ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ସୋମନାଥ ଶତପଥୀ ଙ୍କ ଲିଖିତ ଚିଠି ଦୁର୍ଲ୍ଲଭ ନଥିପତ୍ର କୁ ନେଇ ପ୍ରଦର୍ଶନୀ

୦୨/୦୩ ଭୁବନେଶ୍ବର

ସାଲେପୁର ବ୍ଲକ ଅନ୍ତର୍ଗତ ରାଇସୁଙ୍ଗୁଡା ପଞ୍ଚାୟତ ର କୁସମ୍ବି ଗାଁ ରେ ଜନ୍ମ ହୋଇ ନିଜର ବ୍ୟକ୍ତିଗତ ସୁଖ ସ୍ୱାଛନ୍ଦ କୁ ପଛ କରି ଗାନ୍ଧୀ ଗୋପବନ୍ଧୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ମାତୃ ଭୂମି ର ମୁକ୍ତି ପାଇଁ ସ୍ଵାଧୀନତା ସଂଗ୍ରାମ ରେ ଭାଗ ନେଇ ସେ ବହୁ ବାର କରିଥିଲେ କାରାବରଣ ।

ଗତ ତା୨୫/୨/୨୦୨୫ ରିଖ ଦିନ ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ଵର ଆନୁକୂଲ୍ୟରେ ଅଭିଲେଖ ସପ୍ତାହ ପାଳନ ଉତ୍ସବ ଅବସରରେ ‘ଓଡ଼ିଶାରେ ସ୍ଵାଧୀନତା ସଂଗ୍ରାମ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ଏହା ସହିତ ସାଲେପୁର ଅଞ୍ଚଳର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସୋମନାଥ ଶତପଥୀଙ୍କ ସ୍ଵହସ୍ତ ଲିଖିତ ବିଭିନ୍ନ ତଥ୍ୟ ସମ୍ବଳିତ ଆଠ ଖଣ୍ଡ ଡାଏରୀ ଓ ସ୍ଵାଧୀନତା ସଂଗ୍ରାମ ସମୟର କେତେକ ଦୁର୍ଲଭ ନଥିପତ୍ରକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀ ଏକ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେଉଅଛି।ଏହି ଆଲୋଚନା ଚକ୍ରରେ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ମୂଖ୍ୟ ଅତିଥି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ ବିଶିଷ୍ଟ ଅତିଥି, ପ୍ରାକ୍ତନ ଇତିହାସ ପ୍ରାଧ୍ୟାପକ ଡ଼.ସୁବାଷ ଚନ୍ଦ୍ର ବାରିକ ମୁଖ୍ୟ ବକ୍ତା ଓ ସ୍ଵାଧୀନତା ସଂଗ୍ରାମୀ ସୋମନାଥ ଶତପଥୀଙ୍କ‌ କନ୍ୟା ସମାଜସେବୀ ଶିକ୍ଷାବିତ୍ ସୁଶ୍ରୀ ନିରୁପମା ଶତପଥୀ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ।

ମନ୍ତ୍ରୀ ଶ୍ରୀଯୁକ୍ତ ସୁରଜ ସ୍ବାଧିନତା ସଂଗ୍ରାମର ସ୍ବର୍ଣିମ ଇତିହାସ ଓ ବଳିଷ୍ଠ ଅବଦାନ ସମ୍ଵନ୍ଧରେ ଆଲୋକପାତ କରିବା ସହିତ ଓଡ଼ିଶାର ଗୈାରଵମୟ ଇତିହାସ ଯୁବପିଢିଙ୍କ ପାଇଁ ମାର୍ଗ ଦର୍ଶକ ହେଉ ବୋଲି ମତବ୍ୟକ୍ତ କରିଥିଲେ।

ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ କହିଥିଲେ ଯେ ପ୍ରବୀଣ ସ୍ଵାଧୀନତା ସଂଗ୍ରାମୀ ସୋମନାଥ ଶତପଥୀଙ୍କ‌ ପରିବାର ଦ୍ଵାରା ଅନେକ ଗୁରୁତ୍ତ୍ୱପୂର୍ଣ ଦସ୍ତାବିଜ ଅଭିଲେଖାଗାରକୁ ପ୍ରଦାନ କରାଯାଇଛି ଯାହା ଭବିଷ୍ୟତରେ ଗବେଷଣା ପାଇଁ ସହାୟକ ହେବ।ଡ଼. ସୁବାସ ଚନ୍ଦ୍ର ବାରିକ ଓଡିଶାରେ ସ୍ଵାଧୀନତା ସଂଗ୍ରାମ ବିଷୟରେ ଆଲୋଚନା କରିଥିବା ବେଳେ ସୁଶ୍ରୀ ନିରୁପମା ଶତପଥୀ ଓଡ଼ିଶାରେ ସ୍ଵାଧୀନତା ସଂଗ୍ରାମ ଓ ସେଥିରେ ସୋମନାଥ ଶତପଥୀଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଭିଲେଖାଗାରର ଅଧୀକ୍ଷକ ଡ. ସେଖ ସୋଲେମାନ ଅଲ୍ଲୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Leave A Reply

Your email address will not be published.