ଆଜି ଠୁ ବଦଳିଲା ଇଂରେଜ ଅମଳ ର ଆଇନ ,ବଦଳିଲା ଆଇ ପି ସି /କ୍ରିମିନାଲ ପ୍ରୋସିଡ଼ିଓର କୋଡ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ

ଆଜି ଠାରୁ ଇଂରେଜ ଅମଳ ରୁ ଚାଲିଆସୁଥିବା ଆଇନ କୁ ବଦଳାଇ ଦିଆ ଯାଇଛି। ଇଣ୍ଡିଆନ ପେନାଲ କୋଡ କୁ ଭାରତୀୟ ନ୍ୟାୟିକ ସଂହିତା କ୍ରିମିନାଲ ପ୍ରୋସିଡ଼ିଓର କୋଡ କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଇଣ୍ଡିଆନ ଏଭିଦେନ୍ସ ଆକଟ କୁ ଭାରତୀୟ ସାକ୍ଷ୍ୟ

ଅଧିନିୟମ ରେ ପରିଣତ କରାଯାଇଛି।ତେବେ ଭାରତୀୟ ନ୍ୟାୟସଂହିତା ରେ ଥିବା ୫୧୧ ଟି ଧାରା କୁ ବଦଳାଇ ୩୫୮ ଟି ଧାରା ରେ ପରିଣତ କରାଯାଇଚ୍ଛି।

ତେବେ ୧୫୦ ବର୍ଷ ପରେ ତିନିଟି ଗୁରୁତ୍ଵପୂର୍ଣ ବ୍ରିଟିଶ ଆଇନ ଇତିହାସ ହେବାକୁ ଯାଉଛି । ସେହି ଆଇନ ବଦଳ ରେ ତିନ ଟି ନୂଆ ଆଇନ ଆସିଛି । ଏହି ପରିବର୍ତ୍ତନ ଦ୍ଵାରା ଯେ କୌଣସି ସ୍ଥାନ ରେ ଅପରାଧ ଘଟିଲେ ବି ଜଣେ ନାଗରିକ ଦେଶ ର ଯେ କୌଣସି ଥାନା ରେ ଅଭିଯୋଗ କରି ପାରିବା ର ବ୍ୟବସ୍ଥା ରହିଛି । ନୂଆ ଆଇନ ଅନୁସାରେ ଏଫ୍ ଆଉ ଆର ଲେଖିବା ପୁଲିସ ତଦନ୍ତ କରିବା ଚାର୍ଜ ସିଟ୍ କରିବା ବିଚାରପତି ଙ୍କ ଦ୍ଵାରା ଚାର୍ଜ ଫ୍ରେମ କରିବା ଶୁଣାଣି କରିବା ଓ ରାୟ ଶୁଣିବାର ର ଅବଧି ସ୍ଥିର କରାଯାଇଛି ।ଏବେ ରଜଦ୍ରୋହ ବଦଳରେ ଦେଶ ଦ୍ରୋହ କୁ ଅପରାଧ ବୋଲି ବିବେଚନା କରି ବିଚାର କରାଯିବ । ଇଲେକ୍ଟ୍ରୋନିକ୍ସ୍ ପ୍ରମାଣ କୁ ସାକ୍ଷ୍ୟ ଅଧିନିୟମ ଅନୁସାରେ ପ୍ରମାଣ ବୋଲି ଗ୍ରହଣ କରାଯିବ ।

Leave A Reply

Your email address will not be published.