ସ୍ଵେଚ୍ଛାସେବୀ ଙ୍କ ଦ୍ଵାରା କଳାହାଣ୍ଡି ର ଦୁର୍ଗମ ଓ ଘାଟି ଅଞ୍ଚଳ ର କମ୍ବଳ ଶୀତବସ୍ତ୍ର ଲୁଗା ବିତରଣ ସହ ସ୍ବାସ୍ଥ୍ୟ ସେବା ଓ ଔଷଧ ବଣ୍ଟନ

ସତ୍ୟନାରାୟଣ ଦାସ (ଅଧିବକ୍ତା ଓ ମାନବାଧିକାର କର୍ମୀ )

କଳାହାଣ୍ଡି ରୁ ଭଏସ ଅଫ କମନ୍ସ ର କାର୍ଯ୍ୟକାରୀ ସମ୍ପାଦକ

ସତରେ କଳାହାଣ୍ଡି ହେଉଛି ପ୍ରକୃତି ର ସବୁଜିମା ର ଗାଲିଚା ଉପରେ କମକୁଟ ଝରଣା ର ତାରକସି । ଧାଡ଼ି ଧାଡ଼ି ହୋଇ ଆକାଶ କୁ ମୁଣ୍ଡାଇଥିବା ପରି ଲାଗୁଥିବା ପର୍ବତ ମାଳା ଯେମିତି ସନ୍ୟାସୀ ପରି ସାଧନାରତ କେଉଁ ଅନାଦିକାଲ ରୁ । ବିପୁଳ ସୁଷମା ର ସ୍ୱର୍ଗୀୟ ସୌନ୍ଦର୍ଯ୍ ର ଆଉ ଏକ ନିଆରା ନନ୍ଦନ କାନନ ଯେମିତି ହେଉଛି କଳାହାଣ୍ଡି । ଇଶ୍ଵର କଳାହାଣ୍ଡି କୁ ହାତ ଖୋଲି ଦେବାରେ ଯେମିତି ଊଣା କରିନାହାନ୍ତି ।ବିପୁଳ କଳା ଆଉ ଦିବ୍ୟ ସୃଜନ ର ସ୍ୱାକ୍ଷର ରହିଛି ରେ ଯେମିତି ଏ ମହାନ୍ ମାଟିରେ । ।

ଟିମ୍ କଲ୍ୟାଣ ର ପ୍ରୟାସ ରେ ତଥା ସାହା ର ପରିଚାଳନା ରେ ଏହି ଜିଲ୍ଲା ରେ ଚାରିଦିନ ୨୦ ଡିସେମ୍ବର ରୁ ୨୪ ପର୍ଯ୍ୟନ୍ତ ଅପେକ୍ଷାକୃତ ପଛୁଆ ଦୁର୍ଗମ ଗାଁ ରେ ବୃଦ୍ଧ ବୃଦ୍ଧା ଜନଜାତି ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ପାଇଁ କମ୍ବଳ ବିତରଣ ସହ ବିଶେଷଜ୍ଞ ଡକ୍ଟର ଙ୍କ ଦ୍ଵାରା ଶିଶୁ ଓ ଅନ୍ୟାନ୍ୟ ରୋଗୀ ଙ୍କୁ ଚିକିତ୍ସା ସହ ଔଷଧ ବିତରଣ ର ଏକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ କୁ ମା ରଧଦେବି ଦତ୍ତ ନ୍ୟାସ ଓ ହଗ୍ ଫାଉଣ୍ଡେସନ ମଧ୍ୟ ସହଯୋଗ କରିଥିଲେ ।

,କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ସୁପ୍ରିମ କୋର୍ଟ ରେ ଯୁବ ଅଧିବକ୍ତା କେ ଦେବଦତ୍ତ ଲୋକମାନ ଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ1

ପ୍ରତିବର୍ଷ କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତି ବିଶେଷ ଙ୍କ ଠାରୁ ଆର୍ଥିକ ସାହାଯ୍ୟ ନନେଇ ସଦସ୍ୟ ସଦସ୍ୟା ମାନେ ନିଜସ୍ବ ବ୍ୟକ୍ତିଗତ ଆୟ ଓ ଉତ୍ସ ରୁ ଏମିତି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ବିଭିନ୍ନ ସେବା କାର୍ଯ୍ୟ କରିବା ସମାଜ ପାଇଁ ଏକ ଅନନ୍ୟ ଉଦହଣ ବୋଲି କୁହାଯାଇପାରେ ।

ବିଗତ ଚାରିଦିନ ଧରି ଥୁଆମୂଲ୍ ରାମପୁର ମଦନପୁର ରାମପୁର ଲାଞ୍ଜିଗଡ ବ୍ଲକ ର ଅଞ୍ଚଳ ରେ ଶୀତବସ୍ତ୍ର ଲୁଗା ଦିଆଯିବ ସହ ମଦନପୁର ରାମପୁର ବ୍ଲକ୍ ର ତୁରଚି ଥୁଆମୂଳରାମପୁର ବ୍ଲକ୍ ର ଡେନ୍ ଫର୍ଶି ଲାଠିଆଗୁଡ଼ା ଭଟାଗୁଡା ଲାଞ୍ଜିଗଡ ବ୍ଲକ୍ ର ରାଜେନ୍ଦ୍ରପୂର୍ ବଡବାନି କେନ୍ଦୁଗୁଡା ଖକ୍ସି କୁଟୁରାଘଟି ତୁତଗୁମା ଦୁଦଗୁଡ଼ା ରେ କମ୍ବଳ ଶୀତବସ୍ତ୍ର ଓ ଲୁଗା ବିତରଣ କରାଯାଇଥିଲା

ଶିଶୁ ରୋଗ ବିଭାଗ ର ଶିଶୁ ଶଲ୍ୟ ବିଶେଷଜ୍ଞ ସହକାରି ପ୍ରଫେସର। ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ସଂସ୍କୃତି ର ଗବେଷକ ଡକ୍ଟର ବନୋଜ ରାୟ ଙ୍କ ନେତୃତ୍ ରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଲାଠିଗୁଡ଼ା ଗାଁ ରେ ଗ୍ରାମ ବାସି ଙ୍କ ସହ ପଙ୍କ୍ତି ଭୋଜନ ର ଆୟୋଜନ କରାଯାଉଥିଲା ।


ଇଞ୍ଜିନିୟର ଚାକିରୀ ପରିତ୍ୟାଗ କରି ସନ୍ୟାସୀ ରେ ନିଜକୁ ରୂପାନ୍ତରିତ କରିଥିବା ବୃନ୍ଦାବନ ର ଶ୍ରୀ ନିତାଇ ଗୁଣମଣି ଓ ସାଧୁ ପ୍ରାଭୂଜି ଙ୍କ ନେତ୍ରୁତ ଏକାଧିକ ଗାଁ ରେ ହରିନାମ କୀର୍ତ୍ତନ କରାଯାଇଥିଲା ।

ପରିବେଶ ଆଇନ ରେ ଗବେଷଣା କରୁଥିବା

ସୁପ୍ରିମ କୋର୍ଟ। ର ଯୁବ ଅଧିବକ୍ତା ତଥା ଇନିନୀୟର କେ ଦେବଦତ୍ତ ଙ୍କ ନେତ୍ରୁତ ରେ ବିଭିନ୍ନ ଗାଁ ରେ ପରିବେଶ ମାନବିକ ଅଧିକାର ଉପରେ ଏକ ଅଧ୍ୟ୍ୟୟନ କରାଯିବ ସହ ଲୋକ ଙ୍କ ସମସ୍ୟା ଉପରେ ସେ ସେମାନଙ୍କ ଠାରୁ ପଚାରି ବୁଝିଥିଲେ ।

ବିତରଣ ସମୟ ରେ ବିଭିନ୍ନ ଗ୍ରାମ ରେ ସ୍ଵେଚ୍ଛାସେବୀ ମାନେ ଗ୍ରାମବାସୀ ଙ୍କୁ ପଙ୍କ୍ତି ଭୋଜନ ରେ ଖାଦ୍ୟ ପରିବେଷଣ କରିବା ସହ ପଙ୍ଗତ ରେ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ ।


ଅନେକ ଗାଁ ରେ ଗ୍ରାମବାସୀ ମାନେ ଟିମ୍ ର ସଦସ୍ୟ ସଦସ୍ୟା ଙ୍କୁ ବନ୍ଦାପନା କରିବା ସହ ଫୁଲ ଚନ୍ଦନ ଦେଇ ହୁଲ ହୁଳି ପକେଇ ସ୍ବାଗତ କରିଥିଲେ ।


ସେବା ଦଳ ର ସଦସ୍ୟ ମାନେ ରେଳ ଯୋଗେ ଆମ୍ବଦଲା ଷ୍ଟେସନ ରେ ପହଞ୍ଚିବା ପରେ କଳାହାଣ୍ଡି ର ବିଭିନ୍ନ ଜନ ଆନ୍ଦୋଳନ ସହ ଜଡ଼ିତ ସର୍ବୋଦୟ ନେତା ତଥା ସମାଜସେବୀ ସୁରେଶ ସଂଗ୍ରାମ ଟିମ୍ କୁ ପାଛୋଟି ନେବା ସହ ଚାରିଦିନ ରହି ସବୁ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଯୁବ ସମାଜସେବୀକା ପୂଲ୍ମମା ମାଝି ଲିଙ୍ଗରାଜ ବାବୁ ଲୋକନାଥ ପ୍ରଧାନ ମଧ୍ୟ କମ୍ବଳ ବିତରଣ ରେ ସାହାଯ୍ୟ କରିଥିଲେ ।

ତେବେ ଓମ୍ ପ୍ରସାଦ ମହାନ୍ତି ଙ୍କ ସଫଳ ପରିଚାଲନରେ ହୋଇଥିବା ଏହି ୪ଦିନର ବ୍ୟାପକ କାର୍ଯ୍ୟକ୍ରମ ରେ ସହକାରୀ ପ୍ରଫେସର ଡାକ୍ତର ବନୋଜ ରାଏ ଟିକସ ପରାମର୍ଶ ଦାତା ଅଭିମନ୍ୟୁ ସାହୁ କୈଳାସ ସ୍ୱାଇ ସୁଶାନ୍ତ ସେଠି ନୌବହିନି ରୁ ସେବା ନିବୃତ୍ତ ଅଧିକାରୀ ଭାରତ ବୁଷଣ ପଟ୍ଟନାୟକ ଇନିନୀୟର ତଥା ସୁପ୍ରିମ କୋର୍ଟ ର ଯୁବ ଆଇନଜୀବୀ କେ .ଦେବଦତ୍ତ ଦିଲ୍ଲୀ ରୁ କୃଷ୍ଣ କଥା ବାଚକ ନିତାଇ ଗୁଣମଣି ପର୍ଭୂଜି ସାଧୁ ପଞ୍ଚୁ ପାଣ୍ଡବଜି ଅଧ୍ୟାପକ ଅକ୍ଷୟ ବେହେରା କଷ୍ଟ ଆକାଉଣ୍ଟାଣ୍ଟ ଅଶୋକ ସାଠିଆ ଅଧ୍ୟାପିକା ରସ୍ମିରେଖା ବାରିକ ଆଶିଷ ସାହୁ ପ୍ରମୁଖ କାଯ୍ୟକ୍ରମ୍ ପରିଚାଳନା କରିଥିଲେ ।

ଥିଆମୁଲ ପଞ୍ଚାୟତ ର ସରପଞ୍ଚ ମଧ୍ୟ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲା ବେଳେ ଟିମ୍ ରା ମାନବିକ ଅଧିକାର ସୁରକ୍ଷା ର ସଂଚାଳକ ତଥା ସୁପ୍ରିମ କୋର୍ଟ ର ଆଇନଯିବି ସେଇ ପଞ୍ଚାୟତ ର କିଛି ବୟସ୍କ ନାଗରିକ ଓ ବିଧବା ଭତ୍ତା ପାଇ ନଥିବାରୁ ସରପଞ୍ଚ ଙ୍କ ଯୋଗ୍ୟ ହିତାଧିକାରୀ ଙ୍କୁ ଏହି ଭତ୍ତା ଦେବା ଲାଗି ଉପଯୁକ୍ତ ପଦକ୍ଷେପ ନେବାଲାଗି ପରାମର୍ଶ ଦେଇଥିଲେ । ।


ଟିମ୍ ର ଉପଦେଷ୍ଟା ତଥା ରାଜ୍ୟ ର ବରିଷ୍ଠ ସାମ୍ବାଦିକ ଶ୍ରୀ ଅମ୍ବିକା କାନୁନଗୋ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଟିମ୍ ର ରହଣି ପାଇଁ ଅତିଥି ଭବନ ଯୋଗାଇ ଦେବାକୁ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଥିଲା ବେଳେ ଅତିରିକ୍ତ ମୁଖ୍ୟ ସଚିବ ଙ୍କ ନିର୍ଦ୍ଦେଶ ରେ ଜଙ୍ଗଲ ବିଭାଗ ର ଡି ଏଫ୍ ଓ ସମାଜସେବୀ ଙ୍କ ରହିବା ଲାଗି ଭବାନୀପାଟଣା ଠାରେ ଥିବା ଜଙ୍ଗଲ ବିଭାର ଅତିଥି ଭବନ ରେ ରହିବାର ବ୍ୟବସ୍ଥା କରିଥିଲେ ।

  1. ↩︎
Leave A Reply

Your email address will not be published.