ଜୁନ ୯ ରେ କେନ୍ଦ୍ର ରେ ପ୍ରଧାନ ମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ

ଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ରାଷ୍ଟ୍ରପତି ମୋଦିଙ୍କୁ ନୂଆ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି ।


ଏହି ମାସ ଜୁନ୍ ୯ ସନ୍ଧ୍ୟା ୬ଟାରେ ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।

ଏଥର ଏନଡିଏ ୨୯୩ ଟି ସିଟ୍ ସହିତ ସଂଖ୍ୟାଗରିଷ୍ଠତା ହାସଲ କରିଛି। ସଂସଦର ସେଣ୍ଟ୍ରାଲ ହଲରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସର ସଂସଦୀୟ ଦଳ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ମୋଦି ଏନଡିଏର ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ।

ତେବେ ବିଜେପି ତୃତୀୟ ଥର ପାଇଁ କ୍ଷମତା କୁ ଫେରୁଥିଲା ବେଳେ ଏଥର ବିଜେପି ପାଖରେ ଲୋକ ସଭା ରେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ତେଲୁଗୁ ଦେଶମ୍ ଓ ଯେ ଡି (ୟୁ) ସହ ଅନ୍ୟାନ୍ୟ ଛୋଟ ଛୋଟ ଦଳ ଉପରେ ନିର୍ଭର କରିବକୁ ପଡ଼ିବ ।

Leave A Reply

Your email address will not be published.