୧୫ ବର୍ଷ ର ପୁରୁଣା ଗାଡ଼ି କୁ ପେଟ୍ରୋଲ ପମ୍ପ ରୁ ମିଳିବନି ପେଟ୍ରୋଲ

ପ୍ରଦୂଷଣ ପାଇଁ ସାରା ବିଶ୍ବ ରେ ଅପବାଦ ମୁଣ୍ଡେଇ ଥିବା ଦିଲ୍ଲୀ ସରକାର ଏବେ ପରିବେଶ ର ସୁରକ୍ଷା ପାଇଁ ଏକ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ନେଇ ଆଗାମୀ ଏପ୍ରିଲ ପହିଲା ରୁ ପନ୍ଦର ବର୍ଷ ପୁରୁଣା ଗାଡ଼ିକୁ ପେଟ୍ରୋଲ ପମ୍ପ ରେ ପେଟ୍ରୋଲ ଓ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି କୁ ଡିଜେଲ ଦେବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।
ଦିଲ୍ଲୀ ର ପରିବେଶ ମନ୍ତ୍ରୀ ମଜିନ୍ଦର୍ ସିଂ ସିର୍ଷା କହିଛନ୍ତି ଯେ ପେଟ୍ରୋଲ ପମ୍ପ ଗୁଡ଼ିକ ରେ ପୁରୁଣା ଗାଡ଼ି କୁ ଚିହ୍ନଟ କରିବା ପାଇଁ ଆବଶ୍ୟକୀୟ ବୈଷୟିକ ଜ୍ଞାନ କୌଶଳ ର ସାହାଯ୍ୟ ନିଆଯିବ ।
୨୦୧୪ ରେ ଗ୍ରୀନ ଟ୍ରିବୁନାଲ ମଧ୍ୟ ୧୫ ବର୍ଷ ରୁ ପୁରୁଣା ଗାଡ଼ି କୁ ପାର୍କିଂ ସ୍ଥଳ ରେ ପାର୍କିଂ କରିବାକୁ ବାରଣ କରିଛନ୍ତି ।

Leave A Reply

Your email address will not be published.