ଉପକୁଳ ର ଉପହାର ହେନ୍ତାଳ ବଣ -ସାଗର ତଟ ରେ ସୁରକ୍ଷା କବଚ

ବାତ୍ୟା ବେଳେ ମନେ ପଡେ ବେଳା ତଟ ର ସୁରକ୍ଷା ବଳୟ ହେନ୍ତାଳ ବଣ

ଓଡ଼ିଶା ସହ ବନ୍ୟା ବାତ୍ୟା ଆଉ ପ୍ରାକୃତିକ ବିପର୍ଯ୍ୟୟ ର ସମ୍ପର୍କ ଯେମିତି ଅତି ନିବିଡ । ବଙ୍ଗୋପସାଗର ରୁ ଅନେକ ସମୟ ରେ ମୌସୁମୀ ଫେରିଗଲା ପରେ ଅକ୍ଟୋବର ନଭେମ୍ବର ମାସ ରେ ବାତ୍ୟା ହୋଇ ବିପୁଳ ଧନ ଜୀବନ କ୍ଷୟ କ୍ଷତି ହେଉଥିଲା ବେଳେ ୧୯୯୯ ର ମହାବାତ୍ୟା ରେ କରୁଣ କାହାଣୀ ଓ ହଜାର ହଜାର ଲୋକ ଙ୍କ ମୃତ୍ୟୁ ଆଜି ବି ଘୂର୍ଣୀ ଝଡ ର ମହାପ୍ରଳୟ ରୂପ କୁ ମନେ ପକେଇ ଦିଏ ।ତେବେ ଓଡ଼ିଶା ଉପକୂଳ ରେ ସାମୁଦ୍ରିକ ଝଡ ର ଇତିହାସ ର ପୃଷ୍ଠା ଲେଉଟେଇଲା ଏହା ଏକ ଧାରାବାହିକ ପ୍ରକିୟା ବୋଲି ଅନୁମିତ ହୁଏ ।ବିଗତ ଛଅ ଦଶକ ଭିତରେ ୧୫ ଟି ବଡ ବଡ ବାତ୍ୟା ରାଜ୍ୟ ଅନୁଭବ କରି ସାରିଥିଲା ବେଳେ ଏହି ସାମୁଦ୍ରିକ ଝଡ ଉପକୁଳ ର ବାଲେଶ୍ଵର ଭଦ୍ରକ କେନ୍ଦ୍ରାପଡ଼ା ପୁରୀ ଗଞ୍ଜାମ ପ୍ରଭୃତି ଜିଲ୍ଲା ରେ ବ୍ୟାପକ ଦୁର୍ଗତି ଘଟେଇଛି । ପ୍ରକୃତି ଯେମିତି ଉପକୁଳ କୁ ସୁରକ୍ଷା ଦେବା ପାଇଁ ଏକ ସବୁଜ କବଚ ସୃଷ୍ଟି କରି ରଖିଥିଲା ଯାହାକୁ ବିକାଶ ଓ ପୁନାର୍ବସତି ନାଆଁ ରେ ଧ୍ଵଂସ କରି ଦିଆଯାଉଛି ।

ସରକାର ପରେ ସରକାର ବଦଳୁଛି ।ବାତ୍ୟା ପରେ ବାତ୍ୟା ଆସୁଛି ।ହେନ୍ତାଳ ବଣ ର ସୁରକ୍ଷା ପାଇଁ କମିଟି ପରେ କମିଟି ବସୁଛି । ପରବର୍ତ୍ତୀ ସମୟ ରେ ସବୁ କିଛି ପଡ଼ି ରହୁଛି ଉଦାସୀନତା ର ଶୀତଳ ଭଣ୍ଡାର ରେ । ଆଉ ଠିକ୍ ବାତ୍ୟା ବେଳେ ମାନେ ପଡୁଛି ପ୍ରକୃତି ର ଉପକୁଳ କୁ ଉପହାର ହେନ୍ତାଳ ବଣ ।ସମୁଦ୍ର କୂଳ ରେ ସୁନାମି ବାତ୍ୟା ଆଉ ସମୁଦ୍ର କୂଳ ଲଂଘୀ ଗ୍ରାମ ଭିତରକୁ ମାଡ଼ି ଆସିବାକୁ ପ୍ରତିହତ କରିବା ପାଇଁ ଏଯାବତ୍ ସେପରି କିଛି ଜ୍ଞାନ କୌଶଳ ବିକଶିତ ହୋଇ ନଥିଲା ବେଳେ ହେନ୍ତାଳ ବଣ ଏକ ଚମତ୍କାର ପ୍ରାକୃତିକ ସୁରକ୍ଷା ର ବିକଳ୍ପ ଭାବେ କୋଉ ଆବହମାନ କାଳ ରୁ ବେଳା ତଟ କୁ ସୁରକ୍ଷିତ କରି ରଖିଛି ।ମେଘ ନାଦ ପାଚେରୀ ପରି ସାମୁଦ୍ରିକ ଜଳ ଭାଗ ଓ ସ୍ଥଳ ଭାଗ ମଝିରେ କେତେ ଭଳି କି ଭଳି ଜୈବ ବିବିଧତା ଜୀବ ଜନ୍ତୁ ଙ୍କୁ ନେଇ ଠିଆ ହେଇଛି ଏହି ଲୁଣ ଜଙ୍ଗଲ ।
ଭାରତୀୟ ଉପମହାଦେଶ ର ସୁନ୍ଦର ବନ୍ ଭିତର କନିକା ପୁରବ ଗୋଦାବରୀ ଓ କୃଷ୍ଣl ନଦୀ ର ତ୍ରିକୋଣ ଭୂମି ତାମିଲନାଡୁ ର ପିତଭରମ୍ ଓ ଗୁଜୁରାଟ ର କଚ୍ଛ ଉପକୁଳ ଆଣ୍ଡମାନ ନିକୋବର ଓ ଗୋଆ ରେ ପ୍ରକୃତି ର ସୁରକ୍ଷା ରେ ର ଜାଗ୍ରତ ପ୍ରହରୀ ଭାବେ ଉଭା ହୋଇଥିବା ହେନ୍ତାଳ ବଣ ର ୮୦ ପ୍ରତିଶତ କେବଳ ପୂର୍ବ ଉପକୁଳ ରେ ନିଜର ଅସ୍ତିତ୍ବ ସାବ୍ୟସ୍ତ୍ କରୁଥିଲା ବେଳେ ଓଡ଼ିଶାରେ ୨୫୮.୯୮ ବର୍ଗ କି ମି ରହିଛି ।

ତେବେ ଭିତର କନିକା ରେ ଓଡ଼ିଶା ରେ ଥିବା ହେନ୍ତାଳ ବଣ ର ସତୁରୀ ପ୍ରତିଶତ ରୁ ଅଧିକ ଏହି ଜଙ୍ଗଲ ରହିଛି ଓ ଏହା ରାମସର୍ ଆଦ୍ର ଭୂମି ସାଇଟ ର ମାନ୍ୟତା ମଧ୍ୟ ପାଇଛି । ବିଗତ ମହାବାତ୍ୟା ସମୟ ରେ ଏହି ହେନ୍ତାଳ ବଣ ପାଇଁ କେନ୍ଦ୍ରାପଡ଼ା ଓ ଚାନ୍ଦବାଲି ଅଞ୍ଚଳ ର ବହୁ ଗ୍ରାମ ରକ୍ଷା ପାଇ ଯାଇଥିଲା ବେଳେ ଏହି ଜଙ୍ଗଲ ର ସୁରକ୍ଷା ପାଇଁ ଯେଉଁ ଭାବ ରେ ଉଦ୍ୟମ କରାଯିବା ଉଚିତ୍ ତାହା କରାଯାଇ ନାହିଁ । ଅତୀତ ରେ କନିକା ରାଜା ରାଜେନ୍ଦ୍ର ନାରାୟଣ ସିଂ ଙ୍କ ସମୟ ରେ ସେ ବରୁଣେଇ ମୁହାଣ ରୁ ତାଳ ଚୁଆ ଏବଂ ଧାମରା ରୁ ବାଲିମୁଣ୍ଡ ଯାଏ ନିଜ ରାଜ୍ୟ କୁ ପ୍ରାକୃତିକ ବିପତ୍ତି ରୁ ରକ୍ଷା କରିବାକୁ ହେନ୍ତାଳ ଜଙ୍ଗଲ ର ଏକ କବଚ ସୃଷ୍ଟି କରିଥିଲା ବେଳେ ଏବେ ନୂଆ ଜଙ୍ଗଲ ସୃଷ୍ଟି କରିବା ତ ଦୂର୍ ର କଥା ବରଂ ପୁରୁଣା ଜଙ୍ଗଲ କୁ ସୁରକ୍ଷା ଦିଆ ଦିଆ ଯାଇ ପାରୁନାହିଁ ।
ଓଡ଼ିଶା ରେ ୪୮୦ କି ମି ର ରହିଛି ସାଗର ତଟ ଯାହା ଦେଶ ର ଏକ ବାତ୍ୟା ପ୍ରବଣ ଅଞ୍ଚଳ । ଭିତରକନିକା
ଓଡ଼ିଶା ର ଷଷ୍ଠ ବୃହତ୍ତମ ହେନ୍ତାଳ ବଣ ଅଧ୍ୟୁଷିତ ର ମାନ୍ୟତା ପାଇଥିଲା ବେଳେ ବ୍ରାହ୍ମଣୀ ବୈତରଣୀ ନଦୀ ଦ୍ଵାରା ସୃଷ୍ଟି ହୋଇଥିବା ଏହି ତ୍ରିକୋଣ ଭୂମି ର ହେନ୍ତାଳ ବଣ ୧୭୧ବର୍ଗ କି ମି ଅଞ୍ଚଳ ରେ ପରିବ୍ୟାପ୍ତ ହୋଇ ୩୧ ପ୍ରକାର ଜୀବ ଜନ୍ତୁ ସରୀସୃପ ଙ୍କ ଆଶ୍ରୟ ସ୍ଥଲ ପାଲଟିଛି । ତେବେ ଉପଯୁକ୍ତ ପ୍ରୟାସ ଅଭାବ ରୁ ପ୍ରକୃତିର ଏହି ନୈସର୍ଗିକ ଉପହାର ରେ ଅଭିବୃଦ୍ଧି ସମ୍ଭବ ହୋଇ ପାରିନାହିଁ ।

ବିଭିନ୍ନ ସମୟ ରେ ବହୁ ଉଚ୍ଚ ସ୍ତରୀୟ କମିଟି ହେନ୍ତାଳ ବଣ ର ସୁରକ୍ଷା ପାଇଁ ସୁପାରିଶ କରିବା ସହ ପ୍ରସ୍ତାବ ଦେଇ ଆସୁଥିଲା ବେଳେ ଏ ଯାଏ ତା ଉପରେ ଆଖି ଦୃ ସି ୟା କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନାହିଁ ।

ଭାରତ ସରକାର ୧୯୭୬ ମସିହାରେ ହେନ୍ତାଳ ବଣ ର ସୁରକ୍ଷା ପାଇଁ ନେସନାଲ ମଂଗ୍ରୁଭ କମିଟି ଗଠନ କରି ହେନ୍ତାଳ ବଣ ର ସୁରକ୍ଷା ଓ ବିକାଶ ପାଇଁ ଦେଇଥିବା ପରାମର୍ଶ ଠିକ୍ ଭାବେ କାର୍ଯ୍ୟ କାରି ହେଉ ନ ଥିଲା ବେଳେ ବହୁ ବିଶେଷଜ୍ଞ ଅନେକ ସମୟ ରେ ହେନ୍ତାଳ ବନ୍ ର ବିକାଶ ପାଇଁ। ପରାମର୍ଶ ଦେଇ ଆସୁଛନ୍ତି ।

ସ୍ୱlର୍ଥପର ମଣିଷ ଅସୁବିଧା ରେ ପଡିଲା ବେଳେ ଉପକାର କରୁଥିବା ଗଛଲତା ଜୀବଜନ୍ତୁ କଥା ମନେ ପକାଏ। ବାତ୍ୟା ବେଳେ ଫି ସନ ମନେ ପଡେ ହେନ୍ତାଳବଣ। ଭାବନା ର ଭବ ଦରିଆ ରେ ଭରସା ର ବୋଇତ ଟିଏ ପରି ମନେ ପଡେ ଭିତର କନିକା ଆଉ ହେନ୍ତାଳ ଜଙ୍ଗଲ । କିନ୍ତୁ ପରେ ପୁଣି ଭୁଲି ଯାଏ ଆଉ ପ୍ରକୃତି ର ଲୁଣ୍ଠନ ରେ ମାତି ଯାଏ ।ବିଲମ୍ୱ ରେ ହେଉ ପଛେ ହେନ୍ତାଳ ବଣ ର ସୁରକ୍ଷା ଓ ସୃଷ୍ଟି ପାଇଁ ଆଗଭର ହୁଅସ୍ନ୍ତୁ ସରକାର ଓ ସ୍ଵେଚ୍ଛାସେବୀ ।ବାତ୍ୟା ସୁନାମି ମୂର୍ତ୍ତିକା କ୍ଷୟ ଜୈବ ବିବିଧତା ଜୀବ ଜନ୍ତୁ ଙ୍କ ସୁରକ୍ଷା ପାଇଁ ପ୍ରକୃତି ର ଉପହାର ଉପକୁଳ ର ରକ୍ଷା କବଚ ହେନ୍ତାଳ ବଣ ର ସୁରକ୍ଷା ଯୁଦ୍ଧ୍ୟ କାଳୀନ ଭିତ୍ତି ରେ କରାଯାଉ ।

Leave A Reply

Your email address will not be published.