*
ନ୍ୟାୟ ଦେବୀ ଙ୍କ ଆଖି ରୁ ଖୋଲିଲା ଅନ୍ଧ ପୁଟୁଳି

ଆଗକୁ ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ ନ୍ୟାୟ ଦେବୀ ଙ୍କ ପ୍ରତିମୂର୍ତ୍ତି । ନ୍ୟାୟଦେବୀଙ୍କ ଆଖିରୁ ହଟିଲା କଳାପଟି , ହାତରେ ଖଡ୍ଗ ବଦଳରେ ଧରିଲେ ସମ୍ବିଧାନ ପୁସ୍ତିକା ।

ଭାରତୀୟ ନ୍ୟାୟଦେବୀଙ୍କର ନୂଆ ରୂପ ରେ ଆବ୍ରିଭାବ ହେବାକୁ ଯାଉଥିଲା ବେଳେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି। ପ୍ରଧାନ ମତ ଅନୁସାରେ ଖଡ୍ଗ ହେଉଛି ହିଂସାର ପ୍ରତୀକ ହୋଇଥିବାରୁ ନ୍ୟାୟାଳୟ ଙ୍କ କାର୍ଯ୍ୟ ହିଂସାତ୍ମକ ହୋଇ ନଥିବାରୁ ଆଉ ନ୍ୟାୟ ଦେବୀ ଏହାକୁ ଧରିବେ ନାହିଁ ବୋଲି ଜଣା ପଡ଼ିଛି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ଏହା ନ୍ୟାୟ ପ୍ରଦାନ କରାଯାଉଥିବାରୁ ନ୍ୟାୟଦେବୀଙ୍କ ଆଖିରେ ବନ୍ଧା ଯାଉଥିବା କଳା କପଡ଼ାଟିକୁ କାଢ଼ି ଦିଆଯାଇଛି। ତାଙ୍କ ହାତରେ ଧରିଥିବା ନ୍ୟାୟ ତରାଜୁ ପୂର୍ବପରି ରହିଛି।, କିଛିଦିନ ତଳେ ଇଂରେଜ ଅମଳର ନ୍ୟାୟ ବ୍ୟବସ୍ଥାକୁ ବଦଳାଇ ଦିଆଯାଇଥିଲା ବେଳେ ଏବେ ନ୍ୟାୟଦେବୀଙ୍କ ସ୍ୱରୂପରେ ପରିବର୍ତ୍ତନ ଅଣାଯାଇଛି ।

Leave A Reply

Your email address will not be published.