ବଙ୍ଗୋପସାଗର ରେ ଲଘୁଚାପ

୨୯/୦୬/୨୦୨୪

ବଙ୍ଗୋପସାଗରରେ ଶୁକ୍ରବାର ଏକ ଲଘୁଚାପ ସୃଷ୍ଟି ହୋଇ ଥିବା ପ୍ରଭାବ ରୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବରେ ୩୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ।
ଏଥିସହ ସମୁଦ୍ର ଅଶାନ୍ତ ରହୁଥିବାରୁ ଆଗାମୀ ତିନି ଦିନ ଯାଏ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆଜି କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଥିଲା ବେଳେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ୩୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। । ଶୁକ୍ରବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିଲା ବେଳେ ଏହି ଦିନ
ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ଅନୁଗୋଳରେ ସର୍ବାଧିକ ୧୦୨ ମି.ମି. ବର୍ଷା ରେକର୍ଡ କରାଯାଇଛି ।

୨୮/୦୬/୨୦୨୪

ମନୋଜ୍ ଆହୁଜା ହେଲେ ରାଜ୍ୟ ର ମୁଖ୍ୟ ଶାସନ ସଚିବ

ମନୋଜ୍ ଆହୁଜା ହେଲେ ରାଜ୍ୟ ର ମୁଖ୍ୟ ଶାସନ ସଚିବ । ୧୯୯୦ ର ଏହି ଭାରତୀୟ ପ୍ରଶାସନିକ ସେବା ର ଅଧକାରୀ କେନ୍ଦ୍ରୀୟ ଡେପୁଟେସନ ରେ ଥିଲା ବେଳେ ସେ କେନ୍ଦ୍ର ସରକାର ଙ୍କ କୃଷି ସଚିବ ଭାବେ ନିଯୁକ୍ତି ପାଈ ଥିଲେ । ତେବେ ବର୍ତ୍ତମାନ ର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଙ୍କୁ କାର୍ଯ୍ୟ ରୁ ଅବ୍ୟାହତି ଦିଆଯାଇଛି ।

Leave A Reply

Your email address will not be published.

2 × 2 =