ମୋହନ ମଝିଁ ଙ୍କ ନାଁ ରେ ବାଜିଲା ମୋହର । ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ୧୨ ଜୁନ ରେ ଜନତା ମଇଦାନ ରେ ନେବେ ଶପଥ । ଯୋଗ ଦେବେ ପ୍ରଧାନମନ୍ତ୍ରୀ ଙ୍କ ସମେତ ଦେଶ ର ବହୁ ମନ୍ତ୍ରୀ ,ମୁଖ୍ୟ ମନ୍ତ୍ରୀ । ଚାରି ଥର ବିଧାନସଭା କୁ ନିର୍ବାଚିତ ହୋଇଥିବା ମୋହନ ମଝି ଜଣେ ଦକ୍ଷ ରାଜନେତା ଭାବେ ସାରା ଓଡ଼ିଶାରେ ପରିଚିତ । କନକ ବର୍ଦ୍ଧନ ସିଂଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା ମଧ୍ୟ ହେବାକୁ ଯାଉଛନ୍ତି ଉପମୁଖ୍ୟ ମନ୍ତ୍ରୀ

ବି ଜେ ପି ର ଜଣେ ଦକ୍ଷ ସଂଗଠକ ଭାବେ ଦୁଇହଜାର ମସିହାରୁ ଲଗାତାର ଚାରିଥର ସେ କେନ୍ଦୁଝର ରୁ ବିଧାନ ସଭା କୁ ନିର୍ବାଚିତ ହୋଇଛନ୍ତି । ସାରସ୍ବତୀ ଶିଶୁ ମନ୍ଦିର ରେ ଶିକ୍ଷକତା ରୁ ସେ ରାଜନୀତି କୁ ପ୍ରବେଶ କରିଥିଲେ ।

ସମ୍ପୂର୍ଣ ତୃଣମୂଳ ସ୍ତର ରୁ ସେ ରାଜନୀତି କୁ ଆସିଥିଲା ବେଳେ ୧୯୯୭ ରୁ ୨୦୦୦ ମସିହା ଯାଏ ପଞ୍ଚାୟତି ରାଜ ଅନୁଷ୍ଠାନ ରେ ସରପଞ୍ଚ ଭାବେ ମଧ୍ୟ କାର୍ଯ୍ୟ କରିବାର ବିପୁଳ ଅଭିଜ୍ଞତା ତାଙ୍କର ରହିଛି । ଦୁଇହଜାର ମସିହାରୁ ୨୦୦୯ ଯାଏ ବିଜେ ଡି ,ବିଜେପି ମିଳିତ ସରକାର ରେ ସେ ଉପ ମୁଖ୍ୟ ସଚେତକ ଭାବେ ରହି ସଫଳତା ର ସହ ଦାୟିତ୍ଵ ନିର୍ବାହ କରିଛନ୍ତି । ଅନେକ କଳ୍ପନାକଳ୍ପନା ର ଅନ୍ତ ଘଟାଇ କେନ୍ଦ୍ରୀୟ ନେତୃତ୍ବ ରାଜ୍ୟ ର ସମସ୍ତ ବିଧାୟକ ଙ୍କ ସର୍ବ ସମ୍ମତି କ୍ରମେ ଜଣେ ଆଦିବାସୀ ଯୁବ ନେତୃତ ହାତରେ ଟେକି ଦେଇଛନ୍ତି ଭାରତୀୟ ଜନତା ପାର୍ଟି ର ରାଜ୍ୟ ରେ ପ୍ରଥମ ସରକାର

Leave A Reply

Your email address will not be published.

2 × one =