ଉପସାନା ଟ୍ରଷ୍ଟ ପକ୍ଷରୁ ବାସହରା ଙ୍କ ପାଇଁ ଯୋଗାଇ ଦିଆଗଲା ପକା କୋଠା ଘର

ମାହାଙ୍ଗା ର ଉପାସନା ନ୍ୟାସ
ପକ୍ଷରୁ ଏହି ବର୍ଷ ମଧ୍ୟ ବର୍ଷା ଋତୁ ପୂର୍ବରୁ ଦୁଇ ଜଣ ବାସ ହରା ଙ୍କ ପାଇଁ
ନ୍ୟାସ ର ସଂସ୍ଥାପକ ଜାତୀୟ ଜଳବିଦ୍ୟୁତ ନିଗମ ର ପୂର୍ବତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ଏସିଆନ ବ୍ୟାଙ୍କ୍ ର ଭାରତ ଓ ଶ୍ରୀଲଙ୍କା ପାଇଁ ପରାମର୍ଶ ଦାତା ଇଂଜିନିୟର ସହଦେବ ଖଟୁଆ ନ୍ୟାସ ର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଶିଷ୍ଟ ସମାଜସେବୀକା ଶ୍ରୀମତୀ ନିବେଦିତା ଖଟୁଆ ଙ୍କ ଦୁଇଟି କୋଠଘର ଲୋକାର୍ପିତ ହୋଇଛି


ଭାଉଁରିଆ ପଞ୍ଚାୟତ ରମକାପୂର୍ ଗ୍ରାମ ର ଅସହାୟ ସତୁରୀ ବର୍ଷ ବୟସ୍କା ବିଧବା ମହିଳା ଓ ତାଙ୍କର ସ୍ବାମୀ ପରିତ୍ୟକ୍ତା ରୋଗିଣା ଝିଅ ସାବିତ୍ରୀ ଦାସ ଏବଂ ରାହଣିଆ ପଞ୍ଚାୟତ ଗଙ୍ଗାଧର ଗ୍ରାମ ର, ଅରକ୍ଷିତ ଦାସ ଓ ରଞ୍ଜିତ ଦାସ ,ଙ୍କୁ ପ୍ରାୟ ସାଢେ଼ ସାତ ଲକ୍ଷ ଟଙ୍କାର ଦୁଇ ଟି ବାସ ଗୃହ ନ୍ୟାସ ପକ୍ଷରୁ ପ୍ରଦାନ କରାଗଲା ।

ଏହି ଉପଲକ୍ଷେ ରାମକାପୁର ଠାରେ ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟାନାରାୟନ ଦାସ ଙ୍କ
ସଭାପତିତ୍ୱ ଅନୁଷ୍ଠିତ ଏକ ସଭା ରେ କ୍ୟାପିଟାଲ ହସ୍ପିଟାଲ ର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ନିହାର ରଞ୍ଜନ ସାମଲ ବର୍ଷୀୟାନ ସମାଜସେବୀ ସରୋଜ ବନ୍ଧୁ ଦାସ ଶିକ୍ଷାବିତ୍ ବିଦ୍ୟାଧର ଖଟୁଆ ପ୍ରଫେସର୍ ପ୍ରଭାକର ଦ୍ବିବେଦୀ ବରିଷ୍ଠ ଆୟକର ଅଧିକାରୀ ମନ୍ମଥ ରାଉତ୍ ବିଶିଷ୍ଟ ଗବେଷକ ଡକ୍ଟର ଏକାଦଶୀ ପ୍ରଧାନ ସାମ୍ବାଦିକ ବିଜୟ ଜେନା ବିବେକାନନ୍ଦ ଦାସ ପୂର୍ଣ୍ଣ ମହାପାତ୍ର ଅଜୟ ପଣ୍ଡା ହରିହର ଦାସ ଶିକ୍ଷାବିତ୍ ଚିତ୍ତ ରଂଜନ ରାଉତ ଧନେଶ୍ଵର ସେଠି ରଜନୀ ପରିଡ଼ା ପ୍ରମୁଖ ଯୋଗ ଦେଇ ନିଜର ସ୍ଵ ଅର୍ଜିତ ଉପାର୍ଜନ ରୁ ସହଦେବ ବାବୁ ଓ ନିବେଦିତା ଖ୍ମଟୁଆ ଏପରି ମହତ୍ କାର୍ଯ୍ୟ କରୁଥିବାରୁ ଏହାର ଭୂୟସି
ପ୍ରଶଂସା କରିଥିଲେ । ଏହି ଶୁଭ କାର୍ଯ୍ୟ ଅବସର ରେ ଦୁଇଟି ବୃକ୍ଷ ମଧ୍ୟ ରୋପଣ କରାଯାଇଥିଲା । ଜୟଦେବ ପଣ୍ଡା ସମତଙ୍କୁ ଧନ୍ୟବାଦ୍ ଦେବା ସହ ବିଗତ ଦୁଇ ବର୍ଷ ଭିତରେ ମାହାଙ୍ଗା ର ବହୁ ଅସହାୟ ଙ୍କୁ ବାସଗୃହ ଯୋଗାଇ ଦିଆ ଯାଇଥିବାରୁ ଖଟୁଆ ଦମ୍ପତ୍ତି ଙ୍କୁ ମଧ୍ୟ ମାହାଙ୍ଗା ଅଧିବାସୀ ଙ୍କ ପକ୍ଷ ରୁ ଶୁଭ କାମନା ଓ ଧନ୍ୟବାଦ ଜଣାଇ ଥିଲେ ।

Leave A Reply

Your email address will not be published.

three − 2 =