ସତ୍ୟମେବ ଜୟତେ ପକ୍ଷରୁ ଆୟୋଜିତ ହେଲା ରକ୍ତଦାନ ଶିବିର ,ସଂଗୃହିତ ହେଲା ପଚାଶ ୟୁନିଟ ରକ୍ତ

ରକ୍ତ ଭଣ୍ଡାର ଗୁଡ଼ିକ ରେ ରକ୍ତ ର ଅଭାବ ଦେଖା ଦେଇଥିଲା ବେଳେ ରକ୍ତ ଦାନ ଓ ସମାଜ ର ବହୁମୁଖି କଲ୍ୟାଣ ପାଇଁ ସମର୍ପିତ ଅନୁଷ୍ଠାନ ସତ୍ୟାମେବ ଜୟତେ ସୌଜନ୍ୟ ରୁ ଆୟୋଜିତ ଶିବିର ରେ ସଂଗ୍ରହ ହେଲା ପଚାଶ ୟୁନିଟ ରକ୍ତ । ରାଜ୍ୟ ରେ ରକ୍ତଦାନ ଆନ୍ଦୋଳନ ର ଅନ୍ୟତମ ନୀରବ ନାୟକ ତଥା ସଂଗଠକ ସମାଜସେବୀ ପଣ୍ଡିତ ବିନୟ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ରେଡକ୍ରସ ସହାୟତାରେ ବର୍ଷ ସାରା ରକ୍ତଦାନ ଶିବିର ଆୟୋଜିତ ହେଉଥିଲା ବେଳେ ଗ୍ରୀଷ୍ମ ସମୟ ରେ ରକ୍ତ ଦାନ ର ରହିଛି ବିଶେଷ ଆବଶ୍ୟକତା

ସାଲେପୁର ଅଞ୍ଚଳ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସତ୍ୟ ମେବ ଜୟତେ ପରିବାର ପକ୍ଷରୁ ସ୍ଥାନୀୟ ସନ୍ତୋଷୀ ମା ମନ୍ଦିର ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଏଥିରେ ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ଯାଙ୍କ କଟକ ଡିଭିଜନ ହେଡ୍ ସନ୍ଦୀପ ସାମତ୍ରା ଓ ସଂଗଠନ ର ଉପଦେଷ୍ଟା ଗଗନ ଚନ୍ଦ୍ର ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାଯ୍ୟକ୍ରମ କୁ ଉଦଘାଟନ କରିଥିଲେ ରେଡକ୍ରସ ରକ୍ତ ଭଣ୍ଡାର ର ଡାକ୍ତର ଅଭୟ କୁମାର ପାତ୍ର, ସରୋଜ କୁମାର ମହାନ୍ତି, ତାପସ କୁମାର ମହାନ୍ତ , ବିଜଯ କୁମାର ସ୍ଵାଇଁ , ଗଣେସ୍ଵର ବେହେରା , ଅବିନାଶ ଦାଶ କୀର୍ତ୍ତନ ତନ୍ତୀ, ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ସତ୍ୟ ମେବ ଜୟତେ ପରିବାର ସଭାପତି ପଣ୍ଡିତ ବିନୟ ଭୁଷଣ ମିଶ୍ର, ସମ୍ପାଦକ ମାନସ ରଞ୍ଜନ ଦାଶ, ଗାନ୍ଧୀ ପ୍ରଧାନ, ରାଜେଶ କୁମାର ନାୟକ, ରେଖା ସାମଲ, ସୁନିତା ସାମଲ, ପ୍ରିୟଦର୍ଶିନୀ ପ୍ରଧାନ, ସ୍ନେହ ମୟୀ ବାରିକ, ବିଶ୍ଵ ରଞ୍ଜନ ସାହୁ,ସଞ୍ଜିତ୍ କୁମାର ସାହୁ, ସତ୍ୟ ରଞ୍ଜନ ଦାଶ, ସୁନିର୍ମଲ ସେଠି, ଦୀପ୍ତି ରଞ୍ଜନ ଦାଶ, ଦେବାଶିଷ ସ୍ୱାଇଁ, ପ୍ରଶାନ୍ତ ମହାନ୍ତି, ଦିବ୍ୟ ଜ୍ୟୋତି ନାୟକ, ସମେତ ଅନୁଷ୍ଠାନର କର୍ମକର୍ତ୍ତା ମାନେ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ

Leave A Reply

Your email address will not be published.

8 + 11 =