ପ୍ରବଳ ଗ୍ରୀଷ୍ମ ରେ ଏପ୍ରିଲ ମେ ମାସ ରେ ଗଛ କଟା

ନିଉଜ୍ ଡେସ୍କ ସାଲେପୁର ୧୦/୦୫

ଆବଶ୍ୟକତା ନଥାଇ ବି କାଟି ଦିଆଯାଇଛି ଗଛ । ଟ୍ରାକ୍ଟର ରେ ବୁହା ଚାଲିଛି ବଡ ବଡ କାଠ ଗଣ୍ଡି ଓ ଲଗ

ପ୍ରବଳ ଗ୍ରୀଷ୍ମ ରେ ତତଲା ତାଉଆ ରେ ସାରା ରାଜ୍ୟ ଡହଳ ବିକଳ ହେଉଥିଲା ବେଳେ ସାଲେପୁର ଛତିଆ ସଡ଼କ ରେ ପ୍ରସସ୍ତିକରଣ ଆଳ ରେ ଶହ ଶହ ବଡ ବଡ ଗଛ କାଟି ଦିଆଯାଉଥିଲା ବେଳେ ଆବଶ୍ୟକତା ନ ଥାଇ ବି ଏପ୍ରିଲ ଓ ମେ ମାସ ରେ ବହୁ ଗଛ କୁ କାଟି ଦିଆଯାଉଥିବାରୁ ଜନ୍ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି ।

ପ୍ରବଳ ଖରା ରେ ଛାଇ ଟିକେ ପାଇଁ ବିଚରା ପଥଚାରୀ ଡହଳ ବିକଳ ହେଉଛି । ଏପରିକି ଅନେକ ଛୋଟ ବଡ ଗଛ କାଟିବାର ଆବଶ୍ୟକତା ନ ଥିଲେ ମଧ୍ୟ ପ୍ରବଳ ଖରା ରେ ଅତି ନିର୍ଦ୍ଦୟ ଭାବେ କାଟି ଦିଆଯାଉଥିବାରୁ ଏହା ବହୁ ପରିବେଶ କର୍ମୀ ଙ୍କୁ ବ୍ୟଥିତ କରିଛି । ଏପରିକି ହିନ୍ଦୁ ଧର୍ମ ର ବର ଓ ଅଶ୍ୱତ୍ଥ ବୃକ୍ଷ ର ଧାର୍ମିକ ମହତ୍ତ୍ଵ ଥିଲା ବେଳେ ଅନେକ ସ୍ଥାନ ରେ ପ୍ରଚଣ୍ଡ ଗ୍ରୀଷ୍ମ ରେ ଏହାକୁ ଆବଶ୍ୟକତା ନଥାଇ ବି କାଟିବା ଧାର୍ମିକ ଭାବାବେଗ କୁ ଆଘାତ କରିଛି ବୋଲି
ପ୍ରତିକ୍ରିୟା ପ୍ରକାଶ ପାଉଛି । ତେବେ କେତେ ଗଛ କାଟିବା ପାଇଁ ଚିହ୍ନଟ କରାଯାଇଥିଲା କେତେ ଗଛ କରାଯାଇଛି ଓ ଏଥିଲାଗି ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ର ଅନୁମତି ଥିଲା କି ନାହିଁ ତାହା ତଦନ୍ତ ସପକ୍ଷ । ତେବେ ଅନେକ ବ୍ୟକ୍ତି ସୂଚନା ଅଧିକାର ରେ ଏ ସମନ୍ଧିୟ ସୂଚନା ରାଜ୍ୟ ସରକାର ଙ୍କ ଠାରୁ ମାଗିଛନ୍ତି ।

ଏବେ ଭୟାନକ ଭାବେ ତାପମାତ୍ରା ବଢ଼ୁଥିଲା ବେଳେ ବିକାଶ ପାଇଁ ଅତି ସତର୍କତାର ସହ ନୁନତମ ଗଛ କାଟିବା ଓ ତୁରନ୍ତ ଗଛ ଲଗାଇବାର ଆବଶ୍ୟକତା ଥିଲା ବେଳେ ଗଛ କଟା ହେଲା ପରେ ଆଉ ଗଛ ଲଗା ଯାଉ ନଥିବାରୁ ତାପମାତ୍ରା ଦିନ କୁ ଦିନ ବଢ଼ି ବଢ଼ି ଯିବା ସହ ଅସହ୍ୟ ହେଲାଣି । ନିକଟ ଅତୀତ ରେ କଟକ ଚାନ୍ଦବାଲି ରାସ୍ତା ରେ ହଜାର ହଜାର ପୁରୁଣା ଗଛ କରାଯାଇଥିଲେ ବି ଏ ଯାଏ ଗୋଟିଏ ଗଛ ଲଗା ନ ଯିବା କୁ ବହୁ ସାମାଜିକ କର୍ମୀ ପରିବେଶବିତ୍ ବୁଦ୍ଧିଜୀବୀ ନା ପସନ୍ଦ କରୁଛନ୍ତି ।

ତେବେ ଏହି ଅଭିଯୋଗ ର ଅନୁସନ୍ଧାନ ସହ ବର୍ଷ ଋତୁ ରେ ବୃକ୍ଷ ରୋପଣ ର ବ୍ୟବସ୍ଥା ଜନ୍ ସାଧାରଣ ଓ ବୁଦ୍ଧିଜୀବୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ସରକାର ଙ୍କ ଠାରେ ଦାବି କରାଯାଉଛି । ପରିବେଶ ପାଇଁ ସମର୍ପିତ କିଛି ସ୍ଵେଚ୍ଛାସେବୀ ଏହି ପ୍ରସଙ୍ଗ କୁ ମାନ୍ୟବର ଜାତୀୟ ସବୁଜ ପ୍ରାଧିକରଣ ରେ ଉପସ୍ଥାପିତ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଜଣାପଡିଛି

ସୁପ୍ରିମ କୋର୍ଟ ର ଯୁବ ଅଧିବକ୍ତା ଦେବଦତ୍ତ କାନୁନଗୋ ଅଟଳ ସେନା ର ଅଧକ୍ଷ ଶ୍ରୀ ଦି ବା କର ପ୍ରଧାନ ଗୋ ସେବକ ଇଂଜିନିୟର ଜ୍ଞାନ ରଞ୍ଜନ ବାରିକ ଯୋଗ ପ୍ରସିକ୍ଷକ କୈଳାସ ବେହେରା ମାନାବାଧିକାର କର୍ମୀ ଦୀପକ କୁମାର ଆଚାର୍ଯ୍ୟ ସ୍ତମ୍ଭକାର ବିବେକା ନନ୍ଦ ଦାସ ସାମ୍ୱାଦିକ ବି ଜୟ ଜେନା ସାମ୍ୱାଦିକ ଉମାକାନ୍ତ ଜେନା ସାମ୍ବାଦିକ ଅମରେନ୍ଦ୍ର ସିଂ ଓଡ଼ିଆ ଚେତନା ପରିଷଦ ର ଅଧ୍ୟକ୍ଷ ଶ୍ରୀ ଅନନ୍ତ ଦେବଦର୍ଷି ଯୁବ ସମାଜ ସେବୀ କୈଳାସ ସ୍ବାଇଁ ବରିଷ୍ଠ ନାଗରିକ ତଥା ସମାଜସେବୀ ରବୀନ୍ଦ୍ର କୁମାର ମହାନ୍ତି. ସମାଜସେବୀ ଖିତୀସ ସିଂହ ଫିଜୀଓଥେରାପିଷ୍ଟ। ମହେନ୍ଦ୍ର ଦାସ ଜିତେନ୍ଦ୍ର ପଣ୍ଡା ପରିବେଶବିତ୍ ସୁଧାଂଶୁ ମୋହନ ରାଉତ୍ ସମାଜସେବୀ ଅଭିମନ୍ୟୁ ସାହୁ ପ୍ରମୁଖ ପ୍ରଶାସନ ନିକଟରେ ଯଥା ଶୀଘ୍ର ଆଗାମୀ ବର୍ଷା ଋତୁ ରେ ବୃକ୍ଷ ରୋପଣ କରିବାକୁ ଦାବି ରଖିଛନ୍ତି ।

ସମ୍ବାଦପତ୍ର ପୃଷ୍ଠାରେ

ସୌଜନ୍ୟ ଦୈନିକ ସମାଜ

Leave A Reply

Your email address will not be published.

6 − 2 =