ସ୍ମାର୍ଟ ଫୋନ ରପ୍ତାନି ରେ ଭାରତ ବିଶ୍ଵ ରେ ଦୂତିୟ ସ୍ଥାନ ଅଧିକାର କଲା

ସ୍ମାର୍ଟ୍ ଫୋନ ଉତ୍ପାଦନ ରେ ଭାରତ ଏବେ ଇତିହାସ ସୃଷ୍ଟି କରି ବିଶ୍ଵ ବଜାର ରେ ଏକ ଶକ୍ତି ହୋଇଛି । ଚୀନ ଏହି ଫୋନ ର ଉତ୍ପାଦନ ରେ ପ୍ରଥମ ହୋଇଥିଲା ବେଳେ ଭାରତ ଦୂତୀୟ ସ୍ଥାନ ରେ ରହିଛି ଏବଂ ଏହା ଦେଶ ର ରପ୍ତାନି କରାଯାଉଥିବା ବସ୍ତୁ ଭିତରେ ଚତୁର୍ଥ ଉତ୍ପାଦ ରେ ପରିଣତ ହୋଇଛି ।ଭାରତ ରେ ଏହାର ଉତ୍ପାଦନ ୧୭ ପ୍ରତିଶତ ବୃଦ୍ଧି ପାଇ୪୯.୧୬ ବିଲିଅନ ଡଲାର ରେ ପହଞ୍ଚିଛି ।ବିଗତ ଆର୍ଥିକ ବର୍ଷ ରେ ସୂଚନା ଅନୁସାରେ ଚୀନ ରେ ୨.୭୮ ପ୍ରତିଶତ ଡଲାର ଭିଏତନାମ ରେ ୧୭.୬ ପ୍ରତିଶତ ସ୍ମାର୍ଟ୍ ଫୋନ ର ଉତ୍ପାଦନ ହ୍ରାସ ପାଇଛି ।ତେବେ ଭାରତ ରେ ଏହାର ଉତ୍ପାଦନ ୪୦.୫ପ୍ରତିଶତ ବୃଦ୍ଧି ପାଇଛି ।
ତେବେ ଆମେରିକା ୫.୬ ବିଲିଅନ ଡଲାର ୟୁନାଇଟେଡ ଆରବ ଏମିରଟ କୁ ୨.୬ବିଲିଅନ ଡଲାର ନେଦରଲାଣ୍ଡ କୁ ୧.୨ ବିଲିଅନ ଡଲାର ୟୁନାଇଟେଡ କିଙ୍ଗଡମ କୁ ୧.୧ ବିଲିଅନ ଡଲାର ର ସ୍ମାର୍ଟ୍ ଫୋନ ଭାରତ ରୁ ରପ୍ତାନି କରାଯାଇଛି । ସରକାର ପି ଏଲ୍ ଆଇ (ପ୍ରଡକ୍ସନ ଲିଙ୍କ ଇନ୍ସେନଟିଭ) ଯୋଜନା ରେ ଦିଆଯାଉଥିବା ସୁବିଧା ସୁଯୋଗ ଦେଶ କୁ ଏହି ବ୍ୟବସାୟିକ ସଫଳତା ଦେଇଛି ବୋଲି ଜଣାପଡିଛି

Leave A Reply

Your email address will not be published.