ ଶାସନ ।ରାଜ୍ୟ ରେ ନବୀନ ଯୁଗର ଏକ ଅଶ୍ରୁଳ ଅନ୍ତ ହୋଇସାରିଛି ବୋଲି କୁହା ଯାଇ ପାରେ ।ଓଡ଼ିଶା ପରି ଏକ ରାଜ୍ୟ ରେ ଏକ ଆଞ୍ଚଳିକ ଦଳ ପ୍ରତିଷ୍ଠା କରି ଦୁର୍ନୀତି ପ୍ରତି ଶୂନ୍ୟ ସମ୍ବେଦନଶିଳତା ପ୍ରଦର୍ଶନ ପୂର୍ବକ ପ୍ରଶାସନ ର ରୋଡ ମ୍ୟାପ ରେ ଶାସନ ଆରମ୍ଭ କରି ଦୁଇ ଦଶନ୍ଧି ରୁ ଅଧିକ ସମୟ ସଫଳ ପରୀକ୍ଷା ନିରୀକ୍ଷା ସହ ରାଜ୍ୟ କୁ ସ୍ଥିର ସରକାର ଦେଇ କିଛି ସ୍ୱାର୍ଥପର ପ୍ରଶାସନିକ ଅଧିକାର ଙ୍କ ମହତ୍ ଅଙ୍କକ୍ଷା ପାଇଁ ଆଜି ବି ନବୀନ ପ୍ରତି ଟି ଓଡ଼ିଆ ର ହୃଦୟ ରେ ଥାଇ ଆଉ ନାହାନ୍ତି ମୁଖ୍ୟମନ୍ତ୍ରୀ । ପାଲଟିଛନ୍ତି ଏକ ଅପାଶୋରା ଅଭୁଲା ଅତୀତ ।

ସବୁ ପୂର୍ବ ଅନୁମାନ ଏକ୍ସିଟ ପୋଲ ର ଭବିଷ୍ୟତ ବାଣୀ କୁ ଭୁଲ ସାବ୍ୟସ୍ତ କରି ସବୁ ଥର ପରି ଏଥର ଲୋକ ସଭା କୁ ବିଜେପି ଓ ବିଧାନ ସଭା କୁ ବି ଯେ ଡି କୁ ନ ପଠାଇ ସିଧା ସଲଖ ଲୋକସଭା କୁ ବିଜେଡ଼ି ମୁକ୍ତ କରି ବିଧାନ ସଭାରେ ବି ଯେ ପି କୁ ସ୍ପଷ୍ଟ ଜନମତ ମିଳିଛି ।

ଅଜେୟ ଅପରଜୟ ଭାବେ ଏ ଯାଏ ପ୍ରମାଣିତ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ଏଥର କଣ୍ଟାବାଞ୍ଜି ରୁ ପରାଜିତ ହୋଇଥିଲା ବେଳେ ତାଙ୍କର ନିଜସ୍ୱ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ରୁ ମାତ୍ର ୪୦୦୦ ରୁ ଅଧିକ ଭୋଟ ରେ ବିଜୟୀ ହୋଇଛନ୍ତି ।

ଏଥର ନବୀନ ଙ୍କ ହାରିବା ଆଉ ଜିତିବା ର ଭୋଟ ବ୍ୟବଧାନ କୁ ଦେଖିଲେ ଲାଗୁଛି ଯେମିତି ତାଙ୍କୁ ବିପୁଳ ଭୋଟ ରେ ଜିତାଉଥିବା ସାଧାରଣ ଭୋଟର ଭାବୁଛି ଯେ ନବୀନ ଙ୍କୁ ଦେଖେଇ କିଏ ଜଣେ ନବୀନ ଙ୍କ ନାଁ ରେ ଭୋଟ ନେଇ ରାଜ୍ୟ କୁ ନିଜେ ଶାସନ କରିବାକୁ ଚାହୁଛି ।

ତେବେ ଏବେ ବି ସାଧାରଣ ଜନତା ଙ୍କ ମନ୍ ଭିତରେ ଏକ ସ୍ବତନ୍ତ୍ର ଶ୍ରଦ୍ଧା ଓ ଅନୁରାଗ ନବୀନ ପଟ୍ଟନାୟକ ଙ୍କ ପାଇଁ ଥିଲା ବେଳେ ତାଙ୍କର ନିଷ୍କ୍ରିୟତା, ମାତ୍ରାଧିକ ବାବୁ ରାଜ, ଜଣେ ଅବସରପ୍ରାପ୍ତ ପ୍ରାସାସନିକ ଅଧିକାରୀ ପାଣ୍ଡିୟନ୍ ଙ୍କ ଉଭୟ ଦଳ ଓ ପ୍ରଶାସନ ଉପରେ ଅନୈତିକ ହସ୍ତକ୍ଷେପ, ତଳ ସ୍ତର ରେ ପି ସି କାରବାର ,ବ୍ୟାପକ ଦୁର୍ନୀତି, କିଛି ବିଧାୟକ ଙ୍କ ଖଣି ଖଦାନ ଲୁଣ୍ଠନ ଯୌନ କେଲେଙ୍କେରି ହତ୍ୟା ଓ ପିଲା ଚୋରି ସହ ସଂପୃକ୍ତି ର ଅଭିଯୋଗ ଥାଇ ବି ସେମାନ ଙ୍କୁ ପୁଣି ଦଳୀୟ ମଙ୍ଗ
ଧାରଇ ଟିକେଟ ଦେଇ ଅନୁକମ୍ପା ବର୍ଷା କରାଇବା ଏହି ଅପ୍ରତ୍ୟାଶିତ ପରାଜୟ ର କିଛି କାରଣ ବୋଲି କୁହାଯାଇ ପାରେ । ଫାଇଭ ଟି ନାଁ ରେ ଗୋଟିଏ ବିଭାଗ ର ସବୁ ବିଭାଗ ଉପରେ ହୁକୁମାତୀ ଓ କିଛି ଅଣ ଓଡ଼ିଆ ଅଧିକାରୀ ଙ୍କ ଓଡ଼ିଆ ଅଧିକାରୀ ଉପରେ କର୍ତ୍ତୁତ ବି ଏଥିପାଇଁ ଦାୟୀ ବୋଲି କୁହାଯାଇ ପାରେ ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ପ୍ରତି ଓଡ଼ିଆ ର ପ୍ରାଣ ଠୁ ପ୍ରିୟ ଠାକୁର୍ । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ମହାପ୍ରଭୂ ଙ୍କୁ ଗାଡ଼ି ରେ ବୁଲେଇ ଗୁଆ ଚାଉଳ ଭିଖ୍ୟା ଆଉ ରତ୍ନ ଭଣ୍ଡାର ଚାବି ହଜିବା କାମିଆ ଜାନି ବିବାଦ ପୁରୀ ର ସ୍ବାସ୍ଥ୍ୟ ସେବା ପ୍ରତି ଅବହେଳା ଏପରିକି ବାଣ ବିସ୍ପୋରଣ ରେ ମୃତ୍ୟୁ ଓ ଓଡ଼ିଆ ର ଅସ୍ମିତା ପରି ଭାବାବେଗ ସହିତ ଜଡ଼ିତ ପ୍ରସଙ୍ଗ ଗୁଡ଼ିକ ବି ସାଧାରଣ ଜନତା କୁ ବେଶ୍ ପ୍ରଭାବିତ କରି ବି ଯେ ଡି ଠାରୁ ଦୂରେଇ ଯିବାକୁ ବାଧ୍ୟ କରିଥିଲା ।

କୋଉଠି ନା କୋଉଠି ନବୀନ ଙ୍କୁ ଓଡ଼ିଆ ଆଜି ବି ଭଲ ପାଏ । ନବୀନ ଙ୍କ ନିଆରା ସରଳ ଜୀବନ ଚର୍ଯ୍ୟା ନୀରବତା ଆଉ ନିରୀହ ଚାହଁlଣୀ କାହାକୁ ସମାଲୋଚନା ନ କରିବାର ଅଭ୍ୟାସ ଆଜି ବି ଭାବପ୍ରବଣ କରେ ପ୍ରତି ଟି ଓଡ଼ିଆ କୁ ।

ଅନେକ ଲୋକାଭିମୁଖୀ ଯୋଜନା ସେ କରିଛନ୍ତି ।ଜଣେ ସରଳ ମିଷ୍ଟଭାଷୀ ସୃଜନଶୀଳ ବିନମ୍ର ବ୍ୟକ୍ତିତ୍ଵ ର ଅଧିକାରୀ ସେ ।ମହାବାତ୍ୟା ପରେ ଓଡ଼ିଶା କୁ ସଜାଡ଼ିବା ରେ ରିଲିଫ ଓ ବିପର୍ଯ୍ୟୟ ପରିଚାଳନାରେ ତାଙ୍କ ଅବଦାନ କୁ ଇତିହାସ ବି ମନେ ରଖିବ ନିଶ୍ଚୟ ।

ଏହି ନିର୍ବାଚନ ରେ ଲଗୁଥିଲ ଯେମିତି ନବୀନ ଙ୍କ ଭଲ ଉପରେ ପଣ୍ଡିୟନ୍ ଙ୍କ ଖରାପ ର ଲଢେ଼ଇ ହେଉଥିଲା ଆଉ ଏଥିରେ ନବୀନ ଙ୍କ ଭଲ କାମ ସବୁ ହାରିଗଲା ।

ଯେଉଁ ଯୋଜନା ଗୁଡ଼ିକ ନବୀନ ସରକାର କରିଛନ୍ତି ସେଇ ଯୋଜନା ସବୁ କୁ ନୂଆ ସରକାର ଚଳାଇବେ କି ନାହିଁ ତାହା ବି ଆଗାମୀ ସମୟ କହିବ । ନୂଆ ସରକାର ଆସିବ ଆଗରୁ ନବୀନ ସରକାର ଙ୍କ ବହୁ ଆକାଂକ୍ଷିତ ବିଜୁ ସ୍ବାସ୍ଥ୍ୟ ଯୋଜନା କୁ ସରକାର ପୁଣି ଚାଲୁ ରଖିବାକୁ ଘୋଷଣା କଲେଣି । ନବୀନ ଙ୍କ ଅନେକ ଯୋଜନା ଲୋକପ୍ରିୟ ଥିଲା । ସେଇ ଯୋଜନା ଗୁଡ଼ିକୁ ବନ୍ଦ କରାଗଲା ବେଳେ ପୁଣି ନିଶ୍ଚୟ ମନେ ପଡ଼ିବେ ସେ ଆଉ ନବୀନ ଙ୍କୁ ଝୁରି ହେବେ ଜନତା।

ସବୁ ଭିତରେ ନବୀନ ଙ୍କ ସ୍ବାସ୍ଥ୍ୟ କୁ ନେଇ ଗୁଜବ ବି ନିର୍ବାଚନ କୁ ବେଶ୍ ପ୍ରଭାବିତ କରିଛି ।

ତାଙ୍କ ସ୍ବାସ୍ଥ୍ୟ ଠିକ୍ ନାହିଁ ଏବଂ ଆତ୍ମଘୋଷିତ ଦୁ ତି ୟ କ୍ଷମତା କେନ୍ଦ୍ର ଜଣକ ଙ୍କ ର ନବୀନ ଙ୍କ ପ୍ରତି ବ୍ୟବହାର କୁ ଜନତା ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଥିଲେ ।

ଏପରିକି ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ସାଧାରଣ ସଭା ରେ ନବୀନ ଙ୍କ ସ୍ବାସ୍ଥ୍ୟ ନେଇ ଉଦବେଗ ପ୍ରକାଶ କଲା ପରେ କୋଉଠି ନା କୋଉଠି ନବୀନ ଠିକ୍ ନାହାନ୍ତି ବୋଲି ଲୋକ ମାନଙ୍କ ମନରେ ଏକ ଧାରଣା ସୃଷ୍ଠି ହେଲା ।

ଜଣେ ଥିଲା ବେଳେ ତାଙ୍କ ଅଭାବ କୁ କେହି ବୁଝି ନ ପାରିଲେ ବି ସେ ବିଦାୟ ନେଲା ପରେ ତାଙ୍କୁ ସମସ୍ତେ ଝୁରି ହୁଅନ୍ତି । ଯଦି ନିଜ ଦଳ ନେତା ମାନେ ନବୀନ କୁ ବୁଝି ଥାନ୍ତେ ତେବେ ନିଜ ନିଜ ର ଭାବ ମୂର୍ତ୍ତି ତିଆରି କରି ଦୁର୍ନୀତି ବ୍ୟଭିଚାର ଆଉ ଲୁଣ୍ଠନ ରେ ଲିପ୍ତ ନ ରହି ଦଳ ଭିତରେ ଚାଲିଥିବା ସ୍ଵେଚ୍ଛାଚାର ର ପ୍ରତିବାଦ କରିଥନ୍ତେ ।ନିଜେ ନିଜେ କୁକର୍ମ ରେ ଲିପ୍ତ ରହି ନବୀନ ବ୍ରାଣ୍ଡ କୁ ସାହାରା କରି ଏ ଥର ବି ନିର୍ବାଚନ ବୈତରଣୀ ପାରିହେବାକୁ ବସିବା ସେମାନଙ୍କୁ ମାହାଙ୍ଗା ପଡ଼ିଥିଲା ବେଳେ ଗଣତାନ୍ତ୍ରିକ ଭାବେ ଅନ୍ୟର ରାଜ୍ୟ ର ଆମଦାନୀ କାରା ନେତା ଙ୍କ ନେତୃତ୍ ରୁ ମୁକ୍ତ ହୋଇ ଦଳର ପରିଚାଳନା କରିପାରିଲେ ହୁଏତ ଏହା ପୁଣି ଶକ୍ତିଶାଳୀ ହେବ।

ଯାହା ବି ହେଉ ରାଜ୍ୟରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଆସିଥିଲା ବେଳେ ଦେଖିବାକୁ ବାକି ରହିଲା ଯେ ବିଜେଡି ପୁଣି ନିଜ କୁ ଶକ୍ତି ଶାଳୀ କରିବ କି ବି ଯେ ପି କିମ୍ବା କଂଗ୍ରେସ ଭିତରେ ବିଲିନ ହୋଇଯିବ।

Leave A Reply

Your email address will not be published.

7 + 16 =