ବଢୁଛି ତାପମାତ୍ରା କଟୁଛି ଗଛ

ଏବେ ଦେଶ ର ବିଭିନ୍ନ ସ୍ଥାନ ରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ । ଦିନ କୁ ଦିନ ବଢି ବଢି ତାପମାତ୍ରା ଦିଲ୍ଲୀ ରେ ପଚାଶ ଡିଗ୍ରୀ କୁ ଟପିଚ୍ଛି ।ରାଜ୍ୟ ରେ ମଧ୍ୟ ଉପକୂଳ ଅଞ୍ଚଳ ଗୁଲୁ ଗୁଳି ରେ ସୀଝୁ ଥିଲା ବେଳେ ପଶ୍ଚିମ ଅଞ୍ଚଳ ରେ ପ୍ରବଲ ଅଂଶୁଘାତ ।

ଜଳବାୟୁ ପରିବର୍ତ୍ତନ ର ବିକଳ ଓ ବିଭତ୍ସ ରୂପ ଏବେ ଦେଖିବାକୁ ମିଳୁଛି ।ରାଜ୍ୟ ରେ ସରକାରୀ ସ୍ତର ରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୫ ହୋଇଥିଲାବେଳେ ବେସରକାରୀ ସ୍ତର ରେ ଏହା ବହୁ ଅଧିକ ବୋଲି ସାଧାରଣ ରେ ଚର୍ଚ୍ଚା ଚାଲିଛି ।

ତେବେ ମଣିଷ କେତେ ତାପମାତ୍ରା ପଯ୍ୟନ୍ତ ସହ୍ୟ କରି ।

ମଣିଷ ର ଶରୀର ୩୬ ଡିଗ୍ରୀ ସେଲସିୟସରୁ ରୁ ୩୭.୫
ସେଲସିଅସ ଯାଏ ଠିକ୍ ଭାବେ କାର୍ଯ୍ୟ କରିପାରିବ । ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେ ପହଞ୍ଚିଲେ ଏବଂ ଆଦ୍ରତା କମ ଥିଲେ ବି ଏହି ତାପମାତ୍ରା ରେ ଶରୀର ଠିକ୍ ଭାବେ କାର୍ଯ୍ୟ ନ କରିପାରିବାର ସମ୍ଭାବନା ରହିଛି ।ଏଥିରେ ହାର୍ଟ ଷ୍ଟ୍ରୋକ ବ୍ରେନ ଷ୍ଟ୍ରୋକ ଏବଂ ଶରୀର ର ଅନ୍ୟାନ୍ୟ ଅଙ୍ଗ ର କ୍ଷତି ହେବାର ସମ୍ଭାବନା ରହି ଥାଏ ।

ମଣିଷ ଶରୀର ର ସାଧାରଣ ତାପମାତ୍ରା ୯୮.୬ ଫରେନାଇଟ ଯାହା ୩୬ ଡିଗ୍ରୀ ସେଲସିୟସ ସହ ସମାନ ହୋଇଥିଲା ବେଳେ ୪୦ ଡିଗ୍ରୀ ସେଲସିୟସ ୧୦୪
ଫାରେନାଇଟ ସହ ସମାନ ହୋଇଥାଏ ।

୫୦ ଡିଗ୍ରୀ ସେଲସିୟସ ୧୨୨
ଫାରେନାଇଟ୍ ସହ ସମାନ ହୋଇଥିଲା ବେଳେ ଏହି ତାପମାତ୍ରା ରେ ମଣିଷ ର ଚର୍ମ ନିଆଁ ରେ ପୋଡ଼ି ଗଲା ପଡ଼ିକା ଲାଗେ । ସାଧାରଣ ଭାବ ରେ ଗଛ ତଳେ ୨୬ ଡିଗ୍ରୀ ସେଲସିୟସ୍ ଭଳି ତାପମାତ୍ରା ରହିଥାଏ ।
ପରିବେଶ ରେ ଅଧିକ ତାପମାତ୍ରା ହେଲେ ବି ଗଛ ତଳେ କମ ତାପମାତ୍ରା ଥାଏ । ଯାହା ପରିବେଶ କୁ ଥଣ୍ଡା ରଖେ । ତେଣୁ ଜନସାଧାରଣ ପରିବେଶ ର ମହତ୍ତ୍ଵ ବୁଝି ଗଛ କୁ ସୁରକ୍ଷା ଦେବା ସହ
ପାରୁ ପର୍ଯ୍ୟନ୍ତ ଗଛ ଲଗେଇବା ଉଚିତ୍ ଓ ସରକାର ଅବିଚାରୀତ ଭାବେ ଗଛ କାଟିବା ବନ୍ଦ କରିବା ଦରକାର ।


ବିଗତ ୨୦୧୦-୧୧ ରୁ ୨୦୨୦-୨୧ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ପାଇଁ ଏକ ସୂଚନା ଅନୁସାରେ ୧.୮୫ ଲକ୍ଷ ଗଛ କଟିଥିଲା ବେଳେ ୨୯.୮୩ ଲକ୍ଷ ଗଛ ଲାଗିଛି ।ଏହି ସଂଖ୍ୟା ର ଗଛ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ନିର୍ମାଣ ରେ ଉଭୟ ଜଙ୍ଗଲ ଓ ଆଣ ଜଙ୍ଗଲ ଜମିରୁ କଟିଥିଲା ବେଳେ ଜଙ୍ଗଲ ସଂରକ୍ଷଣ ଆଇନ ଅନୁସାରେ ପ୍ରତି ଗୋଟିଏ ଗଛ କାଟିଲେ ଜଙ୍ଗଲ ଜମିରେ ୧୦ ଟି ଗଛ ଲଗାଇବା ଓ ଅଣ ଜଙ୍ଗଲ ଜମିରେ ୨ ଟି ଗଛ ଲଗାଇବା ବାଧ୍ୟତମୂଳକ। ଏହି ସବୁ ଆଇନ ଏବେ ଶୀତଳ ଭଣ୍ଡାର ରେ ଥିଲା ବେଳେ ସାଧାରଣ ଜନତା ଙ୍କୁ ହିଁ ଆଗକୁ ଆସିବାକୁ ପଡ଼ିବ । ନିଜ ନଦୀ ଘରେ ରାସ୍ତା ପାଖରେ ଆମେ ଯଦି ଗଛ ନ ଲଗେଇବା ପରିସ୍ଥିତି ଆହୁରି ଭୟାନକ ହେବ । ଏବେ ଚାରିଆଡ଼େ କଂକ୍ରିଟ ର ଜଙ୍ଗଲ ।ଜଙ୍ଗଲ ଜମି ଆଦ୍ର ଭୂମି ଜଳାଶୟ ଦୃତ୍ ଗତିରେ ହ୍ରାସ ପାଉଛି ।ବଡ ବଡ ଗଛ କୁ ଗୋଟିଏ ସ୍ଥାନ ରୁ ଆଉ ଗୋଟେ ସ୍ଥାନ କୁ ନେବା ପାଇଁ ଓ ଜୀବନ୍ତ ରଖିବା ଲାଗି ଟେକ୍ନୋଲୋଜି ଆମ ଦେଶ ରେ ଏ ଯାଏ ପ୍ରସ୍ତୁତ ହୋଇନି । ଏଣ୍ନ ଏବେଠୁ ଏ ବାବଦ ରେ ଚିନ୍ତା ନ କଲେ ପରିସ୍ଥିତି ଆଗକୁ ଭୟାନକ ହେବା ଅବସମ୍ଭବି ।

Leave A Reply

Your email address will not be published.