ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଂସ କାହିଁ ପାଇଁ ଧୋଇବା – ଚାନ୍ଦା ଚାଲାକି ର ଅନ୍ୟନାମ ଇଲେକ୍ଟରାଲ ବଣ୍ଡ

ଗଣତନ୍ତ୍ର ହେଉଛି ବିଶ୍ଵ ବ୍ୟବସ୍ଥାରେ ସବୁଠାରୁ ଭଲ ଶାସନ ପଦ୍ଧତି ବୋଲି କୁହାଯାଏ । ଯୋଉ ବ୍ୟବସ୍ଥା ରେ ସାଧାରଣ ମଣିଷ ଟିଏ ନିଜର ମତ ଦାନ ର ଅଧିକାର କୁ ସାବ୍ୟସ୍ତ କରି ନେତା ଙ୍କୁ ନିର୍ବାଚିତ କରେ ।
ଆଜି ଦେଶ ପୁଣି ଏକ ନିର୍ବାଚନ କୁ ସାମ୍ନା କରିବାକୁ ଯାଉଛି । ଏମୀତି ଏକ ଘଡି ସନ୍ଧି ସମୟ ରେ ଇଲେକ୍ଟରାଲ୍ ବଣ୍ଡ କ୍ଷେତ୍ର ରେ ବଡ ବଡ ରାଜନୈତିକ ଦଳ ଗୁଡ଼ିକ ର ଭୂମିକା ଦେଖି ଦେଶ ଆଉ ସମାଜ ର ମଙ୍ଗଳ ଚିନ୍ତା କରୁଥିବା ସାଧାରଣ ଜନତା ଏକ ପ୍ରକାର ଚିନ୍ତାଗ୍ରସ୍ତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ

,ରାଜନୈତିକ ଦଳ କୁ କମ୍ପାନୀ ଗୁଡ଼ିକ ଚାନ୍ଦା ଦେବା ବେଆଇନ ନ ହେଇ ପାରେ କିନ୍ତୁ ଲୁଚେଇ ଛପେଇ ଦେବା ଓ ଏଥିପାଇଁ ନ୍ୟସ୍ତ ସ୍ବାର୍ଥ ରଖି ଅନୈତିକ ଭାବେ କମ୍ପାନୀ ଗୁଡ଼ିକ ନିଜ ବ୍ୟବସାୟ ର ଅଭିବୃଦ୍ଧି କରିବା ବା ବିଭିନ୍ନ ସରକାରୀ ଏଯେନ୍ସୀ ର ଅନୁସନ୍ଧାନ ରକ୍ଷା ପାଇବା ପାଇଁ ଉଦ୍ଦେଶ୍ୟ ରଖିବା ଶାସନ ତନ୍ତ୍ର ର ବ୍ୟବସ୍ଥା କୁ ଦୁର୍ବଳ କରିବ ଏଥିରେ ତିଲେମାତ୍ର ସନ୍ଦେହ ନାହିଁ

, ରାଜନୈତିକ ଦଳ ଗୁଡିକ ର ସ୍ୱାର୍ଥପରତା , ଦୁର୍ନୀତି ଦେଶ ର ଧନ ସମ୍ପତ୍ତି କ୍ଷମତା କୁ ଉପଭୋଗ କରିବାର ବିକୃତ ଋଗ୍ନ ମାନସିକତା ,,ଭାଇ ଭତିଯାବାଦ, ପରିବାର ବାଦ୍ ଗଣତନ୍ତ୍ର ପରି ମହାନ୍ ଶାସନ ତନ୍ତ୍ର ର ପବିତ୍ର ବିଚାର ଧାରା କୁ ଅପବାଦ ର ଦୋ ଛକି ରେ ଠିଆ କରେଇ ଦେଇଛି । ସବୁ ରାଜନୈତିକ ଦଳ ଯେମିତି ଏବେ ଭୋଗ ଲାଳସା ଓ କ୍ଷମତା ନିଶା ରେ ମଶଗୁଲ।ଦେଶ ସେବା କୁ ସେମାନେ କେବେଠୁ ଭୁଲି ସରିଥିବାବେଳେ ତ୍ୟାଗ ବଳିଦାନ ସେମାନଙ୍କଠାରେ ଆକାଶ କଇଁଆ ଚିଲିକା ମାଛ ହୋଇ ଯାଇଛି ବୋଲି ନିଶ୍ଚୟ କୁହା ଯାଇପାରିବ । ରାଜନୈତିକ ଦଳ ଗୁଡିକ ନେଲା ବେଳକୁ ମଇଁଷି ଶିଂହ ଫଟା ଯୁଝିଲା ବେଳକୁ ଗୋଟା ନ୍ୟାୟ ରେ ଏକାଠି ହେଇ ଯାଉଛନ୍ତି ।

ଏବେ ଇଲେଲେକ୍ଟରାଲ୍ ବଣ୍ଡ ବିବାଦ ରେ ଜାତୀୟ ଓ ଆଞ୍ଚଳିକ ଦଳ ମାନେ ବିଭିନ୍ନ କମ୍ପାନୀ ଠାରୁ ନେଇଛନ୍ତି କୋଟି କୋଟି ଟଙ୍କା ର ଚାନ୍ଦା ।

ଦେଶ ର ବିପୁଳ ରାଜସ୍ବ ଚାଲିଯାଇଛି ଦଳୀୟ ପାଣ୍ଠିକୁ । ଦାନ ଦେଇଥିବା କମ୍ପାନୀ ଗୁଡ଼ିକ ପାଇଛନ୍ତି ଟିକସ ରିହାତି ଆଉ ବ୍ୟବସ୍ଥା ସେମାନଙ୍କ ଉପରେ ଓଜାଡ଼ି ଦେଇଛି ଅଜସ୍ର ଅନୁକମ୍ପା ।


ଯୋଉ ଅର୍ଥ ଉପରେ ଅଧିକାର ହେଉଛି ରାଷ୍ଟ୍ର ର । ଏହି ଅର୍ଥକ ର ହିସାବ ସେମାନେ ଆୟକର ବିଭାଗକୁ ଦେଇଥିଲେ ସେଥିରେ କର୍ପୋରେଟ ଟିକସ ଦେଇଥାନ୍ତେ ଯାହା ହେଉଛି ସମ୍ପୂର୍ଣ ଭାବେ ସାଧାରଣ ଜନତା ର ଅର୍ଥ ।
ବଣ୍ଡ ଜରିଆ ରେ କିଣି ଓ ଚାନ୍ଦା ଦେଇ ଏକାଧିକ ରାଜନୈତିକ ଦଳ ମାନେ ଟିକସ ଛାଡ଼ ପାଇଛନ୍ତି ।

ତୁ ତ ମୁତୁରୀ ମୁଁ ତ ମୁତୁରୀ ହେନ୍ସ କାହିଁ ପାଇଁ ଧୋଇବା

,,ଲୋକେ ଜାଣିବେନି କବାଟ କିଳିକି ଗୋଟିଏ ଖଟରେ ଶୋଇବା


ଯୋଉ କମ୍ପାନୀ ମାନେ ବଣ୍ଡ ଜରିଆ ରେ ଚାନ୍ଦା ଦେଇଥିଲେ ତାହା ପୁଣି ଗୋପନୀୟ ଥିଲା । ସୁପ୍ରିମ କୋର୍ଟ ଛାଟ ପରେ ବାଧ୍ୟ ବାଧକତା ରେ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ତଥ୍ୟ ଦେଇଛି । ଯାହାକୁ ସୂଚନା ଅଧିକାର ମୁକ୍ତ ରଖା ଯାଉଥିଲା।

ତେବେ ସବୁ ଠୁ ବଡ କଥା ହେଉଛି ଚାନ୍ଦା ନେଇଥିବା ସବୁ ଦଳ ଗୁଡିକ ଏକାଠି ହୋଇ ଦେଶ ର ପାଣ୍ଠି କୁ ଦୁର୍ବଳ କରି ନିଜ ନିଜ ଦଳ ର ବ୍ୟକ୍ତିଗତ ପାଣ୍ଠି କୁ ଦେଶ ବାସୀ ଙ୍କ ଅଗୋଚର ରେ ସୁଦୃଢ଼ କରିବାରେ ଲାଗିଥିଲେ । ଆଜିକାଲିର ନିର୍ବାଚନ ରେ ଅମାପ ଅର୍ଥ ମଦ ମାଂସ ଓ ବିଭିନ୍ନ ଅନୈତିକ ଭାବରେ ଖର୍ଚ୍ଚ ହେବା ଏକ ସାଧାରଣ ଘଟଣା । ତେଣୁ ଦଳୀୟ ପାଣ୍ଠି କୁ ଯାଉଥିବା ଅର୍ଥ କେମିତି ଖର୍ଚ୍ଚ ହୋଇଥାନ୍ତା ତାହା ଦିନ ଆଲୁଅ ପରି ସ୍ପଷ୍ଟ ।

ଏବେ ବି ଦେଶ ରେ ସମାଜବାଦ ଏକ ଅପହଞ୍ଚ ସ୍ବପ୍ନ ।

ଏବେ ବି ଲକ୍ଷ ଲକ୍ଷ ଲୋକ ରାଜ ରାସ୍ତା ରେ ରାତି
ପୁ ହା ଉ ଥିଲା ବେଳେ କାହାକୁ କାହାକୁ ରାତି ର ଅନ୍ଧକାର ରେ କେଉ ଧନୀ କି ସିନେ ତାରକା ର ଗାଡ଼ି ଚକ୍ ତଳେ ପଡି ମୃତ୍ୟୁ ବରଣ କରିବାକୁ ପଡ଼ୁଛି । ଆଜି ବି ମାଗଣା ଚାଉଳ ନେବାକୁ ଲୋକ ମାନଙ୍କ ର ଲମ୍ବା ଧାଡ଼ି ଲାଗେ ତ ପୁଣି କୋଉଠି ଭୋକ ର ଅଜଗର କୁ ଦେହ ରେ ଗୁଡେ଼ଇ ହୋଇ କେତେ ନୀରିହ ମଣିଷ ଙ୍କୁ ଜଙ୍ଗଲ ରୁ ଚେରମୂଳି ଖାଇ ବାର ଅଭିଯୋଗ ଶୁଣିବାକୁ ମିଳେ । ଅପପୃଷ୍ଟି ଲାଗି ବହୁ କୁନି କୁନି ଅବୋଧ ଶିଶୁ ମାନଙ୍କ ର ମୃତ୍ୟୁ ର କରୁଣ କାହାଣୀ ନେତା ମାନଙ୍କ ର ପରିବାର ପାଣିଆ ର ପ୍ରମାଣ ବୋଲି କୁହା ଯାଇ ପରେ ସବୁ ଭିତରେ କିନ୍ତୁ ରାଜନେତା ମନ୍ତ୍ରୀ ବିଧାୟକ ମାନଙ୍କର ସମ୍ପତ୍ତି ର ବୃଦ୍ଧି ଓ ବିଳାସ ପୂର୍ଣ୍ଣ ଜୀବନ ଦେଖିଲେ ଆଖି ଖୋଷି ହୋଇ ଯାଏ ।

ଗରିବ ତାଲିକା ରେ ଥିବା ଦେଶ ଭାରତ ରେ ସୀମିତି ଲୋକ ଙ୍କ ପାଖରେ ରହିଛି ଦେଶ ର ସମ୍ଭଳ ର ସିଂହ ଭାଗ । ଦେଶ ର ବିକାଶ ପାଇଁ ରହିଛି ବିପୁଳ ଅର୍ଥ ର ଆବଶ୍ୟକତା। ଜି ଡି ପି ବଢୁଛି ।ଦେଶ ପଞ୍ଚମ ବୃହତ୍ ଅର୍ଥନୀତି ପାଲଟିଛି ହେଲେ ବିକାଶ ର ସୁଫଳ ଧନୀ ଙ୍କ ପାଖେ ଅଟକି ଯାଇଛି । ଧନୀ ଆହୁରି ଧନୀ ହେଉଛି ।

ଏମିତି ଏକ ସମୟ ରେ ରାଜନୈତିକ ଦଳ ମାନେ କଂପାନୀ ରୁ ବିପୁଳ ଚାନ୍ଦା ନେଇ ସେଇ କମ୍ପାନୀ ଗୁଡ଼ିକୁ ଅହେତୁକ ଅନୁକମ୍ପା ଦେଖାଇବା ଏକ ଭୟାନକ ଷଡଯନ୍ତ୍ର ବୋଲି
କୁହା ଯାଈ ପାରିବ। କିଏ ଚାନ୍ଦା ଦେଇ ସ୍ପେଟ୍ରମ୍ ନେଇ ଯାଉଛି ତ କିଏ ଖଣି ପଟ୍ଟା ପାଉଛି ।କିଏ ଚାନ୍ଦା ଦେଇ ନିଜ ସି ଇ ଓ କୁ କୋଉ ଗୋଟେ ଶାସକ ଦଳ ର ଟିକେଟ ନେଇ କ୍ଷମତା କୁ ଉପଭୋଗ କରୁଛି ତ ପୁଣି କିଏ ନିମ୍ନ ମାନର ଜିନିଷ ଯୋଗାଇବାର ଠିକା ପାଉଛି ।

ଯିଏ ଯୋଉ ରାଜନୈତିକ ଦଳ କୁ ଚାନ୍ଦା ଦଉଛି ସିଏ ସେଇ ଦଳ ରୁ ଅନୁକମ୍ପା ହାସଲ କରୁଛି । ଏମିତିକି କିଛି ରାଜନୈତିକ ଦଳ ବିଭିନ୍ନ ଦଳ କୁ ଚାନ୍ଦା ଦେଇ ସବୁ ଦଳ କୁ ନିଜ ପକେଟ୍ ରେ ପୁରେଇବାକୁ ଚେଷ୍ଟା କରୁଛନ୍ତି । ଯିଏ କ୍ଷମତା କୁ ଆସିବ ତାଠୁ ଅନିତିକ ଫାଇଦା ହାସଲ କରି ଦେଶ ର ଜମି ଜଳ ଜଙ୍ଗଲ ଖଣିଜ ଦ୍ରବ୍ୟ ବୈଶିୟିକ ଜ୍ଞାନ କୌଶଳ ଏପରିକି କ୍ଷମତା କୁ ହାତେଇବାକୁ ଚେଷ୍ଟା କରୁଥିଲା ବେଳେ ମାନ୍ୟବର ଉଚ୍ଚତମ ବିଚାରାଳୟ ର ରାୟ ଦେଶ କୁ ମାର୍ଗ ଦର୍ଶନ ଦେବା ସହ ଚାନ୍ଦା ନେଇଥିବା ରାଜନୈତିକ ଦଳ ଗୁଡିକ ବିଶ୍ୱାସ ଅବିଶ୍ବାସ ର ଦୋ ଛକି ଉପରେ ଠିଆ କରି ସେମାନଙ୍କ ଭିତିରି ଉଦ୍ଦେଶ୍ୟ କୁ ଲୋକ ଲୋଚନକୁ ଆଣିଛନ୍ତି ।

ନିଜ ନିଜ ଭିତରେ କ୍ଷମତା ପାଇଁ ଲଢେଇ ଜାରି ରଖିଥିବା ରାଜନୈତିକ ଦଳ ମାନେ କିନ୍ତ୍ ଇଲେକ୍ଟରାଲ ବଣ୍ଡ କ୍ଷେତ୍ର ରେ ବିପୁଳ ଚାନ୍ଦା ନେଲ ବେଳକୁ ସମସ୍ତେ ଏକ । ଜନତା କୁ ଭକୁଆ ବନେଇ ଚାନ୍ଦା ନାଁ ରେ ଦେଶ ର ପଇସା କୁ ହାତେଇବା କୁ ତୁ ତ ମୁତୁରୀ ମୁଁ ତ ମୁତୁରୀ ହେନ୍ସ କାହିଁ ପାଇଁ ଧୋଇବା ନ୍ୟାୟ ରେ ଦଳ ମାନେ ଏକାଠି ହେବା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ନୁହେଁ ନିଶ୍ଚୟ।

Leave A Reply

Your email address will not be published.

nineteen + 6 =