ଧର୍ମପରାୟାଣା ମହିଳା ଙ୍କ ପରଲୋକ

କଟକ ରୁ ଜିତେନ୍ଦ୍ର ପଣ୍ଡା 0୬/୧୦/୨୦୨୪

ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଗଉଡ଼ପଡ଼ା ଗ୍ରାମର ବୟୋଜ୍ୟେଷ୍ଠ ପରୋପକାରୀ,ଧର୍ମପରାୟଣ ମହିଳା ତଥା ମଞ୍ଚ ଓ ଗଣନାଟ୍ୟ ନିର୍ଦେଶକ ସ୍ବର୍ଗତ ସଚ୍ଚିକାନ୍ତ ଦାସ ଙ୍କ ପତ୍ନୀ ସୁଚିତ୍ରା ଦାସ ଙ୍କ ଆଜି କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଦେହାନ୍ତ ହୋଇଯାଇଛି।

ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।

ତାଙ୍କର ପାଞ୍ଚ ପୁଅ ଓ ଦୁଇ ଝିଅ ଓ ଦୁଇ ଜ୍ବାଇଁ ଶେଷ ଶଯ୍ୟା ନିକଟ ରେ ଉପସ୍ଥିତ ଥିଲେ ।

ସାନ ପୁଅ ସାମ୍ବାଦିକ ରବିନାରାୟଣ ଦାସ ମୁଖାଗ୍ନି ଦେଇଥିଲା ବେଳେ ବଡପୁଅ ମୃତ୍ୟୁଞ୍ଜୟ ଦାସ ପୁଅ ଧନଞ୍ଜୟ ଦାସ ଓ ଜନ୍ମେଜୟ ଦାସ ଝିଅ ଦମୟନ୍ତୀ ଦାସ ଏବଂ ଭାଗ୍ୟବତୀ ଦାସ ଜ୍ବାଇଁ ତଥା ବିଶିଷ୍ଟ ସମାଜସେବୀ ସାରଦା ମହାନ୍ତି ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ତାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଅନ୍ତେଷ୍ଟି ରେ ଯୋଗ ଦେଇଥିଲେ ।

ଗ୍ରାମ୍ୟ ଶମଶାନ ରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି । ସ୍ବର୍ଗତ ଆତ୍ମା ଙ୍କ ପରଲୋକ ରେ ତାଙ୍କ ନିଜ ଗ୍ରାମ ଓ ଆଖପାଖ ଅଞ୍ଚଳ ର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.