ଆରମ୍ଭ ହେଲା ବାଲିଯାତ୍ରା ଦୁଲୁକୁଛି କଟକ
ମହାନଦୀ ର ବାଲି ପଠା ର ଓସାରିଆ ବାଲୁକା ଛାତି ଆଜି ବି ବଖାଣି ବସୁଛି ଓଡ଼ିଆ ସାଧବ ପୁଅ ର ଦରିଆ ପାରି ବେବସାୟ ବଣିଜ ର କଥା ।
ରାଜ୍ୟ ର ବିପୁଳ ନୌବାଣିଜ୍ୟ ପରମ୍ପରାର ଓ ସାଧବ ପୁଅ ଙ୍କ ର ଦରିଆ ପାରି ବ୍ୟବସାୟ ର ଐତିହାସିକ ସ୍ମାରକୀ ଭାବେ କଟକ ବାଲିଯାତ୍ରା ଶୁକ୍ରବାର ସନ୍ଧ୍ୟାରେ ଆରମ୍ଭ ହୋଇଛି।
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଟକରେ ଏହି ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ପରମ୍ପରା ଅନୁଯାୟୀ ମହାନଦୀ ଜଳ ରାଶି ରେ ବୋଟ ସାହାଯ୍ୟରେ ଆସି ବୈଷ୍ଣବ ପାଣି ମଞ୍ଚରେ ହଜାର ହଜାର ଲୋକ ଙ୍କ ଉପସ୍ଥିତି ରେ ଯାତ୍ରାର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୪ଟି ଦେଶର ରାଷ୍ଟ୍ରଦୂତ ମଧ୍ୟ ଏହି ଉପଲକ୍ଷେ ଉପସ୍ଥିତ ରହିଥିଲା ବେଳେ ଏଥର ବାଣିଜ୍ୟ ବ୍ୟବସାୟ ର ପୂର୍ବ ବର୍ଷେ ର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି । ଜିଲ୍ଲା ପ୍ରଶାସନ ଓ ଆରକ୍ଷୀ ଟ୍ରାଫିକ ଓ ଅନ୍ୟାନ୍ୟ ସମସ୍ତ ବିଭାଗ ଯାତ୍ରା ର ସୁପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି ।