ଧନୀକ ଶ୍ରେଣୀ ହାତରେ ଦେଶ ର ଶାସନ ର ଡୋରି -ସଂସଦ କୁ ନିର୍ବାଚିତ ୫୦୪ ଜଣ ହେଲେ କୋଟିପଟି

ଏବେ ଦେଶ ରେ ବଢ଼ୁଛି କୋଟିପତି ଙ୍କ ସଂଖ୍ୟା ଆଉ ଶାସନ ବ୍ୟବସ୍ଥା କୁ ଆସୁଛନ୍ତି ଅଧିକ ଅଧିକ କୋଟିପତି । ନିର୍ବାଚନ ଅତ୍ୟନ୍ତ ବ୍ୟୟ ବହୁଳ ହେବାରୁ ଗରିବ ଶେଣୀର ର ଲୋକ ଙ୍କ ପାଇଁ ନିର୍ବାଚନ ଲଢ଼ିବା ଏବେ ଦିନ ସ୍ବପ୍ନ ।

ସରି ଯାଇଛି ଗଣତନ୍ତ୍ର ର ମହକୁମ୍ଭ
ଲୋକସଭା ର ୫୪୩ ଆସନରେ ଫଳାଫଳ ଘୋଷିତ ହୋଇସାରିଛି ।ତେବେ ନିର୍ବାଚନ ଉପରେ ଅଧ୍ୟୟନ୍ କରୁଥିବା ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆସୋସିଏସନ୍ ଫର୍ ଡେମୋକ୍ରାଟି ରିଫର୍ମସ୍ ତଥ୍ୟ ଅନୁସାରେ ୫୦୪ ଜଣ ସଂସଦ କୋଟିପତି ତାଲିକା ରେ ଅଛନ୍ତି ।
ବି ଯେ ପି ର ନିର୍ବାଚିତ ୨୪୦ ସାଂସଦ ଙ୍କ ମଧ୍ୟରୁ ୨୨୭ ଜଣ କୋଟିପତି ଥିଲା ବେଳେ ସେମାନଙ୍କ ର ହାରାହାରି ସମ୍ପତ୍ତି ପଚାଶ କୋଟିରୁ ଅଧିକ । କଂଗ୍ରେସ ର ୯୯ ଜଣ ସାଂସଦ ଙ୍କ ମଧ୍ୟରୁ ୯୩ ପ୍ରତିଶତ କୋଟିପତି ନବ ନିର୍ବାଚିତ ସଂସଦ ଙ୍କ ମଧ୍ୟରେ ଟି ଡି ପି ର ଚନ୍ଦ୍ର ଶେଖର ଙ୍କ ସମ୍ପତ୍ତି ୫୭୦୫ କୋଟି ଥିଲା ବେଳେ ବି ଯେ ପି ର ବିଶେଶ୍ୱର ରେଡ୍ଡୀ ଙ୍କ ସମ୍ପତ୍ତି ୪୫୬୮ କୋଟି ଓ ସେହି ଦଳ ର ନବୀନ ଜିନ୍ଦଲ ଙ୍କ ର ୧୨୪୧ କୋଟି ଟଙ୍କା ର ସମ୍ପତ୍ତି ରହିଛି ଓ ସେମାନେ ଦୁତୀୟ ଓ ତୃତୀୟ ସ୍ଥାନ ରେ ଅଛନ୍ତି ।ବି ଜେପି ର ୩୯ପ୍ରତିଶତ ଓ କଂଗ୍ରେସ ର ୫୦ ପ୍ରତିଶତ ଙ୍କ ବିରୁଧ୍ୟ ରେ ରହିଛି ଅପରାଧିକ ମାମଲା ।ତେବେ ୧୭୦ ଲୋକ ସଭା ସଂସଦ ଙ୍କ ଉପରେ ରହିଛି ହତ୍ୟା ଅପହରଣ ବଳାତ୍କାର ମାମଲା ମହିଳାଙ୍କୁ ନିର୍ଯାତନା ମାମଲା ।

Leave A Reply

Your email address will not be published.

three × three =