ଗଛ କାଟିବାକୁ କେରଳ ଉଚ୍ଚ ନ୍ୟାୟାଳୟ ର ବାରଣ।ବିକାଶ ନାଁ ରେ ମନ ଇଚ୍ଛା କାଟି ପାରିବେନି ଗଛ ।

କେରଳ ଉଚ୍ଚ ନ୍ୟାୟାଳୟ ଏକ ଦୃଷ୍ଟାନ୍ତମୂଳକ ରାୟ ରେ ବୃକ୍ଷ ର ସୁରକ୍ଷା ନେଇ ଏକ ଯୁଗାନ୍ତକାରୀ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତାପ ବୃଦ୍ଧି କରି ଜଳବାୟୁ ପରିବର୍ତ୍ତନ କୁ ଆହୁରି ଉତ୍କଟ କରୁଥିବା ବ୍ୟାପକ ଗଛ କଟା ପରିବେଶ କୁ ପ୍ରଭାବିତ କରୁଥିଲା ବେଳେ ଏମିତି ଏକ ନିର୍ଦ୍ଦେଶ ନିଶ୍ଚିତ ଭାବରେ ସ୍ବାଗତ ଯୋଗ୍ୟ ବୋଲି କୁହାଯାଈ ପାରେ।

କୌଣସି ଉତ୍କଟ ସମସ୍ୟା ସୃଷ୍ଟି ହେଉନଥିଲେ ବିକାଶ ନାଁ ରେ ରାସ୍ତା କଡ଼ ରୁ ଗୋଟିଏ ବୋଲି ଗଛ କଟାଯାଇ ପାରିବ ନାହିଁ ବୋଲି କେରଳ ଉଚ୍ଚ ନ୍ୟାୟାଳୟ ତାଙ୍କ ରାୟ ରେ ସ୍ପଷ୍ଟ କରିଦେଇଛନ୍ତି

ଗଛ କାଟିବାକୁ ହେଲେ ମୁଖ୍ୟ ଶାସନ ସଚିବ ଙ୍କ ନିର୍ଦ୍ଦେଶ ନିହାତି ଆବଶ୍ୟକ ବୋଲି ବିଚାରପତି ନ୍ୟାୟ ମୂର୍ତ୍ତି ପି ଭି କୁନିକୃଷ୍ଣନ ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି ।
ତେବେ ଗଛ ଗୁଡ଼ିକ ଯଦି ବିପଜନକ ଅବସ୍ଥା ରେ ଥିବ ଓ ଜନସାଧାରଣ ଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବ ତେବେ ଏହା କଟାଯାଇ ପାରିବ ବୋଲି ମାନ୍ୟବର ଅଦାଲତ ତାଙ୍କ ଗୁରୁଟେପୂର୍ଣ୍ଣ ଆଦେଶ ଦେଇଛନ୍ତି ଯାହା ପରିବେଶ କର୍ମୀ ମାନଙ୍କୁ ଉତ୍ସାହିତ କରୁଛି ।

Leave A Reply

Your email address will not be published.

4 + 17 =