ଭଏସ ଅଫ୍ କମନ୍ସ ( ଭାରତ ସରକାର ଙ୍କ ଦ୍ଵାରା ପଞ୍ଜୀକୃତ )VOICE OF COMMONS (Registered with RNI )

ଚନ୍ଦନ ଚକଡା ରେ କ୍ରନ୍ଦନ ର ରୋଳ

ନିଉଜ ଡେସ୍କ

ନରେନ୍ଦ୍ର ପୋଖରୀ ରେ କାନ୍ଦ ବୋବାଳି – ଚନ୍ଦନ ଯାତ୍ରା ରେ କଲିଜା ଥରା କୋହ – ବାଣ ବିସ୍ପୋରଣ ରେ ରକ୍ତ ରଞ୍ଜିତ ହେଲା ଭଉଁରୀ ଯାତ- ଚାଲିଗଲା ୧ ୫ ଜଣ ଙ୍କ ଅମୂଲ୍ୟ ଜୀବନ- ପ୍ରଶାସନ କୁ ପ୍ରଶ୍ନବାଣ

ପ୍ରବଳ ଗ୍ରୀଷ୍ମ ଲହରୀ ରେ ସାରା ରାଜ୍ୟ ଉତ୍ତାପ ର ତତଲା ତାୱା ରେ ଶିଝୁ ଥିଲା ବେଳେ ପୁରୀ ରେ ଚନ୍ଦନ ଯାତ୍ରା ରେ ବାଣ ଓ ଆତସବାଜି ପ୍ରଦର୍ଶନ ପାଇଁ ଚାଲିଯାଇଛି କେତେ ନୀରିହ ଜୀବନ । ଦର ପୋଡା ହୋଇ ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି କେତେ ଗୁରୁତର ରୋଗୀ ।ତେବେ ଯଥେଷ୍ଟ ସୁରକ୍ଷା ଓ ପୂର୍ବ ସତର୍କତା ର ବ୍ୟବସ୍ଥା ନଥାଇ ଏମିତି ଖାମ ଖିଆଲି ଆୟୋଜନ ପାଇଁ କିଏ ଦେଇଥିଲା ଅନୁମତି ବୋଲି ଏବେ ସାଧାରଣ ରେ ପ୍ରଶ୍ନ କରାଯାଉଛି । ଦୁଃଖ ର କଥା ବିଶ୍ଵ ସ୍ତରୀୟ ସହର ପୁରୀ ରେ ଭଲ ଡାକ୍ତରଖାନା ଟିଏ ଥିଲେ ହୁଏତ ବଞ୍ଚି ଯାଇଥାନ୍ତେ କେତେ ଜୀବନ ।

ଶ୍ରୀକ୍ଷେତ୍ର ପୁରୀ ରେ ନରେନ୍ଦ୍ର ପୁଷ୍କରିଣୀରେ ଚାପଖେଳ ଓ ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ଏବେ ବଢି ୧୫ ରେ ପହଞ୍ଚିବା ର ସୂଚନା ମିଳିଛି। ଏମିତି ଏକ ହୃଦୟ ବିଦାରକ କଲିଜା ଥରା ଘଟଣା ସାରା ଦେଶ କୁ ଦୁଃଖ ରେ ହତ ଚକିତ କଲାବେଳେ କୋଉଠି ନା କୋଉଠି ପ୍ରଶାସନିକ ଦକ୍ଷତା ଉପରେ ପ୍ରଶ୍ନ ବାଚକ ଲାଗିଛି ।

ତେବେ ଚନ୍ଦନ ଯାତ୍ରା ରେ କଣ ପ୍ରତି ବର୍ଷ ହେଉଥିଲା ଆତସବାଜି ପ୍ରଦର୍ଶନ ? ଯଦି ହେଉଥିଲା ଏହା କଣ ଥିଲା ନୀତି କାନ୍ତି ? ଯଦି ନୀତି କାନ୍ତି ଥିଲା ତେବେ ସୁରକ୍ଷାପାଇଁ କାହିଁକି ନିଆଯାଇନଥିଲା ଉଚିତ୍ ପଦକ୍ଷେପ ? ଯଦି ଏହା ପାରମ୍ପରିକ ନ ଥିଲା ତେବେ କିଏ କରିଥିଲା ଏଇ ବେଆଇନ ଆତସବାଜି ର ବ୍ୟବସ୍ଥା ଓ ସବୁ ଜାଣି ଶୁଣି ପ୍ରଶାସନ କାହିଁକି ନେଇ ନଥିଲେ ପଦକ୍ଷେପ ?

କିଏ ଏହାର ଅନୁମତି ଦେଉଥିଲା । ଏହା କେଉଁଠାରେ ପ୍ରଦର୍ଶନ କରିବା ଲାଗି ସୁରକ୍ଷା ଦୃଷ୍ଟି ରୁ ନିର୍ଧାରଣ କରାଯାଉଥିଲା? ପ୍ରଶାସନ ପକ୍ଷରୁ ଏହା କୁ ପ୍ରବଳ ଜନଗହଳି ବେଳେ ନିୟନ୍ତ୍ରଣ କରିବାକୁ ପୁଲିସ ଅଗ୍ନିଶମ ବିଭାଗ ଓ ଅନ୍ୟାନ୍ୟ ବିଭାଗ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ କଣ ବ୍ୟବସ୍ଥା କରାଯାଇଥିଲା । ବାଣ ଫୁଟା ଯାଉଥିଲା ବେଳେ ଯଥେଷ୍ଟ ଆମ୍ବୁଲାନ୍ସ ବ୍ୟବସ୍ଥା କାହିଁକି କରାଯାଇ ନଥିଲା । ଏମିତି ଅନେକ ଅବହେଳା ଓ ଉଦାସୀନତା ର ଅସଂଖ୍ୟ ପ୍ରଶ୍ନ ଏବେ ରାଜ୍ୟବାସି ଙ୍କ ମନରେ ଉଠୁଥିଲା ବେଳେ ଏକ ବିଶ୍ଵ ସ୍ତରୀୟ ସହର ବୋଲି ହୁରି ପଡ଼ୁଥିବା ପୁରୀ ରେ ଏକ ସରକାରୀ ଭେଷଜ ମହାବିଦ୍ୟାଳୟ ଥିଲେ ବି ନିଆଁ ରେ ପୋଡ଼ି ହୋଇଥିବା ରୋଗୀ ମାନଙ୍କ ଚିକିତ୍ସା ର ବ୍ୟବସ୍ଥା ପାଇଁ ସାଧନ ନ ରହିବା ଅତି ଦୁଃଖଦ ବୋଲି କୁହାଯାଇପାରେ । ଆତଙ୍କବାଦୀ ଙ୍କ କବଳରୁ କୁଆଡେ ଶ୍ରୀକ୍ଷେତ୍ର କୁ ରକ୍ଷାକରିବା ପାଇଁ ବହୁ ସମୟ ରେ ମକ୍ ଡ୍ରିଲ ହେଉଥିଲା ବେଳେ ଏହି ଦୁର୍ଘଟଣା ପରିଚାଳନାରେ କାହିଁକି ଅପାରଗ ସାଜିଲା ଜିଲ୍ଲା ପ୍ରଶାସନ ?ବିଶ୍ଵ ପ୍ରସିଧ ମହାପ୍ରଭୂ ଙ୍କ କ୍ଷେତ୍ରରେ ବର୍ଷ ସାରା ଜାନି ଯାତ୍ରା ଲାଗିରହୁଥିଲା ବେଳେ କାହିଁକି ଜିଲ୍ଲା ର ମୁଖ୍ୟ ଡାକ୍ତରଖାନା ରେ ପର୍ଯ୍ୟାପ୍ତ ଚିକିତ୍ସକ ଓ ସେବିକା ଙ୍କ ୨୪ ଘଣ୍ଟିଆ ଉପସ୍ଥାନ ସୁନିଶ୍ଚିତ କରାଯାଇ ନଥିଲା ।

ପୂର୍ବରୁ ଚିକିତ୍ସା ଅବହେଳାରୁ ଜଣେ ୧୫ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଭୁବନେଶ୍ୱରର ଓ କଟକ ରେ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଅଧିକ ପୀଡିତ ଙ୍କ ମୃତ୍ୟୁ ହୋଇ ଏହି ସଙ୍ଖ୍ୟା ୧୩ ରେ ପହଂଚିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୧୭ ଜଣ ଆହତ ହୋଇ କଟକ ଏସସିବି ଓ ଭୁବନେଶ୍ୱରର ରେ ଚିକିତ୍ସିତ ହେଉଛନ୍ତି।

ଘଟଣା ର ପୁଣି ଚିରାଚରିତ ଭାବେ ତଦନ୍ତ ହେବ । ରିପୋର୍ଟ କେବେ ଆସିବ ଆଉ କାହା ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ହେବ ସେ କଥା ସମୟ କହିବ ।ତେବେ ଏ ଜାତି ର ପ୍ରାଣ ପ୍ରିୟତମ କାଳିଆ ସାଆନ୍ତ ଙ୍କ ଠାକୁର୍ ଘର ଓ ଏହାର ନୀତି କାନ୍ତି ପରିଚାଳନା ରେ କାହିଁକି ଏତେ ବାଦ୍ ବିବାଦ ଆଉ ବିତର୍କ । ଏତିକି କରିବାକୁ ଜଣ ଏ ଜାତି ଅସମର୍ଥ ।

Leave A Reply

Your email address will not be published.

sixteen + 8 =