ନିୟମଗିରି ର ମୁକୁନ୍ଦ ମାଝୀ

ଅନ୍ତରଙ୍ଗ ଅନୁଭୂତି ରେ ଆଲେଖ୍ୟ ଟି ପ୍ରସ୍ତୁତ କରିଛନ୍ତି ନିୟମଗିରି ରୁ ସୁଧାଂଶୁ ମୋହନ ରାଉତ୍ , ବରିଷ୍ଠ ବ୍ୟାଙ୍କ୍

ପରିଚାଳକ ବୃତ୍ତି କୁ ଆଦରି ନେଉଥିବା ଲୋଖକ ଜଣେ ପରିବେଶ କର୍ମୀ ତଥା ସମାଜ ସେବା ରେ ରଖନ୍ତି ଆଗ୍ରହ ।ବହୁ ସମାଜସେବା ସଂଗଠନ ସହ ଜଡ଼ିତ ହୋଇ ବ୍ୟସ୍ତତା ଭିତରେ ବି ସେବା କାର୍ଯ୍ୟ ରେ ଭାଗ ଓ ନେତୃତ୍ ନେଇ ଏହାକୁ ଗତି ଦିଅନ୍ତି ।

ଶ୍ରୀ ସୁଧାଂଶୁ ମୋହନ ରାଉତ୍ ବରିଷ୍ଠ ବ୍ୟାଙ୍କର କଲିକତା

କନଭେୟର ବେଲ୍ଟ ଲାଗି ସାରିଥିଲା l ନିୟମଗିରି ମଥାନ ଫୁଟେଇ ଡ଼ଙ୍ଗର କୁ ପାଉଁଶ ପୋଖରୀ କରିଦେବାର ଚକ୍ରାନ୍ତକୁ, ଗଣତନ୍ତ୍ରରେ ବଞ୍ଚିଥିବା କେଇ ଖିଅ ବ୍ୟବସ୍ଥା ଶେଷ ମୁହୂର୍ତ୍ତରେ ବଞ୍ଚେଇଦେଲା l ପାହାଡ଼ର ଅଣ୍ଟା ଯାଏଁ ତିଆରି ଗାଡି ଚଲା ରାସ୍ତା ଯୋଉଠି ସରିଛି ସେଇଠି କେଇଟା ଖପର ଘରରୁ ଗୋଟିଏରେ ରୁହେ ମୁକୁନ୍ଦ ମାଝୀ l ମାଝୀ ସାଜ୍ଞା ତ ଏବେ ଏବେ ମିଳିଛି l ସେମାନେ ତ କୁଶକ୍କା, ଶିକ୍କା ଇତ୍ୟାଦି ଥିଲେ l ପଞ୍ଚମରେ ପଢେ l ତା ନା ଇଂରାଜୀରେ ବନାନ ବି କରିପାରେ l ଏମେ ୟୁ ଏକେ ୟୁ ଏନେ…… କଷି କଇଁଆ ଟେ ଦାନ୍ତେଇ ପାଳ ଉପରେ ଶୋଇଛି l ନିୟମ ରଜା ପୂଜା ପାଇଁ ଧାଡି ଲାଗିଛି ଡ଼ଙ୍ଗରକୁ l ଯିଏ ତାଙ୍କୁ ରହିବାକୁ, ଖାଇବାକୁ , ପିଇବାକୁ ଦେବାପାଇଁ ଯୁଗଯୁଗରୁ ଅଛି ସେହି ନିୟମରଜାକୁ ଚୋବେଇ ଗୁଣ୍ଡ ଗୁଣ୍ଡ କରିଦେବାକୁ ମେସିନ ଆଁ କରି ଅନେଇଛି କେଇ ମାଇଲ ଦୂରରେ l


ସେପଟେ ଡ଼ଙ୍ଗର ଉପର ଯାଏଁ ପଲିଥିନ ପାଉଚ, ମଦ ବୋତଲ ପହଁଞ୍ଚି ସରିଲାଣି l ଲୁଙ୍ଗି ବଦଳି ଜିନ୍ସ ହେଉଛି l ବାଳରେ ରଙ୍ଗ ଲାଗିଲାଣି l ଡ଼ଙ୍ଗରିଆ ଯୁବକ ହାତରେ ମୋବାଇଲ ତାର କାରନାମା ନୂଆନୂଆ ଦେଖେଇଲାଣି l
ସଲପ ଠାରୁ ବିୟର, ପୋଢ଼ ଠାରୁ ଚିକେନ ର ଦୂରତା କମିକମି ଯାଉଛି l

ଆମ ମୋବାଇଲ ରଖିବା ଷ୍ଟାଣ୍ଡ ଆଲୁମିନିୟନ ରେ ହେବ, ଝରକା କବାଟ ସିଡ଼ି ରେଳ ଉଡ଼ାଜାହାଜ ବି ଆଲୁମିନିୟମ ରେ ହେବ l ରୁଟି ବି ଆଲୁମିନିୟମ ପାତ ରେ ଗୁଡା ହେଇ ରହିବ କିନ୍ତୁ ଆଲୁମିନିୟମ ପାଇଁ ବକ୍ସାଇଟ, ବକ୍ସାଇଟ ପାଇଁ ନିୟମଗିରି ତଡା ହେବନି ! ଇଏ କି କଥା !! ଆମର ସବୁ କିଣିପକେଇବା ପ୍ରବୃତି କୁ ଫଳପ୍ରଦ କରିବାକୁ ହାଜର ଅଛନ୍ତି କେତେ ରକମର ଦଲାଲ lଆମର ଯେତେ ଲୋଭ , ତାକୁ ମେଣ୍ଟେଇବାକୁ ଆଉ ଜଣେ ସେତେ ଅଧିକ ଲାଭ କରେ l ଏ ଲୋଭ – ଲାଭ ର ଭଉଁରୀ ରୁ ଛିଟିକି ପଡନ୍ତି ମୁକୁନ୍ଦ ମାନେ ନିୟମଗିରି ରୁ ସହର ବସ୍ତିକୁ l ତଥାପି ମୁକୁନ୍ଦ ହସୁଛି

Leave A Reply

Your email address will not be published.