ଭରତପୂର ରେ ମହାଭାରତ

ଯଦି ଜାତି ର ପିତା ମହାତ୍ମା ଗାନ୍ଧୀ ଙ୍କ ସେଇ କଥା ଟି କୁ ସ୍ମରଣ କରାଯାଏ ତାହାଲେ ଏ ଯାଏ ଦେଶକୁ ସ୍ଵଧନତା ଆସୁନାହିଁ ବୋଲି କୁହାଯାଇ ପାରେ। କାରଣ ଯୋଉ ଦିନ ଏ ଦେଶ ରେ ଝିଅ ଟି ଏ ମଧ୍ୟ ରାତ୍ରି ରେ ଏକୁଟିଆ ରାସ୍ତା ରେ ଚାଲି ଚାଲି ଯାଇ ପାରିବ ସେଦିନ ଆମେ ସ୍ଵାଧୀନ ଦେଶ ର ନାଗରିକ ବୋଲି ପରିଚୟ ଦେଇ ପାରିବା ।

ଧିକ ଆମକୁ । ଅଗଣିତ ବିପ୍ଳବୀ କ୍ରାନ୍ତିକାରୀ ଦେଶ ଭକ୍ତ ଙ୍କ ତ୍ୟାଗ ଆଉ ବଳିଦାନ ରେ ଦେଶ କୁ ଆସିଥିବା ସ୍ୱାଧୀନତା ଆଜି ବି ମାତୃ ଜାତି ପାଖରେ ଅପହଞ୍ଚ ହୋଇ ରହିଯାଇଛି ।ମଧ୍ୟ ରାତ୍ରି କଥା ଛାଡ।ସ୍ପଷ୍ଟ ଦିବାଲୋକରେ ରେ ଝିଅ ଟି କୁ ବି ରାସ୍ତା ରେ ଚାଲିବାକୁ ଡର ଲାଗୁଛି । ଥାନା ରେ ଆସୁଛି ଦୁଷ୍କର୍ମ ର ଅଭିଯୋଗ ।

ଆମର ଦୁର୍ଭାଗ୍ୟ ଯେ ଯୋଉ ରାଜନେତା ମାନେ ଏ ଯାଏ ଦେଶ ଆଉ ରାଜ୍ୟ କୁ ଶାସନ କଲେ ସେମନ ଙ୍କ ଦୁର୍ନୀତି ଭ୍ରଷ୍ଟାଚାର ଆଉ କୁ ଶାସନ ପାଇଁ ଆଜି ରାଜଧାନୀ ରାଜ ରାସ୍ତା ରେ ନିଜ ସେନା ବାହିନୀ ର ଭାବି ସ୍ବାମୀ ସହ ବି ଝିଅ ଟିଏ ନିଜ ମଟର ଗାଡ଼ି ରେ ସୁରକ୍ଷିତ ଭାବେ ଯାଇ ପାରୁନି। ବାକି ରହିଲା ସାଧାରଣ ମଣିଷ ର କଥା ।ଆଉ ଗାଁ ଗହଳି ରେ ରହୁଥିବା ମମୁଲି ଝିଅ ଟି ପାଦ ରେ ଚାଲି ଚାଲି ଯିବା କଥା। ବଣୁଆ ଗଧିଆ ଭଳି ଝିଅ ଟି ଉପରେ ଝାଂପି ପଡ଼ିବେ ଦୃର୍ବୁତ୍ତ ।
ଆଇନ ଖାଲି ମୋଟ ମୋଟା ବହି ଭିତରେ ସୋ କେସ ରେ ବନ୍ଧା ପଡୁଛି । ଦାରୋଗା ଆଉ ଖାକି ମାନେ ଝିଅ ଟି କୁ ଦେଖିଲେ ଥାନା ରେ ବି ଶିକାର ଟିଏ ଆସିଗଲା ବୋଲି ଖୁସି ରେ ଗଦ ଗଦ ହୋଇ ପଡିଛନ୍ତି । କିଏ ଯଦି ବିଚାରାଳୟ ର କବାଟ ବାଦେଇଲା ସେଠୀ ମିଳିଯାଇଛି ତାରିଖ ପରେ ତାରିଖ ।
ଆଉ ନେତା ମହିଳା ର ଅଧିକାର ନାଁ ରେ ରାଜନୀତି ର ରୁଟି ସେକୁଛି ।
କେଜାଣି ମା ଆଊ ଝିଅ ମାନଙ୍କ ପାଇଁ କେବେ ଆସିବ ଭଲ ଦିନ କି ଜମାରୁ ଆସିବନି ।

ଓଡିଶା ରେ ସବୁଜ ଶାସନ ବ୍ୟବସ୍ଥା ଗେରୁଆ ହେଲା ।ଭାବୁଥିଲୁ ଦାରୋଗା ର ଦାଗି ଚରିତ୍ର ବଦଳିବ ।ସିଏ ସାଧାରଣ ଲୋକ କୁ ହଇରାଣ ନ କରି ଅପରାଧୀ କୁ ଧରିକି ଦଣ୍ଡ ଦବ। ସାର ରାଜ୍ୟ ରେ ଏବେ ଶହେ ଅଭିଯୁକ୍ତ ହେଲେ ମାତ୍ର ୧୧ ଜଣ ଲୋକ ଦଣ୍ଡ ପାଉଛନ୍ତି । ସେମାନଙ୍କ ଙ୍କ ସଂଖ୍ୟା ବଢିବ ।
ଦୁର୍ଭାଗ୍ୟ ଯେ ଭୁବନେଶ୍ୱର ର ଛାତି ଉପରେ ଥିବା ରାଜ୍ୟ ର ଏକ ନମ୍ବର ଆଦର୍ଶ ଥାନା ଭରତପୁର ଭାରତ ରେ କଳଙ୍କ ପାଲଟିଛି ।ସାର ଦେଶ ରେ ଜଗନ୍ନାଥ ମହାପୁରୁ ଙ୍କ ରାଜ୍ୟ କହି ନିଜ କୁ ଶାନ୍ତି ପ୍ରିୟ ଦାବି କରୁଥିବା ଓଡ଼ିଆ ର ମାନ ମହତ୍ ଆଉ ନାହିଁ ।ରାତି ଅଧ ରେ ନିଜ ସେନା ଅଧିକାରୀ ଭାବି ସ୍ବାମୀ ଙ୍କ ସହ ରାସ୍ତା ରେ କିଛି ଗୁଣ୍ଡା ବଦମାସ୍ ଙ୍କ ଦ୍ଵାରା ନିର୍ଯାତିତା ହେଲା ପରେ ଭରତପୁର ଥାନା କୁ ନ୍ୟାୟ ଭିକ୍ଷା କରିବାକୁ ଧାଇଁ ଆସିଥିବା ବିଚାରି ଝିଅ ଟି କୁ ଯୋଉ ଶାରୀରିକ ମାନସିକ ଆଉ ଯୌନ ନିର୍ଯ୍ୟାତନା ଦିଆଗଲା ସେହି ଛାତି ଥରା କଥା କୁ ସଭ୍ୟ ସମାଜ କହିବାକୁ ବି ଲାଜ ଲାଗୁଛି ।

ଯୋଉ ନିର୍ଯ୍ୟାତନା ର କାହାଣୀ ଯେ କୌଣସି ହରର ସିନେମା ଠାରୁ ଆହୁରି ଭୟଙ୍କର ଆହୁରି କରୁଣ ।
ଝିଅ ଙ୍କ ର ଏତିକି ଭୁଲ ଥିଲା କି ରାତି ରେ ଥାନା କୁ ନ୍ୟାୟ ମାଗିବାକୁ ଆସିଥିଲେ ।ଥାନା ରେ ଠିକ୍ ଭାବେ କର୍ତ୍ତବ୍ୟ ସମ୍ପାଦନ କରୁନଥିବା ୟୁନିଫର୍ମ ନ ପିନ୍ଧି ନାଇଟୀ ପିନ୍ଧି ବସିଥିବା କର୍ମଚାରୀ ଙ୍କୁ ନିଜ କର୍ତ୍ତବ୍ୟ କରିବାକୁ ଅନୁରୋଧ କରିଥିଲେ । ବାସ ଏଇ ଭୁଲ୍ ପାଇଁ ତାଙ୍କର ଭାବି ସ୍ବାମୀ ସେନା ବାହିନୀ ରେ କର୍ମ ରତ କ୍ୟାପଟେନ ଙ୍କୁ ବେଆଇନ ଭାବେ ବନ୍ଦୀ କରି କାରା କୋଠରୀ ରେ ନିକ୍ଷେପ କରାଯାଇଥିଲା ।ଆଉ ଝିଅ ଟି ଉପରେ ତମାମ ରାତି ହୋଇଥିଲା ଅକଥନୀୟ ଅତ୍ୟାଚାର । ଝିଅ ଟି ଅଭିଯୋଗ ଅନୁସାରେ
ତାଙ୍କର ଦାନ୍ତ ମାଢି କୁ ମୁଥ ମାରି କ୍ଷତାକ୍ତ କରାଗଲା ଦାନ୍ତ ଆଉ ହାତ ଭାଙ୍ଗି ଦିଆଗଲା । କିଏ ଜଣେ ଦୁର୍ଦ୍ଦାନ୍ତ ଖାକି ର ଦୁଃଶାସନ ହାତ ରେ ତାଙ୍କର ଅନ୍ତ ବସ୍ତ୍ର ଖୋଲି ଦିଆଗଲା ଆଉ ନାରୀ ଟି ର ସବୁଠାରୁ ଅଧିକ ସମ୍ବେଦନଶିଳ ଅଙ୍ଗ ରେ ଗୋଇଠା ମାଡ କରାଯାଇଥିଲା ।କିଏ ଜଣେ ନିଜକୁ ମହିଳା ବୋଲାଉଥିବା ରାକ୍ଷସୀ ଟିଏ ଝିଅ ଟି ର ଚୁଟି ଧରି ଲଙ୍ଗଳା କରି ମାରି ମାରି ଟାଣି ନଉଥିଲା ଥାନା ର ଦାରୋଗା ପାଖକୁ ।ଗୋଟେ ନର ପିଶାଚ ର ହସ ହସ ହସି ଦାରୋଗା ପାଲଟିଯାଉଥିଲ ଦୁଃଶାସନ ଠାରୁ ବି ଆହୁରି ଭୟାନକ । ନିଜ ଯୌନାଂଗ କୁ ଖୋଲି ବିଚାର ଝିଅ ଟି କୁ ଦୁଷ୍କର୍ମ କରିବାକୁ ଧମକ ଦେଉଥିଲା । ସଖାଳ ହୋଇ ସାରିଥିଲା ବୋଲି ବୋଧେ ଝିଅ ଟି ସିନା ଦୁଷ୍କର୍ମ ରୁ ରକ୍ଷା ପାଇଗଲା ହେଲେ ମିଛ କେସ ରେ ଫସାଇ ଝିଅ ଟି କୁ ଗିରଫ କରାଯାଇଥିଲା । ସବୁଠୁ ବଡ ଦୁର୍ଭାଗ୍ୟ ଯେ ଝିଅ ଟି ର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତଙ୍କୁ ଏମ୍ସ କୁ ଚିକିତ୍ସା ପାଇଁ ପଠାଇ ଦିଆଗଲା ଆଉ ମହାନଗର ର ଡି ସି ପି ଦୋଷୀ ଦାରୋଗା ଆଉ ଖାକି ସପକ୍ଷ ରେ ସଫେଇ ଦେବାକୁ ସାଥେ ସାଥେ ଆଗେଇ ଆସିଲେ । ଜାତୀୟ ଗଣମାଧ୍ୟମ ରେ ବିଚାରି ଝିଅ ଆଉ ସେନା ବାହିନୀ ର ଅଧିକାରୀ ଙ୍କୁ ଦୋଷୀ ସଜେଇ ଦେଲେ ।

ଚାରିଆଡେ ଉଠିଲା ପ୍ରତିବାଦ ର ସ୍ୱର ।ଗୋଟାଏ ପ୍ରଶ୍ନ ସମସ୍ତଙ୍କୁ କରୁଛି ଆନ୍ଦୋଳିତ । ଯୋଉଠି ସେନା ବାହିନୀ ର କ୍ୟାପଟେନ ଆଉ ତାଙ୍କ ଭାବି ପତ୍ନୀ ଙ୍କୁ ଏମିତି ନିର୍ଯ୍ୟାତନା ଦିଆଯାଉଛି ସେଠୀ ସାଧାରଣ ମା ମୁ ଲି ମଣିଷ କୁ କିଏ ପଚାରିବ । ସେନା ବାହିନୀ ଆଜି ସେମାନଙ୍କ ପାଖରେ ଠିଆ ହୋଇଛି । ହେଲେ ସାଧାରଣ ମଣିଷ ପାଖ ରେ କିଏ ଠିଆ ହେବ । କିଏ ତା ପାଇଁ ସ୍ୱର ଉଠେଇବ । କିଏ

ପ୍ରତିବାଦ ର ସ୍ଵର୍ ଶା ଣି ତ ହେଲା ପରେ ଦେଶ ବ୍ୟାପି ସୃଷ୍ଠି ହେଲା ତୀବ୍ର ପ୍ରତିକ୍ରିୟା ।ଅଭିଯୁକ୍ତ ହେଲେ ନିଲମ୍ୱିତ ।ନିଲମ୍ୱନ ବି ଜନତା କୁ ଭୁଲେଇବାକୁ ଏକ ବଢିଆ ନାଟକ । ନିଲମ୍ୱିତ ହେବେ । ବସି କି ବେତନ ନେବେ । କିଛି ଦିନ ପରେ ଲୋକ ଭୁଲିଗଲେ ପୁଣି ଦିନ କେଇଟା ପରେ ନିଲମ୍ୱନ ଆଦେଶ ଉଠୁଜିବ ।ପୁଣି କୋଉ ଗୋଟେ ଥାନା କୁ ବାବୁ ହେଇ କି ଯିବେ । ଦାଗି ଦାରୋଗା ଙ୍କ ରାଜନୈତିକ ବସ ଆଉ ବିଭାଗୀୟ ଭ୍ରଷ୍ଟ ହାକିମ ଙ୍କ ସୁପାରିସ ରେ ପଦୋନ୍ନତି ପାଇବେ। ପୁଣି ସେଇ ଘଟଣା ର ହେବ ପୁନରାବୃତ୍ତି ।
ବହୁତ୍ ହେଇ ଗଲାଣି ।ସବୁ ଖାକି ଭିତରେ ବଟି ଖିଆ କଳଙ୍କିତ ବ୍ୟକ୍ତିତ୍ଵ କୁ ଖୋଜି ବାହାର କରି ଚାକିରୀ ରୁ ବିଦାୟ କରିବାର ସମୟ ଆସିଛି ।ବ୍ୟବସ୍ଥା ଭିତରେ ଥିବା ପି ସି ନେଉଥିବା ଦୁର୍ନୀତିଗ୍ରସ୍ତ କର୍ମଚାରୀ କୁ ସରକାରୀ ଚାକିରି ରୁ ତୁରନ୍ତ ବିଦାୟ ଦିଆଯିବ ଉଚିତ୍ ।ଏବେ ଗୋଟାଏ ଭରତପୂର୍ କୁ ନେଇ ଭାରତ ଉଠୁଛି ପଡ଼ୁଛି ।ଏବେ ଶକ୍ତ କାଜ୍ୟନୁଷ୍ଠାନ ନ ନେଲେ ଆଗକୁ ପ୍ରତି ଥାନା ପାଲଟିଯିବ ଭରତପୁର।ସରକାର ଜନତା ର ସେବକ ।ଆଉ ସରକାରୀ କର୍ମଚାରୀ ସରକାର ଙ୍କର୍ ସେବକ ।ସେ ଶୋଷକ କି ସଉକି କରିବାକୁ ସରକାରୀ ସେବା କୁ ଆସି ନାହାନ୍ତି ବୋଲି ନୂଆ ସରକାର ସେମାନଙ୍କୁ ବୁଝେଇ ଦିଅନ୍ତୁ ।

Leave A Reply

Your email address will not be published.

three − 1 =